ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ଦ୍ୱିପ୍ରହର ଖାଦ୍ୟ ସମୟରେ କରନ୍ତୁ ନାହିଁ ଏହି ୧୦ଟି ଭୁଲ୍

0
199
dont talk in phone while eating
Don't Talk in Phone While Eating

ସ୍ୱାସ୍ଥ୍ୟ ହିଁ ସଂପଦ  । ତେଣୁ କେବେ କଣ ଆଉ କେମିତି ଖାଉଛନ୍ତି ତାହା ବିଷୟରେ ସଚେତନ ହେବା ଅତ୍ୟନ୍ତ ଜରୁରୀ । କାରଣ ଏସବୁର ପ୍ରଭାବ ବହୁମାତ୍ରାରେ ଆପଣଙ୍କ ଶରୀର ଉପରେ ପଡିଥାଏ । ସେଥିପାଇଁ ଜଳଖିଆ, ଦ୍ୱିପ୍ରହର ଖାଦ୍ୟ ଓ ରାତ୍ରି ଭୋଜନ ଭିନ୍ନ ଭିନ୍ନ ମାତ୍ରାରେ ଗ୍ରହଣ କରାଯାଇଥାଏ । କିନ୍ତୁ ଯେଉଁମାନେ ଚାକିରି କରନ୍ତି ସେମାନେ ନିଜ ଦିନ ଖାଦ୍ୟ ସମୟରେ ଏମିତି କିଛି ଭୁଲ୍ କରିବସନ୍ତି ଯାହା ପର ମୂହୂର୍ତ୍ତରେ ଘାତକ ସାବସ୍ତ୍ୟ ହୋଇପାରେ । ଯଦି ସମୟ ଥାଉ ଥାଉ ଏହି ସବୁ ଅଭ୍ୟାସକୁ ନ ବଦଳାନ୍ତି ତେବେ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ ହୋଇପାରନ୍ତି  । ଏବେ ନଜର ପକାନ୍ତୁ ସେହି କୁଅଭ୍ୟାସ ଉପରେ ଯାହା ନା କେବଳ ଆପଣଙ୍କୁ ରୋଗଗ୍ରସ୍ତ କରିଥାଏ ବରଂ ମେଦବହୁଳତା ମଧ୍ୟ ବଢାଇଥାଏ ।

dont talk in phone while eating
Don’t Talk in Phone While Eating

ବାହାର ଖାଦ୍ୟ:

ଚାକିରି କରୁଥିବା ଅଧିକାଂଶ ଲୋକ ବାହାରେ ଖାଇଥାନ୍ତି । କିନ୍ତୁ ଜାଣି ରଖନ୍ତୁ ଘର ଖାଦ୍ୟଠାରୁ ଅଧିକ କ୍ୟାଲୋରୀ ଏବଂ ଫ୍ୟାଟ୍ ଥାଏ ରେଷ୍ଟୁରାଂଟରେ ମିଳୁଥିବା ଖାଦ୍ୟରେ  । ବିଶେଷ କରି ଯଦି ବାହାର ଖାଦ୍ୟ ଖାଉଛନ୍ତି ତେବେ ଅତି କମରେ ଆପଣ ୧୯୦ କ୍ୟାଲୋରୀ ଅଧିକ ଗ୍ରହଣ କରୁଛନ୍ତି ।  ଯାହା ଶରୀର ପାଇଁ ଖୁବ୍ କ୍ଷତିକାରକ  । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଦ ୟୁରୋପିଆନ୍ ଜର୍ନାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନ୍ ।

ନିଜ ଡେସ୍କରେ ଖାଇବା:

ଏକ ଅଧ୍ୟୟନ ଅନୁଯାୟୀ, ଯଦି ଆପଣ କାମ କରୁଥିବା ଡେସ୍କରେ ଖାଉଛନ୍ତି ତେବେ ଆବଶ୍ୟକତାଠାରୁ ଅଧିକ ଖାଇଥାନ୍ତି । ଏପରି ହେବାର କାରଣ ହେଉଛି ବିଚଳିତ  । ଆପଣ ଡେସ୍କରେ ଥିବା ସମୟରେ କାମକୁ ନେଇ ବିଚଳିତ ଥାନ୍ତି  । ଏମିତିରେ ଧ୍ୟାନ ନଦେଇ ଅନ୍ୟମନସ୍କ ଭାବରେ ଅଧିକ ଖାଇ ଦେଇଥାନ୍ତି । ଯାହା ଶରୀର ପାଇଁ ଆଦୌ ଭଲ ନୁହେଁ ।

ଲଂଚ୍ କରିବା ସମୟରେ ଫୋନରେ କଥା ହେବା:

ଅଧିକାଂଶ ଲୋକ ଲଂଚ୍ କରିବା ସମୟରେ ଫୋନରେ କଥା ହୋଇଥାନ୍ତି  । କାରଣ ଅଫିସରେ କାର୍ଯ୍ୟବସ୍ତତା ଯୋଗୁଁ କଥା ହୋଇପାରିନଥାନ୍ତି । ତେଣୁ ଲଂଚ୍ ସମୟରେ ଟିକିଏ ସମୟ ପାଇଲେ ଫୋନରେ ବ୍ୟସ୍ତ ହୋଇଯାଆନ୍ତି । ଆଉ ଏପରି ପରିସ୍ଥିତିରେ ଅଧିକ ଖାଇ ହୋଇଯାଇଥାଏ । ତେଣୁ ଚେଷ୍ଟା କରନ୍ତୁ ଲଂଚ୍ ସମୟର ସମସ୍ତ କାମ ଏକାଥରେ ନକରିବା ପାଇଁ  । ଲଂଚ୍ ସମୟରେ କେବଳ ଲଂଚ୍ ଉପରେ ହିଁ ଫୋକସ୍ କରନ୍ତୁ ।

ଅଫିସରେ କଫି ପିଇବା:

ଅଫିସରେ ଲଂଚ୍ ପରେ ବାରମ୍ବାର କଫି ପିଅନ୍ତୁ ନାହିଁ  । ଏପରି କରିବା ଦ୍ୱାରା ରାତିରେ ଭଲ ଭାବରେ ନିଦ ହୋଇନଥାଏ  । ଫଳରେ ଅନେକ ସମସ୍ୟା ହୋଇଥାଏ । ବ୍ରିଷ୍ଟୋଲ୍ ୟୁନିଭର୍ସିଟି ଅନୁଯାୟୀ ଯଦି ଆପଣ ଶୋଇବା ସମୟର ୬ ଘଂଟା ପୂର୍ବରୁ ବି କଫି ପିଇଥାନ୍ତି ତେବେ ନିଦ କମ୍ ହୋଇଥାଏ  । ତେଣୁ ଯଦି ଆପଣ ଅଫିସରେ ବିଳମ୍ବରେ ଲଂଚ୍ କରୁଛନ୍ତି ତେବେ କଫି ପିଅନ୍ତୁ ନାହିଁ ।

ଲଂଚ୍ ବକ୍ସରେ ସବୁଜ ପନିପରିବା ନରହିବା:

ସେହିପରି ଯଦି ଆପଣ ଲଂଚ୍ ସମୟରେ ସବୁଜ ପନିପରିବାରେ ତିଆରି ଖାଦ୍ୟ ଏବଂ ସାଲାଡ୍ ନଖାଆନ୍ତି ତେବେ ଶରୀରରେ ନ୍ୟୁଟ୍ରିସନର ଅଭାବ ହୋଇଥାଏ । ସବୁଜ ପନିପରିବା ଶରୀରକୁ ଜରୁରୀ ପୋଷକ ତତ୍ୱ ଯୋଗାଇଥାଏ । ଯେପରି ନ୍ୟୁଟ୍ରିସନ୍, ଫାଇବର୍ ଏବଂ ଭିଟାମିନ୍  ।

ସାଲାଡ୍ ସହ ବ୍ରେଡ୍ ଖାଇବା:

ସାଲାଡ୍ ସହ କେବେ ବି ଧଳାବ୍ରେଡ୍ ଖାଆନ୍ତୁ ନାହିଁ  । କାରଣ ବ୍ରେଡରେ ଅତ୍ୟଧିକ କାର୍ବୋହାଇଡ୍ରେଟ୍ ନଥାଏ ।  ଆଉ ଆପଣଙ୍କ ଶରୀର ଏହାକୁ ଛୋଟ ଛୋଟ ସୁଗାରରେ ପରିବର୍ତ୍ତନ କରି ଦେଇଥାଏ । ଏହା ବ୍ୟତୀତ ଧଳା ବ୍ରେଡ୍ ଶରୀରକୁ ୧୦୦ କ୍ୟାଲୋରୀ ଅଧିକ ଦେଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ  ।

ଶୀଘ୍ର କିମ୍ବା ବିଳମ୍ବରେ ଖାଇବା:

ଯେତିକି ଗୁରୁତ୍ୱପୂର୍ଣ୍ଣ କଣ ଖାଇବା ସେତିକି ଗୁରୁତ୍ୱପୂର୍ଣ୍ଣ କେଉଁ ସମୟରେ ଖାଇବା  । ଯଦି ଆପଣ ଶୀଘ୍ର ଖାଉଛନ୍ତି ତେବେ ଶୀଘ୍ର ଭୋକ ଲାଗିବ  । ଫଳରେ ଆପଣ ସ୍ନାକ୍ସ ଖାଇବା ଆରମ୍ଭ କରିଥାନ୍ତି ଯାହା ଆପଣଙ୍କ ଶରୀରକୁ ଅଧିକ କ୍ୟାଲୋରୀ ଦେଇଥାଏ  । ସେଥିପାଇଁ ଖାଇବା ସମୟକୁ ମଧ୍ୟ ଧ୍ୟାନ ଦିଅନ୍ତୁ।

ସାଣ୍ଡୱିଚ୍ ପାଇଁ ଧଳା ବ୍ରେଡ୍ ବ୍ୟବହାର କରିବା:

ଯଦି ଆପଣ ସାଣ୍ଡୱିଚରେ ଧଳା ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ । କାରଣ ଧଳା ବ୍ରେଡରେ ଅଧିକ କ୍ୟାଲୋରୀ ଥାଏ । ସେଥିପାଇଁ ସାଣ୍ଡୱିଚ୍ ପାଇଁ ଧଳା ବ୍ରେଡ୍ ସ୍ଥାନରେ ଗହମ ବ୍ରେଡ୍ ବ୍ୟବହାର କରନ୍ତୁ  । ଗହମ ବ୍ରେଡରେ କାର୍ବୋହାଇଡ୍ରେଟ୍ ପ୍ରଚୁର ପରିମାଣର ଥାଏ ଏବଂ କ୍ୟାଲୋରୀ ବିଲକୁଲ୍ ନଥାଏ ।

ସୋଡା ବ୍ୟବହାର କରିବା:

ଯଦି ସୋଡା ବ୍ୟବହାର କରୁଛନ୍ତି ତେବେ ସାବଧାନ୍ ହୋଇଯାଆନ୍ତୁ । କାରଣ ସୋଡାରେ ୩୯ ମିଲିଗ୍ରାମ୍ ସୁଗାର୍ ଥାଏ । ଅର୍ଥାତ୍ ଶରୀର ଆବଶ୍ୟକ କରୁଥିବା ସୁଗାରରୁ ଅଧିକ ସୁଗାର୍ ଥାଏ ସୋଡାରେ  । ଏହା ବ୍ୟତୀତ ସୋଡା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥିବା ସହ ଶରୀରର ଓଜନ ମଧ୍ୟ ବଢାଇଥାଏ ।

ଅଧିକ ହେଲଦି ଖାଦ୍ୟ ଖାଇବା:

କୌଣସି ଖାଦ୍ୟ ଆବଶ୍ୟକତାର ଠାରୁ ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ  । ତେଣିକି ତାହା ହେଲଦି ଫୁଡ୍ ହେଉ ନା କାହିଁକି  । ବାଦାମ ହେଉ ବା କାଜୁ  । ସ୍ୱାକ୍ସ ପାଇଁ ଭଲ ବିକଳ୍ପ ବୋଲି କୁହାଯାଉଥିବା ଏହି ହେଲଦି ଫୁଡ୍ ବେଶୀ ଖାଇବା ଅନୁଚିତ୍  । ଏହାକୁ ମାତ୍ରାଧିକ ଖାଇଲେ ଶରୀରକୁ ୩୦୦ କ୍ୟାଲୋରୀ ମିଳିଥାଏ  । ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ  ।