ଫଳଟି ଛୋଟ କିନ୍ତୁ ଫାଇଦା ଅନେକ – ଆସନ୍ତୁ ଜାଣିବା ଏହା ବିଷୟରେ।

0
126
Amazing Benefits of Amla or Indian Gooseberry
Amazing Benefits of Amla or Indian Gooseberry

ଆପଣ ମାନେ ଅଁଳା କୋଳି ବିଷୟରେତ ନିହାତି ଜାଣିଥିବେ? ଅଁଳା କୋଳି ଖଟା ଏବଂ କଷା ଲାଗେ କିନ୍ତୁ ଅଁଳାରେ ଭିଟାମିନ-ସି, କ୍ୟାଲସିଅମ ଏବଂ ଆୟରନ୍ ପ୍ରଚୁର ମାତ୍ରାରେ ରହିଥାଏ । ଅଁଳା କୋଳିର ବିଶେଷ ମହତ୍ତ୍ଵ ରହିଛି ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିବାରେ । ପ୍ରତିଦିନ ଅଁଳା କୋଳି ଖାଇଲେ ବିଭିନ୍ନ ରୋଗରୁ ଉପାଶମ ମିଳିଥାଏ ଏବଂ ଏହା ଦ୍ୱାରା ସ୍ମରଣ ଶକ୍ତି ମଧ୍ୟ ବଢି ଥାଏ ।

ତେଣୁ ପ୍ରତିଦିନ ଅଁଳା କୋଳିକୁ ଖାଇବାକୁ ଭୁଲିବେନି ଏବଂ ଚେଷ୍ଟା କରିବେ ଭୋଜନ ତାଲିକାରେ ଅଁଳାକୁ ସାମିଲ କରିବାକୁ।

୧. ପ୍ରତିଦିନ ସକାଳେ ଖାଲି ପେଟରେ ଅଁଳାକୁ ଖାଆନ୍ତୁ । ଶୀତଦିନରେ ବିଶେଷ୍ କରି ଅଁଳା କୋଳି ବଜାରରେ ଉପଲବ୍ଧହୁଏ ଯଦି ଆପଣମାନେ ଅଁଳା କୋଳିକୁ ଆପଣଙ୍କ ନିକଟସ୍ଥ ବଜାରରେ ପାଉନାହାନ୍ତି ତେବେ ଆପଣମାନେ ଅଁଳା ଜୁସ ମଧ୍ୟ ବ୍ୟବହାର କରିପାରିବେ

୨. ଯଦି ଆପଣ ଖଟା ଖାଇବାକୁ ପସନ୍ଦ କରନ୍ତି ନାହିଁ, ତେବେ ଦେଢ଼ କପ ପାଣି ନିଅନ୍ତୁ ସେଥିରେ ୨ଟି ଛୋଟ ଅଁଳା କୋଳି କିମ୍ବା ୧ଟି ବଡ ଅଁଳା କୋଳି ପକାଇ, ଅଳ୍ପ ଲୁଣ ପକାଇ ଗରମ ପାଣିରେ ଅଁଳାକୁ ଫୁଟାନ୍ତୁ, ଯେତେବେଳେ ଦେଖିବେ ଦେଢ଼ କପ ପାଣି ଗୋଟେ କପ ମାପର ହୋଇଗଲାଣି ସେସମୟରେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ସେହି ପାଣିକୁ ଏକ କପକୁ ଢାଳି ଦିଅନ୍ତୁ | ଟିକେ ଥଣ୍ଡା ହୋଇଗଲେ ଏହାକୁ ପିଅନ୍ତୁ। ଖଟା ପଣ ଦୂର ହେବା ସହ ଖାଇବା ସହଜ ହୋଇଥାଏ ।

୩. ଅଁଳାକୁ ଛୋଟ ଛୋଟ କରି କାଟି ସେଥିରେ ଲୁଣ, ଟିକେ ଜୁଆଣି ଗୁଣ୍ଡ ଏବଂ କଳା ଲୁଣ ଦେଇ ଖରାରେ ଶୁଖେଇ ଦିଅନ୍ତୁ, ପରେ ଏହାକୁ ଖାଆନ୍ତୁ । ଏହା ହଜମ କରିବାରେ ଏବଂ ପୀତ ଦୋଷ କାଟିବାରେ ସାହାଯ୍ୟ କରିଥାଏ ।

୪. ପ୍ରତେକ ଦିନ ସକାଳେ ଅଁଳା କୋଳିର ରସ ପିଇବା ଶରୀର ପାଇଁ ଲାଭକାରୀ ହୋଇଥାଏ ।

୫. ଅଁଳା କୋଳିରେ ଆଚାର ପ୍ରସ୍ତୁତ କରି ମଧ୍ୟ ଖାଇ ପାରିବେ ।

Benefits-Of-Amla-For-Skin
Benefits Of Amla For Skin

ଅଁଳା କୋଳି ଖାଇବାର ସୁଫଳ:

  • ଖାଲି ପେଟରେ ଏକ ଚାମଚ ଅଁଳା ରସ ସହ ମହୁ ମିଶାଇ ପିଇଲେ ଥଣ୍ଡା କାଶରୁ ଆରାମ ମିଳିଥାଏ ।
  • ଚାରି ଚାମଚ ଅଁଳା ରସ ସହ ହାଲ୍କା ଉଷୁମ ପାଣି ମିଶାଇ ପ୍ରତିଦିନ କୁଳି କଲେ ମୁଖ ଜନିତ ରୋଗ ଦୂର ହୋଇଥାଏ ।
  • ଅଁଳା କୋଳିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ । ପ୍ରତିଦିନ ହାଲ୍କା ଉଷୁମ ପାଣିରେ ଅଁଳା ରସ ପିଇଲେ କୋଷ୍ଠକାଠିନ୍ୟରୁ ଉପଶମ ମିଳିଥାଏ।
  • ଆପଣଙ୍କର କେଶ ମଜଭୁତ ହେବା ସହ ଶୀଘ୍ର ପାଚି ନ ଥାଏ।
  • ପ୍ରତେକଦିନ ଅଁଳା ରସ ପିଇବା ଦ୍ୱାରା ଆପଣଙ୍କ ଆଖି ମଧ୍ୟ ସୁସ୍ଥ ରହିଥାଏ ।
  • ଅଁଳା ଦ୍ବାରା ମଧୁମେହ ରୋଗ ନିୟନ୍ତ୍ରଣ ରହିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।
  • ବ୍ଲଡ଼ ସୁଗାର କମ କରିବାରେ ସାହାଯ୍ୟ କରେ
  • ଏଥିରେ ଅଧିକ ପରିମାଣର ଡାଇଯେଷ୍ଟିଭ ଫାଇବର ଥାଏ
  • ଗଲବ୍ଲାଡର ଷ୍ଟୋନ କମ କରିବାରେ ସାହାଯ୍ୟ କରେ
  • ଅଲସର ମଧ୍ୟ କମ କରିଥାଏ
  • ରକ୍ତ ପରିଷ୍କାର କରିବାରେ ସାହାଯ୍ୟ କରେ
  • ହାଡ଼କୁ ମଜବୁତ କରିଥାଏ
  • ଶରୀରକୁ ଥଣ୍ଡା ରଖେ
  • ଜଣ୍ଡିସ ଭଲ କରିବାରେ ସାହାଯ୍ୟ କରେ
  • କର୍କଟ ରୋଗ ଭଲ କରିବାରେ ସାହାଯ୍ୟ କରେ
  • ଚର୍ମକୁ ସୁସ୍ଥ ଏବଂ ସୁନ୍ଦର ରଖେ

ଆପଣ ମାନଙ୍କୁ ଯଦି ଏହି ବିୟୁଟି ଟିପ୍ସ୍ ଟି ଭଲ ଲାଗିଥାଏ ତେବେ ଦୟାକରି ଏହାକୁ ସେୟାର କରିବାକୁ ଭୁଲିବେନି।