ଘରେ ତୁଳସୀ ଗଛ ଥିଲେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ ଭୁଲ୍ ! ପଡିପାରେ ନକରାତ୍ମକ ପ୍ରଭାବ

0
854
dont do vastu mistakes in Tulsi

ପ୍ରତ୍ୟେକ ହିନ୍ଦୁ ଘରର ଅଗଣାରେ ତୁଳସୀ ଚଉରାଟିଏ ଦେଖିବାକୁ ମିଳେ । ହିନ୍ଦୁମାନେ ତୁଳସୀ ବୃକ୍ଷକୁ ବୃନ୍ଦାବତୀ ଦେବୀଙ୍କ ସ୍ୱରୂପ ମାନି ପୂଜା କରିଥାନ୍ତି । ଏହା ଏକ ପବିତ୍ର ଏବଂ ଉପକାରୀ ବୃକ୍ଷ । ହିନ୍ଦୁ ଧର୍ମ ରେ ‘ ତୁଳସୀ ’ଙ୍କୁ ମାତା ବୋଲି କୁହାଯାଉଛି ।  ‘ ତୁଳସୀ ’ ଗଛ ଏକ ପ୍ରକାରର ମାତା ମହାଲକ୍ଷ୍ମୀଙ୍କ ରୂପ ବୋଲି ମଧ୍ୟ  କୁହାଯାଏ । ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କର ବହୁତ ପ୍ରିୟ। ପ୍ରତିଟି ଶୁଭକାମରେ ତୁଳସୀ ପତ୍ରକୁ ବ୍ୟବହାର କରାଯାଏ। ପ୍ରତି ହିନ୍ଦୁ ଘରେ ନିତ୍ୟ ସକାଳେ ତୁଳସୀଙ୍କ ପାଖରେ ପାଣି ଢ଼ାଳି ଦିନର ଆରମ୍ଭ କରାଯାଇଥାଏ । ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ଆଉ ପୂଜନୀୟ ସ୍ଥାନ ଦିଆ ଯାଇଛି । ଘରକୁ କୌଣସି  ବିପରୀତ ଶକ୍ତି ଆସୁଥିଲେ, ତାକୁ  ବାଧା  ପହଞ୍ଚାଏ ତୁଳସୀ । ଯଦି ଆପଣଙ୍କ ଘର ଉପରକୁ କୌଣସି ବିପଦ ଆସେ ତେବେ ତୁଳସୀ ଗଛ ଆପେ ଆପେ ଶୁଖିଯାଇଥାଏ । ଏବେ ନଜର ପକାନ୍ତୁ ଘରେ ତୁଳସୀ ଗଛ ଥିଲେ କେଉଁ ବିଶେଷ ଦିଗ ଉପରେ ଧ୍ୟାନ ଦେବା ଉଚିତ୍  ।

  • ଏକଥା ସତ ଯେ ପୂଜା ପାଠ ସମୟରେ ତୁଳସୀର ବ୍ୟବହାର କରାଯାଏ । କିନ୍ତୁ ଭଗବାନ୍ ଶିବଙ୍କର ପୂଜା କରିବା ସମୟରେ ଭୁଲରେ ବି ତୁଳସୀକୁ ବ୍ୟବହାର କରନ୍ତୁ ନାହିଁ । ତୁଳସୀ ପତ୍ରକୁ କେବେ ହେଲେ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ନାହିଁ। ଏହାଦ୍ୱାରା ଶିବ ଭକ୍ତଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାଆନ୍ତି।
  • ରବିବାର, ଏକାଦଶୀ, ଚନ୍ଦ୍ରଗ୍ରହଣ ଓ ସୂର୍ୟ୍ୟପରାଗ ଦିନ ତୁଳସୀ ବୃକ୍ଷରୁ ପତ୍ର ଛିଣ୍ଡାବାକୁ ବାରଣ କରାଯାଇଥାଏ। କାରଣ ଏହି ଦିନ ତୁଳସୀ ପତ୍ର ଛିଣ୍ଡାଇଲେ ଅଶୁଭ ସଙ୍କେତ ଧରାଯାଇଥାଏ।
  • ଯଦି ଆପଣ ମହାଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହାଁନ୍ତି ତେବେ ପ୍ରତିଦିନ ସଂଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଗୋଟିଏ ଦୀପ ଜଳାନ୍ତୁ । ଏପରି କରିବା ଦ୍ୱାରା ଆପଣ ଏବଂ ଆପଣଙ୍କ ଘର ଉପରେ ସର୍ବଦା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ।
  • ଅଗଣାରେ ତୁଳସୀ ରହିବା ଦ୍ୱାରା ଆନେକ ବାସ୍ତୁ ଦୋଷ କଟିଯାଇଥାଏ । ଏବଂ ପରିବାରର ଆର୍ଥିକ ସ୍ଥିତି ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ ।
  • ଆୟୁର୍ବେଦରେ ତୁଳସୀ ଗଛକୁ ସଂଜୀବନୀର ଆଖ୍ୟା ଦିଆଯାଇଛି । ତେଣୁ ଅଧିକାଂଶ ସମୟରେ ଏହାକୁ ନଚୋବାଇ ସିଧା ଗିଳିଦେବା ଉଚିତ୍ ।
  • ତୁଳସୀ ଗଛ ମଉଳି ଗଲେ ଶୁଖିଯାଇଛି ବୋଲି ନକହି ‘ନାରାୟଣ’ ହୋଇଗଲେ ବୋଲି କହନ୍ତି। ନାରାୟଣ ହୋଇଯାଇଥିବା ତୁଳସୀଗଛକୁ ଘରେ ରଖନ୍ତୁ ନାହିଁ । ଏହାକୁ ରଖିଲେ ଘର ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହାକୁ ନେଇ କୌଣସି ନଦୀରେ ବିସର୍ଜନ କରି ନୂତନ ଗଛ ଆଣି ଘରେ ରୋପଣ କରନ୍ତୁ।
  • ତୁଳସୀ ଗଛକୁ ମହାଶକ୍ତି ଭାବେ ପ୍ରତିଦିନ ସକାଳେ ପୂଜା କରଯାଏ। ତୁଳସୀ ଗଛ ଘରେ ରହିଲେ ଏଥିରୁ ପ୍ରଚୁର ପରିମାଣ ଅମ୍ଳଜାନ ଗୃହମଧ୍ୟକୁ ପ୍ରବେଶ କରିଥାଏ। ତୁଳସୀ ପତ୍ରର ମହକ ଖୁବ୍ ମୂଲ୍ୟବାନ, ଏହା ବାୟୁକୁ ଶୁଦ୍ଧ କରିଥାଏ। ନିଶ୍ୱାସରେ ଯଦି ତୁଳସୀ ପତ୍ରର ମହକ ବାଜେ ତେବେ ଶରୀରରୁ ଅନେକ ସଂକ୍ରମଣ ରୋଗ ହ୍ରାସ ପାଇଥାଏ। ପ୍ରଦିଦିନ ସନ୍ଧ୍ୟାରେ ତୁଳସୀ ଚଉଁରା ମୂଳେ ଘିଅ ଦୀପ ଜାଳନ୍ତୁ। ଏହା ଦ୍ୱାରା ଗୃହକୁ ସକରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ।
  • ତୁଳସୀ ପତ୍ରକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ। ପ୍ରତିଦିନ ଦୁଇଟି ତୁଳସୀ ପତ୍ରକୁ ସେବନ କରିବା ଦ୍ୱାରା ଶରୀରର ରୋଗପ୍ରତିରୋଧ ଶକ୍ତି ବୃଦ୍ଧି କରାଇବା ସହିତ ଥଣ୍ଡା ଜ୍ୱର ଆଦି ରୋଗ ହୁଏ ନାହିଁ।

ତୁଳସୀର ଔଷଧୀୟ ଗୁଣ :

ତୁଳସୀରେ ଔଷଧୀୟ ଗୁଣ ଭରି ରହିଛି । ଜ୍ୱର, ଶୁଖିଲା କାଶ ଏବଂ ଥଣ୍ଡା କାଶ ଆଦିରୁ ମୁକ୍ତି ଚାହୁଁଥିଲେ  ତୁଳସୀ ପତ୍ରକୁ ଅଦା ଏବଂ ମହୁ ସହିତ ସମାନ ମାତ୍ରାରେ ମିଶାଇ ଖାଆନ୍ତୁ ।

  • ଅଧା ଲିଟର ପାଣିରେ ତୁଳସୀ ପତ୍ର , ସାଧା ଲୁଣ ଏବଂ ଲବଙ୍ଗ ମିଶାଇ ଫୁଟାନ୍ତୁ । ଏହି ପାଣି ଫୁଟି ଅଧା ହୋଇଯିବା ପରେ ଓହ୍ଲାଇ ଦିଅନ୍ତୁ । ଏହି ପାଣି ପିଇଲେ ଇନଫ୍ଲୁଏଞ୍ଜା ରୋଗ ଭଲ ହୋଇଥାଏ ।
  • ହୃଦରୋଗ ପାଇଁ ଲାଭ ଦାୟକ ତୁଳସୀ । ନିୟମିତ ତୁଳସୀ ପତ୍ର ଖାଇଲେ କୋଲେଷ୍ଟ୍ରଲର ମାତ୍ରା କମିଥାଏ । ଏହା ସହ କାଛୁ କୁଣ୍ଡିଆ ଆଦି ରୋଗ ପାଇଁ ତୁଳସୀ ପତ୍ର ଲାଭ ଦାୟକ ।
  • ସେହିପରି ଆଖି ବ୍ୟଥା ହେଉଥିଲେ ତୁଳସୀ ପତ୍ରର ରସ ଆଖିରେ ପକାନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କଳା ତୁଳସୀ ପତ୍ର ରସ ଆଖିରେ ପକାଇବା ଦ୍ୱାରା ଅଖି ବ୍ୟଥା ଭଲ ହୋଇଥାଏ ।
  • ଦାନ୍ତର ବିଭିନ୍ନ ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଏ ତୁଳସୀ । ତୁଳସୀ ପତ୍ରକୁ ଖରାରେ ଶୁଖାଇ ଗୁଣ୍ଡ କରି ଦନ୍ତମଞ୍ଜନ ସହ ମିଶାଇ ବ୍ୟବହାର କରନ୍ତୁ । ଏପରି ନିୟମିତ କଲେ ଦାନ୍ତ ଜନିତ ସମସ୍ୟା ଭଲ ହୋଇଥାଏ ।
  • ତୁଳସୀ ପତ୍ର ବ୍ୟବହାର କରିବା ଦ୍ୱାରା ଛୋଟ ପିଲାଙ୍କ ଥଣ୍ଡା, କାଶ, ଜ୍ୱର, ବାନ୍ତି ଏବଂ ଡାଇରିଆ ଭଳି ରୋଗ ଭଲ ହୋଇଥାଏ । ଏହା ତୁଳସୀ ପତ୍ର ବ୍ୟବହାର ରକ୍ତକୁ ଶୁଦ୍ଧ କରିଥାଏ । ଯାହା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।