ଦେବତାଙ୍କ ବାସ ସ୍ଥାନ , ଦୂର ହୁଏ ଅନେକ ଦୋଷ ! ପଢନ୍ତୁ ପୁରାଣରେ ବର୍ଣ୍ଣିତ ଶଙ୍ଖର ମହତ୍ୱ

0
58
benefits of using shankh in worship place

ହିନ୍ଦୁ ଧର୍ମ ଏବଂ ଶଙ୍ଖ ଅଙ୍ଗାଙ୍ଗୀ ଭାବରେ ଜଡିତ  । ହିନ୍ଦୁ ଧର୍ମରେ ବିଜୟ, କିର୍ତ୍ତୀ, ସମୃଦ୍ଧି, ସୁଖ, ଯଶ ତଥା ଲକ୍ଷ୍ମୀଙ୍କ ପ୍ରତୀକ ହେଉଛି ଶଙ୍ଖ  । ତେଣୁ ଶଙ୍ଖକୁ ଘରେ ରଖି ପୂଜା କରିବାର ପ୍ରଥା ଆଜି ବି ପ୍ରଚଳିତ  । ସମୁଦ୍ର ମନ୍ଥନ ସମୟରେ ଉତ୍ପନ୍ନ ହୋଇଥିବାରୁ ଶଙ୍ଖକୁ ମାତା ଲକ୍ଷ୍ମୀଙ୍କ ଭାଇ ବୋଲି ମଧ୍ୟ କୁହାଯାଏ । କୌଣସି ଶୁଭ କାମର ଆରମ୍ଭ ଶଙ୍ଖ ଫୁଙ୍କି ଆରମ୍ଭ କରାଯାଇଥାଏ । ଏହା ସହ ଶଙ୍ଖ ନକରାତ୍ମକ ଶକ୍ତି ଦୂର କରିବା ସହ ବାସ୍ତୁ ଦୋଷ ମଧ୍ୟ ଦୂର କରିଥାଏ  । ଯେଉଁ ଘରେ ନିୟମିତ ଶଙ୍ଖ ବ୍ୟବହାର କରାଯାଏ ସେହି ଘରର ସଦସ୍ୟ ଅନେକ ରୋଗରୁ ମୁକ୍ତି ପାଇଥାନ୍ତି ।

ଦକ୍ଷିଣାବର୍ତ୍ତୀ ଶଙ୍ଖ : ଏହି ଶଙ୍ଖ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ହାତରେ ଶୋଭା ପାଇଥାଏ । ଏହାର ମୁଖ ଦକ୍ଷିଣ ପାଶ୍ୱର୍କୁ ହୋଇଥାଏ ।  ଦକ୍ଷିଣାବର୍ତ୍ତୀ ଶଙ୍ଖର ଅଗ୍ର ଭାଗରେ ଗଙ୍ଗା, ମଧ୍ୟ ଭାଗରେ ବରୁଣ ଏବଂ ପୃଷ୍ଠ ଭାଗରେ ସ୍ୱୟଂ ଭଗବାନ୍ ବ୍ରହ୍ମା ବାସ କରିଥାନ୍ତିି  । ବ୍ୟବସାୟରେ ବୃଦ୍ଧି ଏବଂ ଜମା ଟଙ୍କା ଅଧିକ ପାଇଁ ଏହି ଶଙ୍ଖର ବ୍ୟବହାରକୁ ଶୁଭ ବୋଲି କୁହାଯାଇଥାଏ  । ଏହି ଶଙ୍ଖ ସାଧାରଣତଃ ଦୁଇ ପ୍ରକାର  । ନର ଏବଂ ମାଦା  । ଯେଉଁ ଯାତକର ଦକ୍ଷିଣ ହାତର ମଧ୍ୟ ଭାଗରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ରହିଥାଏ ସେମାନଙ୍କୁ କେବେ ଆର୍ଥିକ ସମସ୍ୟା ହୋଇ ନଥାଏ ।

ମଧ୍ୟାବର୍ତ୍ତୀ ଶଙ୍ଖ : ଏହି ଶଙ୍ଖକୁ ବିଜୟ ଶଙ୍ଖ ମଧ୍ୟ କୁହାଯାଏ  । ଏହି ଶଙ୍ଖ ପାଣ୍ଡବଙ୍କ ବଡ ଭାଇ ମହାରାଜା ଯୁଧିଷ୍ଠିରଙ୍କ ପାଖରେ ମଧ୍ୟ ଥିଲା । ଏହା ଏକ ଦୁର୍ଲଭ ଶଙ୍ଖ । ଏହି ଶଙ୍ଖର ମୁଖ ମଧ୍ୟଭାଗରେ ହିଁ ଖୋଲିଥାଏ  । ଘରେ ଏହି ମଧ୍ୟାବର୍ତ୍ତୀ ଶଙ୍ଖକୁ ରଖିଲେ ଅଷ୍ଟସିଦ୍ଧି, ନବନିଦ୍ଧିଙ୍କ ବାସ ହୋଇଥାଏ  ।

ବାମାବର୍ତ୍ତୀ ଶଙ୍ଖ : ଏହି ଶଙ୍ଖ ସର୍ବଦା ବାମ ହାତରେ ହିଁ ଧରାଯାଇଥାଏ । ଏହାର ମୁଖ ବାମ ପଟେ ହିଁ ଖୋଲିଥାଏ  । ଏହି ଶଙ୍ଖକୁ ଦେବ ସ୍ୱରୁପ କୁହାଯାଏ । ଏହି ଶଙ୍ଖର ଉତ୍ପତି ସମୁଦ୍ର ମନ୍ଥନ ସମୟରେ ହିଁ ହୋଇଥାଏ ।

ଗଣେଶ ଶଙ୍ଖ : ଏହି ଶଙ୍ଖର ସ୍ଥାପନା ଘରର ବ୍ରହ୍ମ ସ୍ଥାନରେ କରାଯାଇଥାଏ । ଏହା ଦ୍ୱାରା ଜୀବନରେ ଆସୁଥିବା ସମସ୍ୟା ଦୂର ହୋଇଥାଏ । ଏହା ଭଗବାନ ଗଣେଶଙ୍କ ଆକୃତିର ହୋଇଥାଏ । ଯେଉଁଥିରେ ଗଜାନନଙ୍କ ଶକ୍ତି ସମାହିତ ରହିଥାଏ ।

ଅନ୍ନପୂର୍ଣ୍ଣା ଶଙ୍ଖ : ଏହି ଶଙ୍ଖର ସ୍ଥାପନା ରୋଷେଇ ଘରେ କରାଯାଇଥାଏ । ନବରାତ୍ରି, ରବି ପୁଷ୍ୟ ଯୋଗ, ଗୁରୁ ପୁଷ୍ୟ ଯୋଗରେ ଏହି ଶଙ୍ଖର ସ୍ଥାପନା କରନ୍ତୁ । ନାଲି ଗାଈର କ୍ଷୀର ଏହି ଶଙ୍ଖରେ ଭର୍ତ୍ତି କରି ଘରେ ଛିଞ୍ଚିଲେ ବାସ୍ତୁ ଦୋଷ ଦୂର ହୋଇଥାଏ ।

କାମଧେନୁ ଶଙ୍ଖ : ବାଣୀର ଶକ୍ତିକୁ ପ୍ରବଳ କରିବା ପାଇଁ କାମଧେନୁ ଶଙ୍ଖ ଦର୍ଶନ କରିବା ଏବଂ ତାକୁ ପୂଜା କରିବା ଲାଭଦାୟକ ହୋଇଥାଏ  । ଏହି ଶଙ୍ଖକୁ ଦେବୀଙ୍କ ଚରଣରେ କିମ୍ବା ଗୋଶାଳାରେ ସ୍ଥାପିତ କରିବା ଆବଶ୍ୟକ  । ଋକବେଦ ଅନୁସାରେ ଏହି ଶଙ୍ଖରେ ୩୩ ଦେବତାଙ୍କ ଶକ୍ତି ସମାହିତ  । ଜୀବନର ଶେଷ ସମୟରେ ଏହି ଶଙ୍ଖକୁ ଦର୍ଶନ କିମ୍ବା ଦାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ  ।

ମୋତି ଶଙ୍ଖ : ଏହି ଶଙ୍ଖ ପୂଜା କଲେ ହୃଦ୍ ଜନିତ ରୋଗ, ପେଟ ଏବଂ ନଜର ଲାଗିଥିଲେ ମୁକ୍ତି ମିଳିଥାଏ । ଆୟୁର୍ବେଦରେ ମୋତି ଶଙ୍ଖର ବିଶେଷ ମହତ୍ୱ ରହିଛି । ଛୋଟ ପିଲାଙ୍କୁ ମୋତି ଶଙ୍ଖର ମାଳା ପିନ୍ଧାଇବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ  ।

ବିଷ୍ଣୁ ଶଙ୍ଖ : କାର୍ଯ୍ୟସ୍ଥଳରେ ଏହି ଶଙ୍ଖ ସ୍ଥାପନା କଲେ ଲାଭ ହେବା ସହ ବିବାହ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ସୂର୍ଯ୍ୟ ଶଙ୍ଖ : ଏହି ଶଙ୍ଖ ଦର୍ଶନ ଏବଂ ପୂଜା କଲେ ଚାକିରିରେ ପ୍ରମୋସନ୍ ହୋଇଥାଏ । ଧଳା ରଙ୍ଗର ଏହି ଶଙ୍ଖରୁ ଚମକଦାର ଲାଲ୍ କିରଣ ନିର୍ଗତ ହୋଇଥାଏ  । ପିତୃଦୋଷ ନିବାରଣ କରିବା ପାଇଁ ଏହି ଶଙ୍ଖ ପୂଜା କରିବା ନିତ୍ୟାନ୍ତ ଜରୁରୀ ।

ଦେବଦତ୍ତ ଶଙ୍ଖ : ମହାଭାରତ ଅନୁସାରେ ଅର୍ଜୁନ ଏହି ଶଙ୍ଖ ବଜାଇଥିଲେ  । ଏହି ଶଙ୍ଖକୁ ପୂଜା କରିବା ଦ୍ୱାରା ଦୀର୍ଘାୟୁ ହେବା ସହ ଶତ୍ରୁଙ୍କ ଉପରେ ବିଜୟ ହୋଇଥାଏ  ।

ଆସନ୍ତୁ ଜାଣିବା ପ୍ରତିଦିନ ଶଙ୍ଖ ଫୁଙ୍କିଲେ ଶରୀରକୁ କେଉଁ ପ୍ରକାର ଫାଇଦା ମିଳିଥାଏ।

୧. ଶଙ୍ଖ ବଜାଇବା ଦ୍ୱାରା ମୁତ୍ରପଥ ,ମୁତ୍ରାଶୟ ,ତଳି ପେଟ, ଛାତି ଏବଂ ତଣ୍ଟିର ମାସଂପେଶୀ ସୁସ୍ଥ ରହିଥାଏ ।ଏହା ମଳଦ୍ୱାରର ମାସଂପେଶୀ ମଜଭୁତ  ରହିଥାଏ ।

୨. ଶଙ୍ଖ ଫୁଙ୍କିବା ଦ୍ୱାରା ଆପଣଙ୍କ ଥାଏରଏଡ୍ ଗ୍ରନ୍ଥି ଏବଂ ଭୋକାଲ କର୍ଡସ୍‌ର ସଠିକ ବ୍ୟାୟାମ ହୋଇଥାଏ ।  ଠିକ୍‌ଭାବେ କଥା କହିପାରୁ ନଥିଲେ ପାଟି ଲାଗୁଥିଲେ ଶଙ୍ଖ ଫୁଙ୍କିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

୩. ଶଙ୍ଖ ଫୁଙ୍କିବା ଦ୍ୱାରା  ମାସଂପେଶୀ ପ୍ରସାରଣ  ସଠିକ ଭାବେ ହୋଇଥାଏ ।ଏହା ଚେହେରାର କୁଞ୍ଚନ ଦୂର କରିଥାଏ।

୪. ରାତିରେ ଶଙ୍ଖରେ ପାଣି ଭର୍ତ୍ତି କରି ସକାଳୁ ସେହି ପାଣିକୁ ମୁଁହରେ ମାଲିସ କଲେ  ତ୍ୱଚା ସମ୍ବଦ୍ଧୀୟ ସମସ୍ୟା ଦୂର ହୋଇଥାଏ ।

୫. ଶଙ୍ଖ ଫୁଙ୍କିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ । ଶଙ୍ଖ ବଜାଇବା ସମୟରେ ମୁଣ୍ଡରୁ  ଖରାପ ଚିନ୍ତା ଚାଲିଯାଇଥାଏ। ଏହା ଅନେକ ରୋଗକୁ ମଧ୍ୟ ଦୂର କରିଥାଏ।

୬. ନିୟମିତ ଶଙ୍ଖ ବଜାଉଥିବା ଲୋକଙ୍କୁ ହାର୍ଟଆର୍ଟାକ୍‌ର  ଆଶଙ୍କା ରହେନାହିଁ। ଶଙ୍ଖ ବଜାଇବା ଦ୍ୱାରା ଯକୃତ ସୁସ୍ଥ ରହିଥାଏ ।