ସୌନ୍ଦର୍ଯ୍ୟ ଉପଚାରରେ କଫି ! ଫାଇନ୍ ଲାଇନ୍ ଦୂର କରିବା ଦୂର କରିବା ସହ ତ୍ୱଚାରେ ଆଣିଥାଏ ଚମକ

0
50
Beauty-Benefits-of-Coffee-Face-Masks

କଫି ପିଇବାକୁ କିଏ ପସନ୍ଦ ନକରେ  । ଏହା ସମସ୍ତଙ୍କର ଦୈନନ୍ଦିନ ଅଭ୍ୟାସ ଅଟେ । କଫି ପିଇବା ପାଇଁ ସ୍ୱାଦିଷ୍ଟ ହେବା ସହିତ ଏହାର ବହୁ ଉପକାରିତା ମଧ୍ୟ ରହିଛି  । ଯାହା ମୁହଁର ଉଜ୍ୱଳତା ଆଣିବା ସହ ସାହାଯ୍ୟ କରିଥାଏ । କଫିର ମାସ୍କ ପ୍ରତିଦିନ ମୁହଁରେ ପ୍ରୟୋଗ କରିବା ଦ୍ୱାରା ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚାରେ ଥିବା ଫାଇନ ଲାଇନ ଦୂର କରିବା, ତ୍ୱଚାରେ ଚମକ ଆଣିବା ଏବଂ ତ୍ୱଚାରେ ଉଜ୍ଜ୍ୱଳତା ଆଣିବାରେ ସହାୟକ ହୋଇଥାଏ । କଫିର ଏହି ମାସ୍କ ସମସ୍ତ ପ୍ରକାର ତ୍ୱଚାକୁ ସୁଟ୍ କରିଥାଏ ।

ଆସନ୍ତୁ ଜାଣିବା କିପରି ବ୍ୟବହାର କରିବା ଏହି କଫିର ମାସ୍କ ।

ଆବଶ୍ୟକୀୟ ସାମଗ୍ରୀ :

  • ଏକ କପ୍ କଫି ପାଉଡର୍
  • ଏକ କପ୍ କେକୋ ପାଉଡର୍
  • ଏକ କପ୍ କ୍ଷୀର କିମ୍ବା ବାଦାମ କ୍ଷୀର
  • ଏକ ଚାମଚ୍ ଲେମ୍ବୁ ରସ
  • ଏକ ଚାମଚ ମହୁ

ବ୍ୟବହାର ପ୍ରଣାଳୀ :

  • ଏକ ପାତ୍ରରେ କଫି ପାଉଡର୍, କୋକୋ ପାଉଡର ଏବଂ କ୍ଷୀର ମିଶାନ୍ତୁ । ପେଷ୍ଟକୁ ଗାଢା କରିବାକୁ ଚାହୁଁଥିଲେ କମ୍ କ୍ଷୀର ମିଶାନ୍ତୁ  । ଏହା ପରେ ଲେମ୍ବ ରସ ଏବଂ ମହୁ ମିଶାଇ ଭଲ ଭାବରେ ଗୋଳାନ୍ତୁ  । ଏହି ପେଷ୍ଟକୁ ମୁହଁରେ ଲଗାଇ ୨୦ ମିନିଟ୍ ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ତେବେ ବଳକା ପେଷ୍ଟକୁ ଫ୍ରିଜରେ ରଖି ଦିଅନ୍ତୁ  ।
  • ସେହିପରି ଏକ ଚାମଚ କଫି ପାଉଡର, ଗୋଟିଏ ଚାମଚ ଦହି, ଗୋଟିଏ ଚାମଚ କମଳା ଚୋପାର ଗୁଣ୍ଡ, ଗୋଟିଏ ଚାମଚ ମହୁର ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାଇବା ଦ୍ୱାରା ମୁହଁ ସଫା ହେବା ସହିତ ଫାଇନ ଲାଇନ୍ ଦୂର ହୋଇଥାଏ । ଏହାକୁପାଣି ମିଶାଇ ପତଳା କରି ମୁହଁ କିମ୍ବା ହାତ ଗୋଡରେ ମଧ୍ୟ ଲଗାଇ ପାରିବେ ।
  • ଗୋଟିଏ ଚାମଚ କଫି ପାଉଡର ସହିତ ଅଧା ଚାମଚ ଚିନିକୁ ଗୋଳାଇ ସ୍କ୍ରବ ହିସାବରେ ବ୍ୟବହାର କଲେ ମୁଖ ବ୍ରଣ ଏବଂ ବ୍ଲାକ ହେଡରୁ ରକ୍ଷା ମିଳିପାରିବ ।
  • ଶୁଷ୍କ ତ୍ୱଚା ପାଇଁ କଫି ପାଉଡରଏବଂ ନଡିଆ ତେଲର ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ଏହା ମୁହଁର ବ୍ରଣର ଦାଗ ଏବଂ ବୟସ୍କ ଜନିତ ଦାଗର ସମସ୍ୟାରୁ ମୁକ୍ତି ମିଳିଥାଏ ।

ଆପଣ ଗ୍ରୀନ କଫି ମଧ୍ୟ ବ୍ୟବହାର କରିପାରିବେ

ଗ୍ରୀନ୍ ଚା ଭଳି ଗ୍ରୀନ୍ କଫିର ଚାହିଦା ମଧ୍ୟ ଆଜିକାଲି ବହୁତ ବେଶି । ଲୋକ ସାଧାରଣତଃ ଏହାକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଗ୍ରୀନ କଫି ପିଇବାର ବହୁତ ଉପକାରିତା ମଧ୍ୟ ରହିଛି ।

  • ଗ୍ରୀନ୍ କଫିରେ ପ୍ରଚୁର ପରିମାଣରେ ଆଂଟି ଅକ୍ସିଡାଂଟସ୍ ରହିଥାଏ, ତେଣୁ ଏହା ଚେହେରା ଏବଂ ଚୁଟି ପାଇଁ ଭଲ କାମ କରିଥାଏ । ଏଥିରୁ ମିଳୁଥିବା କଲେରୋଜୋନିକ୍ ଏସିଡ୍ ଉଚ୍ଚ ରକ୍ତଚାପକୁ ଠିକ୍ ରଖିବାରେ ସାହାଯ୍ୟ କରେ ।
  • ଓଜନ କମାଇବା ପାଇଁ ଗ୍ରୀନ କଫି ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ । ସକାଳୁ ସକାଳୁ ଖାଲି ପେଟରେ କଫି ପିଇଲେ ଏହା ଓଜନ କମାଇବା ସହିତ ଶରୀରର ସୁନ୍ଦରତାକୁ ବୃଦ୍ଧି କରିଥାଏ ।
  • ଗ୍ରୀନ କଫି ପିଇବା ଦ୍ୱାରା କ୍ୟାନସର ନାମକ ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଏହା ଶରୀର ମଧ୍ୟରେ କ୍ୟାନସର କୋଷ ଗୁଡିକୁ ତିଆରି ନ’କରିବାରେ ସାହାଯ୍ୟ କରେ ।
  • ଗ୍ରୀନ କଫି ଶରୀରରେ ମେଟାବାଲିଜମର ମାତ୍ରାକୁ ବହୁତ ପରିମାଣରେ ବଢାଇଥାଏ, ଯାହା ଶରୀରକୁ ଫୁର୍ତ୍ତି ଯୋଗାଇବାରେ ସାହାଯ୍ୟ କରେ ।