ଶୀତ ଦିନେ ଗରମ ପାଣିରେ ଗାଧୋଉଛନ୍ତି କି ? ସାବଧାନ୍ ! ହୋଇପାରନ୍ତି ଏହି ସବୁ ସମସ୍ୟାର ସମ୍ମୁଖୀନ

0
123
hot water bath demerits

ଶୀତ ଦିନେ ଅଧିକାଂଶ ଲୋକ ଗାଧୋଇବାକୁ ଡରନ୍ତି । ଏପରିକି ଥଣ୍ଡା ଯୋଗୁଁ ଅନେକ ଲୋକ ପ୍ରାୟ ୨ / ୩ ଦିନ ଯାଏଁ ଗାଧାନ୍ତି ନାହିଁ  । ତେବେ ଅନେକ ଲୋକ ଅଛନ୍ତି ଶୀତରୁ ବଂଚିବା ପାଇଁ ଗରମ ପାଣିରେ ଗାଧୋଇଥାନ୍ତି । ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଅଧିକାଂଶ ଲୋକେ ଗରମ ପାଣିରେ ଗାଧୋଇବା ଆରମ୍ଭ କରି ଦିଅନ୍ତି। ଗରମ ପାଣିରେ ଗାଧୋଇଲେ ଦେହକୁ ଆରାମ ଲାଗିଥାଏ। ତେବେ କଣ ଆପଣ ଜାଣନ୍ତି ଏପରି କରି କିଛି ସମୟ ପାଇଁ ଥଣ୍ଡାରୁ ସିନା ନିଜକୁ ରକ୍ଷା କରିଥାନ୍ତି ହେଲେ ଅନେକ ସମସ୍ୟାକୁ ନିମନ୍ତ୍ରଣ ଦେଇଥାନ୍ତି । ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀର ଏବଂ ତ୍ୱଚାକୁ କ୍ଷତି ପହଂଚାଇଥାଏ  ।

  • ତେବେ ଗରମ ପାଣିରେ ଗାଧୋଇଲେ ଶରୀରରେ ଥିବା ଜରୁରୀ ତୈଳ ନଷ୍ଟ ହୋଇଯାଏ। ଯାହା ଶରୀରକୁ ଅତ୍ୟଧିକ ଶୁଷ୍କ କରିଦିଏ।
  • ଅତ୍ୟଧିକ ଗରମ ପାଣିରେ ଗାଧୋଇଲେ ହୃଦଘାତ ହେବାର ସମ୍ଭାବନା ବଢିଯାଏ ।
  • ସେହିପରି ଗରମ ପାଣିରେ ଗାଧୋଇଲେ ଏହାର ସିଧା ପ୍ରଭାବ ନଖ ଉପରେ ପଡିଥାଏ । ନଖ ଗୁଡିକ ନିଜର ଚମକ ହରାଇବା ସହ ଇନଫେକ୍ସନ୍ ହେବାର ଆଶଙ୍କା ମଧ୍ୟ ବଢିଥାଏ । ଏହା ଦ୍ୱାରା ଅନେକ ପ୍ରକାର ସମସ୍ୟା ବଢିଯାଇଥାଏ ।
  • ଏହା ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗରମ ପାଣିରେ ଗାଧୋଇଲେ ଶୁକ୍ରାଣୁ ଏବଂ ଡିମ୍ବାଣୁ ତିଆରି ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଥାଏ । ଯାହା ଦ୍ୱାରା ଯୌନ ସମସ୍ୟା ଦେଖାଦେଇଥାଏ ।
  • ଆମ ଶରୀରରେ ତିନି ପ୍ରକାର ଦୋଷ ଦେଖାଯାଇଥାଏ । ବାତ, ପିତ୍ତ ଏବଂ କଫ । ମୁଣ୍ଡ ଏବଂ ଆଖି କଫ ଦୋଷ ଶ୍ରେଣୀରେ ଆସିଥାଏ । ଗରମ ପାଣି ମୁଣ୍ଡରେ ପଡିଲେ କଫ ବଢିଥାଏ ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ  ।

ଏବେ ନଜର ପକାନ୍ତୁ ଶୀତ ଋତୁରେ କେମିତି ନେବେ ତ୍ୱଚାର ଯତ୍ନ :

ସନ୍ସ୍କ୍ରିନ୍ଲଗାନ୍ତୁ :

ଅନେକ ମହିଳା ବିଶ୍ୱାସ କରନ୍ତି ଯେ ଶୀତ ଋତୁରେ ସନ୍ସ୍କ୍ରିନ୍ଲୋସନ୍ଲଗାଇବା ଉଚିତ ନୁହେଁ ତେବେ ଏହି ଋତୁରେ ମଧ୍ୟ ଅଲ୍ଟ୍ରା ଭାଓଲେଟ୍ରଶ୍ମୀ ତ୍ୱଚାର କ୍ଷତି ଘଟାଇଥାଏ ତେଣୁ ଶୀତଦିନେ ମଧ୍ୟ ଏହାକୁ ବ୍ୟବହାର କରାଯିବା ଦରକାର ଶୁଷ୍କତ୍ୱଚା ଥିଲେ ସନ୍ସ୍କ୍ରିନ୍ଯୁକ୍ତ ମଶ୍ଚରାଇଜର୍ବ୍ୟବହାର କରନ୍ତୁ

ସାବୁନ୍ବ୍ୟବହାର କରନ୍ତୁ ନାହିଁ :

ସାବୁନ୍ ବ୍ୟବହାର ତ୍ୱଚାର କୋମଳତାକୁ ନଷ୍ଟ କରିଦିଏ ଏବଂ ତାକୁ ରୁକ୍ଷ କରିଦିଏ ବୋଲି ବିଶ୍ୱାସ ରହିଛି। ମାତ୍ର ଏହା କେବଳ ଗୋଟେ ମିଥ୍ ନିଜର ତ୍ୱଚା ପାଇଁ ଉପଯୁକ୍ତ ସାବୁନ୍ବ୍ୟବହାର କଲେ କେବଳ ଏପରି ହୋଇଥାଏ। ରୁକ୍ଷ ତ୍ୱଚା ପାଇଁ ମଶ୍ଚରାଇଜର୍ଯୁକ୍ତ ସାବୁନ୍ବ୍ୟବହାର କରିବା ଦରକାର

ଗ୍ଲିସେରିନ ବ୍ୟବହାର କରନ୍ତୁ :

ଗ୍ଲିସେରିନ ତ୍ୱଚାର ଶୁଷ୍କପଣ ଦୂର କରିଥାଏ  ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ଶୁଖିଲା ପରେ ଏକ କଟନ ବଲ ସାହାଯ୍ୟରେ କିଛି ଗ୍ଲିସେରିନ ନେଇ ମୁହଁରେ ମାଲିସ କରନ୍ତୁ । ଏପରି କରିବା ସମୟରେ ଆଖି, ଓଠକୁ ଦୂରେଇ ରଖନ୍ତୁ । ଗ୍ଲିସେରିନ ଦ୍ୱାରା ଶରୀରରେ ଶୁଖିଲାପଣ ଦୂର ହୋଇଥାଏ । ଶରୀରକୁ କୋମଳ ରଖିବାରେ ଏହା ସାହାଯ୍ୟ କରେ । 

ପ୍ରଚୁର ପାଣି ପିଅନ୍ତୁ :

ଅଧିକାଂଶ ଲୋକେ ଶୀତ ଦିନେ ଖୁବ୍ କମ ପାଣି ପିଇଥାନ୍ତି । ଯାହାର ପ୍ରଭାବ ସିଧାସଳଖ ଚର୍ମ ଉପରେ ହିଁ ପଡିଥାଏ । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଶୀତ ଦିନେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ ।