ନିୟମିତ ଖାଆନ୍ତୁ ଦହି ! ଡିପ୍ରେସନ୍ ଦୂର ହେବା ସହ ବିଭିନ୍ନ ରୋଗରୁ ମିଳିବ ରକ୍ଷା

0
101
health benefit of curd
Health Benefits of Curd

ଦହି ଅଧିକାଂଶ ଭାରତୀୟଙ୍କ ଲୋକପ୍ରିୟ ଖାଦ୍ୟ  । ଦହି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ  । ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ଦହି  । ଏକ ସର୍ବେକ୍ଷଣରୁ ଜଣାପଡଛି ଦହିରେ ମହଜୁଦ ବ୍ୟାକ୍ଟେରିଆ ଅବସାଦ ଦୂର କରିବାରେ ସାହଯ୍ୟ କରିଥାଏ । ତେଣୁ ସକାଳ ହେଉ ବା ଦିନ ବେଳା  ନିୟମିତ  ଦହି ଖାଇବା ଉଚିତ୍ ।

– ନିୟମିତ ଦହି ଖାଇଲେ ରକ୍ତ ପ୍ରବାହରେ ସୁଧାର ଆସିବା ସହ ଦୁର୍ବଳ ମଧ୍ୟ ଲାଗିନଥାଏ । ଏହା ସହ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।

– ପେଟ ଏବଂ ଗ୍ୟାସ୍ ସମ୍ବନ୍ଧିତ ସମସ୍ୟା ଦୂର କରିଥାଏ ଦହି ।

–  ସେହିପରି ପେଟ ଗରମ ରହୁଥିଲେ ଭାତ ସହ ଦହି ଖାଆନ୍ତୁ ।

–ପ୍ରତିଦିନ ଦହି ଖାଇଲେ ହାଡ ମଜଭୂତ ହୋଇଥାଏ । କାରଣ ଦହିରେ ପ୍ରଚୁର ପରିମାଣର କ୍ୟାଲସିୟମ୍ ରହିଛି ।

– ଉଚ୍ଚରକ୍ତଚାପ ଏବଂ ହୃଦ୍ ଜନିତ ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଥିଲେ ପ୍ରତିଦିନ  ଦହି ଖାଆନ୍ତୁ । ଏହା ସହ ଦହି ଶରୀରରେ ବଢୁଥିବା କୋଲେଷ୍ଟ୍ରଲକୁ ମଧ୍ୟ ଅଟକାଇଥାଏ ।

–ପ୍ରତିଦିନ ଦହି ଖାଇଲେ ଭଲ ନିଦ ଆସିଥାଏ ।

– ଆପଣଙ୍କର ତୁଣ୍ଡ ଘା’ ହେଉଥିଲେ ଦିନକୁ ଦୁଇ ଥର ପାଟିରେ ଦହି ଲଗାନ୍ତୁ ।

ଦହି ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ବଢାଇଥାଏ :

-ଦହିରେ କାକୁଡି, ଅମୃତଭଣ୍ଡା ଏବଂ କାକୁଡି ରସ ମିଶାଇ ଲଗାନ୍ତୁ । ନିୟମିତ ଏହି ପେଷ୍ଟ ଲଗାଇଲେ ତ୍ୱଚାରେ ଚମକ ଆସିଥାଏ । ବିଶେଷ କରି ଶୀତ ଦିନେ ଏହି ମିଶ୍ରଣ ତ୍ୱଚା ପାଇଁ ଖୁବ୍ ଭଲ  ।

-ଗଳା, ହାତ ଏବଂ ମୁହଁରେ ଦହିରେ ଲେମ୍ବୁ ରସ ମିଶାଇ ଲଗାଇବା ଦ୍ୱାରା ମୃତ କୋଷ ବାହାରି ଯାଇଥାଏ  । ଫଳରେ ତ୍ୱଚାରେ ଚମକ ବଢିଥାଏ ।

-ବେସନରେ ଦହି ମିଶାଇ ରାତିରେ ଶୋଇବା ପୂର୍ବରୁ ଆଖି ତଳେ ଲଗାନ୍ତୁ । ପ୍ରାୟ ଅଧ ଘଂଟା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ସପ୍ତାହରେ ପ୍ରାୟ ୩-୪ ଥର ଏପରି କରନ୍ତୁ । ନିୟମିତ ଏପରି କଲେ ଆଖି ତଳ କଳା ଦାଗ ଦୂର ହୋଇଯାଏ  ।

-ସେହିପରି ସପ୍ତାହରେ ୨ – ୩ ଥର ଦହିକୁ ମୁହଁରେ ଧୀରେ ଧୀରେ ମାଲିସ୍ କରନ୍ତୁ  । ଏପରି କରିବା ଦ୍ୱାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ  ।

-ପ୍ରତିଦିନ ଦହି ଖାଇବା ଦ୍ୱାରା କେଶ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ  । ଏହା ସହ ନଖ ମଧ୍ୟ କୋମଳ ରହିଥାଏ