କଣ ଦାନ କଲେ କେଉଁ ପୂଣ୍ୟ ମିଳେ ! ପଢନ୍ତୁ କଣ କହେ ଜ୍ୟୋତିଷ ଶାସ୍ତ୍ର

0
147
benefits of donation in astrology

ଦାନ କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟାର ଅନ୍ତ ଆପେ ଆପେ ହୋଇଯାଇଥାଏ । ଦାନଠାରୁ ବଳି ମହତ ଏବଂ ପୂଣ୍ୟ କାର୍ଯ୍ୟ ଦୁନିଆରେ ନାହିଁ  । କଣ ଦାନ କଲେ କେଉଁ ପୂଣ୍ୟ ମିଳେ ତାହା ଆମ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି  । ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଅଲଗା ଅଲଗା ଦାନର ଅଲଗା ଅଲଗା ମହତ୍ୱ ରହିଛି । ପ୍ରତ୍ୟେକ ଦାନ ପଛରେ ରହିଛି ଧାର୍ମିକ ଉଦ୍ଦେଶ୍ୟ । ଜନ୍ମ କୁଣ୍ଡଳୀରେ କିଛି ଗ୍ରହକୁ ମଜଭୂତ ଏବଂ କିଛି ଗ୍ରହକୁ ଶାନ୍ତି ପାଇଁ ଦାନ କରାଯାଇଥାଏ । ତେବେ କେଉଁ ଗ୍ରହର କେଉଁ ସ୍ଥିତିରେ ଆମକୁ କଣ ଦାନ କରିବା ଉଚିତ୍ ତାହା ଜାଣିବା ମଧ୍ୟ ଉଚିତ୍ । ସେହିପରି ଦାନ ଦେବା ସମୟରେ କିଛି ଦିଗକୁ ଧ୍ୟାନ ଦେବା ଉଚିତ୍  । ଆଉ ସମସ୍ତ କଥାକୁ ଧ୍ୟାନରେ ରଖି ଦାନ କଲେ ସୁଫଳ ନିଶ୍ଚିତ ମିଳିଥାଏ ।

ଦାନ କରିବା ଦ୍ୱାରା ମନ ଆଉ କର୍ମ ଉଭୟ ଭଲ ହୋଇଥାଏ । ଯାହାର ସିଧାସଳଖ ପ୍ରଭାବ ଆମ ଭାଗ୍ୟ ଉପରେ ପଡିଥାଏ । ଅନ୍ନଦାନ, ବସ୍ତ୍ରଦାନ, ବିଦ୍ୟାଦାନ, ଅଭୟଦାନ ଏବଂ ଧନଦାନ  ।  ଏହି ସବୁ ଦାନ ମଣିଷକୁ ପୁଣ୍ୟର ଭାଗିଦାରୀ କରିଥାଏ ।

ଦାନର ମହତ୍ୱ :

ଦାନ ଏକ ଏମିତି କାର୍ଯ୍ୟ ଯାହା ଦ୍ୱାରା ଆମେ ନା କେବଳ ଧର୍ମ ଠିକ୍ ଠିକ୍ ପାଳନ କରିନଥାଉ ବରଂ ସମସ୍ତ ସମସ୍ୟାରୁ ମଧ୍ୟ ମୁକ୍ତି ପାଇଥାଉ । ଏହା ସହ ଗ୍ରହ ପୀଡାରୁ ମଧ୍ୟ ମୁକ୍ତି ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଲଗା ଅଲଗା ଦାନର ଅଲଗା ଅଲଗା ମହତ୍ୱ ରହିଛି । ଏବେ ନଜର ପକାନ୍ତୁ କଣ ଦାନ କଲେ କେଉଁ ପୂଣ୍ୟ ମିଳିଥାଏ  ।

ଅନ୍ନଦାନ :

ଅନ୍ନଦାନ କଲେ ଜୀବନରେ ଅନ୍ନର ଅଭାବ ରହେ ନାହିଁ । ତେବେ ରୋଷେଇ ନକରି ଚାଉଳ ଦାନ କଲେ ସୁଫଳ ମିଳିଥାଏ  ।

ଧାତୁ ଦାନ :

ଧାତୁ ଦାନ ଏକ ବିଶେଷ ଦିଗକୁ ହିଁ କରନ୍ତୁ  । ଧାତୁ ଦାନ ସେହି ବ୍ୟକ୍ତିକୁ ହିଁ କରନ୍ତୁ ଯିଏ ଏହାର ଉପଯୋଗ କରିବ  । ଧାତୁ ଦାନ କରିବା ଦ୍ୱାରା ଆସୁଥିବା ବିପଦ ଟଳିଯିବ  ।

ବସ୍ତ୍ର ଦାନ :

ବସ୍ତ୍ର ଦାନ କରିବା ଦ୍ୱାରା ଆର୍ଥିକ ସ୍ଥିତି ସର୍ବଦା ସୁଦୃଢ ରହିଥାଏ । ତେବେ ସେହି ପ୍ରକାର କପଡା ଦାନ କରନ୍ତୁ ଯେଉଁ ପ୍ରକାର କପଡା ଆପଣ ନିଜେ ବ୍ୟବହାର କରୁଛନ୍ତି । ଚିରା, ଫଟା କିମ୍ବା ପୁରୁଣା ବସ୍ତ୍ର ଦାନ କରନ୍ତୁ ନାହିଁ ।

ଏବେ ନଜର ପକାନ୍ତୁ ରାଶି ଅନୁସାରେ କଣ ଦାନ କରିବା ଉଚିତ୍ :

ମେଷ : କୌଣସି ମିଠା ଦ୍ରବ୍ୟ ଦାନ କରନ୍ତୁ ନାହିଁ ।

ବୃଷ : କୌଣସି ଲୌହ ବା ଲୌହ ନିର୍ମିତ ବସ୍ତୁ ଦାନ କରନ୍ତୁ ନାହିଁ ।

ମିଥୁନ : କୌଣସି ସବୁଜ ରଙ୍ଗର ବସ୍ତୁ ଦାନ କରନ୍ତୁ ନାହିଁ  ।

କର୍କଟ : କୌଣସି ସୁନା ନିର୍ମିତ ଦ୍ରବ୍ୟ ଦାନ କରନ୍ତୁ ନାହିଁ  ।

ସିଂହ : ମାଟିରେ ନିର୍ମିତ ବସ୍ତୁ ଦାନ କରନ୍ତୁ ନାହିଁ  ।

କନ୍ୟା : ଦୁଗ୍ଧ କିମ୍ବା ଦୁଗ୍ଧ ଜାତୀୟ ଦ୍ରବ୍ୟ ଦାନ କରନ୍ତୁ ନାହିଁ ।

ତୁଳା : କୌଣସି କଳା ରଙ୍ଗର ବସ୍ତୁ ଦାନ କରନ୍ତୁ ନାହିଁ ।

ବିଛା : କୌଣସି ହଳଦିଆ ରଙ୍ଗର ବସ୍ତୁ ଦାନ କରନ୍ତୁ ନାହିଁ ।

ଧନୁ : କୌଣସି ମିଠା ଦ୍ରବ୍ୟ ଦାନ କରନ୍ତୁ ନାହିଁ  ।

ମକର : କୌଣସି ତୈଳ ଜାତୀୟ ଦ୍ରବ୍ୟ ଦାନ କରନ୍ତୁ ନାହିଁ  ।

କୁମ୍ଭ : କୌଣସି ସବୁଜ ରଙ୍ଗର ବସ୍ତୁ ଦାନ କରନ୍ତୁ ନାହିଁ  ।

ମୀନ : କୌଣସି ଲାଲ୍ ରଙ୍ଗର ବସ୍ତୁ ଦାନ କରନ୍ତୁ ନାହିଁ ।