କଣ ଆପଣ ବି ଏହି ସବୁ ଫଳ ଏବଂ ପରିବା ଚୋପା ଖାଉ ନାହାଁନ୍ତି ! ବଡ଼ ଭୁଲ୍ କରୁଛନ୍ତି . . ଜାଣନ୍ତୁ କାହିଁକି

0
67
health-benefits-of-fruit-peels-and-vegetables-peel

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଫଳ ଏବଂ ସବୁଜ ପନିପରିବା ବେଶ୍ ଉପକାରୀ  । କିନ୍ତୁ ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଚୋପା ଗୁଡିକୁ ଅଦରକାରୀ ବୋଲି ଭାବି ଫିଙ୍ଗି ଦେଇଥାନ୍ତି  । ହେଲେ କଣ ଆପଣ ଜାଣନ୍ତି ଯେତିକି ଭିଟାମିନ୍ ପରିବା ଏବଂ ଫଳରେ ଅଛି ସେତିକି ଭିଟାମିନ୍ ଏହାର ଚୋପାରେ ମଧ୍ୟ ଅଛି । ଏହି ସବୁ ପରିବାର ଚୋପା ଖାଇଲେ ଅନେକ ରୋଗକୁ ମୁକ୍ତି ମିଳିଥାଏ  । ଏବେ ନଜର ପକାନ୍ତୁ ସେମିତି କିଛି ପରିବା ଉପରେ ଯାହାର ଚୋପା ଆମର ସ୍ୱାସ୍ଥ୍ୟ ପାଇଁ ଉପକାରୀ  ।

ଆଳୁ ଚୋପା :

ଆଳୁ ଚୋପାରେ ଭିଟାମିନ୍ ବି, ସି, କ୍ୟାଲସିୟମ, ଆଇରନ୍ ଭରପୁର ରହିଛି । ଏହା ସହ ଆଳୁ ଚୋପାରେ ରୋଗପ୍ରତିରୋଧକ ଶକ୍ତି ରହିଛି । ତେଣୁ ରୋଷେଇ କରିବା ବେଳେ ଆଳୁ ଚୋପା ଫିଙ୍ଗନ୍ତୁ ନାହିଁ ।

ଗାଜର ଚୋପା :

ସେହିପରି ଗାଜର ଚୋପାରେ ମଧ୍ୟ ଭିଟାମିନ୍ ଏ, ସି ,ବି ୬, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ରହିଛି । ଗାଜର ଚୋପା ଖାଇଲେ ଦୃଷ୍ଟି ଶକ୍ତି ବଢିଥାଏ । ଏହା ସହ କ୍ୟାନ୍ସର ପ୍ରଭାବକୁ କମ୍ କରିବାରେ ସାହାଯ୍ୟ କରିଥାଏ ଗାଜର ଚୋପା  ।

ସେଓ ଚୋପା :

ସେଓ ଚୋପାରେ ମଧ୍ୟ ଭରପୁର ଭିଟାମିନ୍ ଏବଂ ମିନେରାଲ୍ ରହିଛି । ଯାହା ଶରୀରର ବ୍ଲଡ୍ ସୁଗାର କମ୍ କରିବା ସହ ଖରାପ କୋଲେଷ୍ଟ୍ରଲକୁ ମଧ୍ୟ କମ୍ କରିଥାଏ । ଏହା ସହ ସେଓ  ଚୋପାରେ ପୋଷକ ତତ୍ୱ ମଧ୍ୟ ଭରି ରହିଛି  । ସେଓ ଚୋପାରେ ଥିବା କ୍ୟୁରସୋଟିନ୍ ନିଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । କଦଳୀ ଚୋପା : କଦଳୀରେ ଭିଟାମିନ୍,ମିନେରାଲ୍ସ ଓ ପ୍ରୋଟିନ୍ ଭରପୁର ଥାଏ । ଓଜନ ବଢାଇବା ଠାରୁ ଓଜନ କମାଇବା ପାଇଁ କଦଳୀ ବ୍ୟବହୃତ ହୁଏ । କଦଳୀର ଅନେକ ଔଷଧୀୟ ଗୁଣ ଅଛି । କଦଳୀ ପରି ଏହାର ଚୋପାରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି । କଦଳୀ ଚୋପାରେ ଥିବା ସେରୋଟୋନିନ୍ ହରମୋନକୁ ନିୟନ୍ତ୍ରିତ ରଖିଥାଏ । ଏହା ସହ ଏଥିରେ ଥିବା ଭିଟାମିନ୍ ବି -୬, ବି -୧୨, ମ୍ୟାଗ୍ନେସିୟମ୍, କାର୍ବୋହାଇଡ୍ରେଟ୍, ଆଂଟିଅକ୍ସିଡେଂଟ୍, ପୋଟାସିୟମ୍ ଏବଂ ମାଙ୍ଗାନିଜ୍ ଭଳି ପୋଷକ ତତ୍ୱ ଶରୀରର ମେଟାବୋଲିଜିମ୍ ପାଇଁ ବେଶ୍ ଉପକାରୀ । କଦଳୀ ଚୋପାର ଭିତର ଭାଗକୁ ଦାନ୍ତରେ ଘଷିଲେ ଦାନ୍ତର ହଳଦିଆ ପଣ ଦୂର ହୁଏ ।

ଡାଳିମ୍ବ ଚୋପା :

ଡାଳିମ୍ବ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ସେହିପରି ଏହାର ଚୋପାରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି  । ଡାଳିମ୍ବ ଚୋପାରେ ଥିବା ଆଣ୍ଟିଅକ୍ସିଡେଂଟ୍ ବ୍ରଣଠାରୁ ମୁକ୍ତି ଦେଇଥାଏ । ତେବେ ଏଥିପାଇଁ ପ୍ରଥମେ ଡାଳିମ୍ବ ଚୋପାକୁ ଭଲ ଭାବରେ ଶୁଖାଇ ଗୁଣ୍ଡ କରିଦିଅନ୍ତୁ । ଏହାପରେ ଏହି ଗୁଣ୍ଡକୁ ପେଷ୍ଟ ତିଆରି କରି ମୁହଁରେ ଲଗାନ୍ତୁ । ନିୟମିତ ଏପରି କଲେ ବ୍ରଣରୁ ମୁକ୍ତି ମିଳିଥାଏ  ।  ସେହିପରି ଡାଳିମ୍ବ ଚୋପା ମୁଣ୍ଡରେ ଲଗାଇଲେ କେଶ ମୁଲାୟମ ହୋଇଥାଏ ।

କମଳା ଚୋପା :

କମଳା ଚୋପା ନିୟମିତ ଖାଇଲେ ଶରୀରରେ କୋଲେଷ୍ଟ୍ରଲର ସ୍ତର ନିୟନ୍ତ୍ରିତ ରହିଥାଏ । କମଳା ଚୋପାରେ ଥିବା ସାଇଟ୍ରିକ୍ ଏସିଡ୍ ବ୍ରଣ ଦୂର କରିବାରେ ସାହାଯ୍ୟ କରିଥାଏ । କମଳା ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ । ଏଥିରେ କ୍ଷୀର ଓ ଦହି ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଓ ଦାଗ ଦୂର ହେବା ସହ ମୁହଁକୁ ପ୍ରାକୃତିକ ଉପାୟରେ ବ୍ଲିଚ୍ କରିଥାଏ । କମଳା ଚୋପାକୁ ଗୁଣ୍ଡକୁ ସ୍କ୍ରବ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ । ଦହିରେ ମିଶାଇ ଲଗାଇଲେ ଟ୍ୟାନ୍ ଦୂର ହେବା ସହ ମୁହଁ ପୂର୍ବାପେକ୍ଷା ଅଧିକ ଉଜ୍ଜଳ ଦେଖା ଯାଇଥାଏ । କମଳା ଚୋପାରେ ମହୁ ମଧ୍ୟ ମିଶାଇ ମୁହଁରେ ଲଗାଇ ପାରିବେ ।

ବାଇଗଣ ଚୋପା :

ସେହିପରି ବାଇଗଣ ଚୋପା ମଧ୍ୟ ପୌଷ୍ଟିକ୍ତ୍ତତତ୍ୱରେ ଭରି ରହିଛି ଏହାକୁ ଖାଇଲେ ବୟସ କମ୍ ଜଣା ପଡିବା ସହ ମସ୍ତିସ୍କ କ୍ୟାନ୍ସର ପ୍ରଭାବ କମାଇଥାଏ  

କାକୁଡି ଚୋପା

କାକୁଡି ଚୋପାରେ ଫସଫରସ୍, କ୍ୟାଲସିୟମ୍ , ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ କେ ଏବଂ ଭରପୁର ରହିଛି ତେଣୁ କାକୁଡି ଖାଇବା ବେଳେ ଏହାର ଚୋପା ଫିଙ୍ଗନ୍ତୁ ନାହିଁ

ପିଆଜ ଚୋପା :

ରିସର୍ଚ୍ଚରୁ ଏହା ପ୍ରମାଣିତ ହୋଇଛି ଯେ, ପିଆଜ ଚୋପାରେ ଫଳ ତୁଳନାରେ ଅଧିକ ଆଣ୍ଟି ଅକ୍ସିଡେଣ୍ଟସ୍ ଅଟେ । ଯାହା ଶରୀରକୁ ଭିତରୁ ସଫା କରେ ଓ ଇମ୍ୟୁନିଟିକୁ ବଢାଇଥାଏ । ଏଥିରେ କ୍ୱେରସେଟିନ୍ ନାମକ ଫ୍ଲୋବୋନୋଲର ଅଧିକ ମାତ୍ରା ଥାଏ । ଯାହା ବ୍ଲଡ ପ୍ରେସରକୁ ପ୍ରତିରୋଧ କରେ । ଏବଂ ଆର୍ଟିରିଜକୁ ସଫା କରି ହାର୍ଟ ଆଟାକର ସମ୍ଭାବନାକୁ କମ୍ କରିଦିଏ । ‘ ଜର୍ନଲ ପ୍ଲାଣ୍ଟ ଫୁଡ୍ସ ଫର୍ ହ୍ୟୁମନ ନ୍ୟୁଟ୍ରିଶନ’ ରେ ପ୍ରକାଶିତ ଏକ ଅନୁଧ୍ୟାନ ଅନୁସାରେ ପିଆଜର ଚୋପାରେ ହାଇ ଫାଇବର ଥାଏ । ଏବଂ ଅନେକ କଂପାଉଣ୍ଡସ୍ , ଯଥା- ଫ୍ଲେବୋନୋଇଡ୍ସ , କ୍ୱେରସେଟିନ୍ ଓ ଫିନୋଲିକ୍ , ଯାହା କାର୍ଡିୟୋଭାସ୍କୁଲାର ହେଲଥକୁ ପ୍ରଭାବିତ କରିଥାଏ । ଇମଫ୍ଲେମେସନ ଓ କାନସର୍ ର ଆଶଙ୍କାକୁ କମ୍ କରିଥାଏ ।