ଫେସବୁକରେ ଶେୟାର୍ କରନ୍ତୁ ନାହିଁ ଏହି ୭ଟି ତଥ୍ୟ !

    0
    78
    dont share these on Facebook

    ଯୁବପିଢୀଙ୍କ ରୁଚିକୁ ଧ୍ୟାନ ଦେଇ ତିଆରି ହେଉଛି ବିଭିନ୍ନ ସୋସିଆଲ୍ ମିଡିଆ । ସେହିପରି ବିଶ୍ୱର ଅଗ୍ରଣୀ ସୋସିଆଲ୍ ମିଡିଆ ମଧ୍ୟରେ ଅନ୍ୟତମ ଫେସବୁକ୍ । ଫେସବୁକ୍ ବ୍ୟବହାର କାରୀ ନିଜର ପ୍ରତ୍ୟେକ ଛୋଟରୁ ବଡ କଥା ଶେୟାର୍ କରିଥାନ୍ତି । ତେବେ କଣ ଆପଣ ଜାଣନ୍ତି ଯେଉଁ ତଥ୍ୟ ଆପଣ ଶେୟାର୍ କରୁଛନ୍ତି ସେଥିପାଇଁ ଅନେକ ସମୟରେ ଆକାଉଂଟ୍ ହ୍ୟାକ୍ ମଧ୍ୟ ହେବାର ସମ୍ଭାବନା ଥାଏ । ତେବେ ଜାଣନ୍ତୁ ନିଜର କେଉଁ ଗୋପନୀୟ କଥା ଫେସବୁକରେ ଶେୟାର୍ କରିବା ଅନୁଚିତ୍ । କାରଣ ଏହାକୁ ଧ୍ୟାନ ନଦେଲେ ପର ମୁହୂର୍ତ୍ତରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

    ଫୋନ୍ ନମ୍ବର :

    ଫେସବୁକ୍ ବେଳେ ବେଳେ ବ୍ୟବହାର କାରୀଙ୍କ ପ୍ରୋଫାଇଲକୁ ସୁରକ୍ଷିତ ରଖିବା ପାଇଁ ଫୋନ୍ ନମ୍ବର ମାଗିଥାଏ । ଭୁଲରେ ବି ନିଜର ଫୋନ୍ ନମ୍ବର ଶେୟାର୍ କରନ୍ତୁ ନାହିଁ । କାରଣ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣ ସମସ୍ୟାରେ ପଡିପାରନ୍ତି ।

    ଜନ୍ମ ତାରିଖ ଏବଂ ଠିକଣା :

    ଫେସବୁକରେ ନିଜର ଜନ୍ମ ତାରିଖ ଏବଂ ଠିକଣା ସେୟାର୍ କରନ୍ତୁ ନାହିଁ । କାରଣ ଏହା ଦ୍ୱାରା ହ୍ୟାକରମାନେ ଆରାମରେ ଆପଣଙ୍କ ବ୍ୟାଙ୍କ୍ ଆକାଉଂଟ୍ ହ୍ୟାକ୍ କରିପାରିବେ ।

    ଲୋକେସନ୍ :

    ଘରେ ପହଂଚିବା ପରେ କିମ୍ବା ଘରେ ଥିବା ସମୟରେ ଲୋକେସନ୍ ଟ୍ୟାଗ୍ କରି କୌଣସି ପୋଷ୍ଟ କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ଘର ଠିକଣା ସମସ୍ତେ ଜାଣିଯିବେ । ଯଦି କେହି ଆପଣଙ୍କୁ ଫଲୋ କରୁଥିବ ତେବେ ତାକୁ ସହଜ ହେବ ଆପଣଙ୍କ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ।

    ସ୍କୁଲ୍ ଠିକଣା :

    ନିଜ ପିଲାମାନଙ୍କ ସ୍କୁଲର ଠିକଣା ଫେସବୁକରେ ଶେୟାର୍ କରନ୍ତୁ ନାହିଁ । କାରଣ ଏହା ଦ୍ୱାରା ପିଲାମାନଙ୍କ ସୁରକ୍ଷା ବିପଦରେ ପଡିପାରେ ।

    କ୍ରେଡିଟ୍ କାର୍ଡ ତଥ୍ୟ :

    କୌଣସି ବି ପରିସ୍ଥିତିରେ ନିଜ କ୍ରେଡିଟ୍ କାର୍ଡର ସବିଶେଷ ତଥ୍ୟ ଫେସବୁକରେ ଦିଅନ୍ତୁ ନାହିଁ ।

    ଲୋକସେନ୍ ସର୍ଭିସ୍ :

    ଫେସବୁକ୍ ବ୍ୟବହାର କରିବା ସମୟରେ ଲୋକେସନ୍ ସର୍ଭିସ୍ ବନ୍ଦ ରଖନ୍ତୁ । ନଚେତ୍ ଆପଣଙ୍କ ଲୋକସନ୍ ଜଣାପଡିଯିବ ।

    ରିଲେସନସିପ୍ ଷ୍ଟାଟସ୍ :
    ନୂଆ ସଂପର୍କରେ ଯୋଡି ହେବା ପରେ ଅନେକ ଲୋକ ଫେସବୁକରେ ନିଜ ରିଲେସନସିପ୍ ଷ୍ଟାଟସ୍ ଅପଡେଟ୍ କରିଥାନ୍ତି । କିନ୍ତୁ ଏପରି କରିବା ଅନୁଚିତ୍ । କାରଣ ପର ମୁହୂର୍ତ୍ତରେ ଯଦି ସେହି ସଂପର୍କ ଭାଙ୍ଗି ଯାଏ ତେବେ ଆଉଥରେ ଷ୍ଟାଟସ୍ ଅପଡେଟ୍ କରିବାକୁ କଷ୍ଟ ହୋଇଥାଏ ।

    ଆକାଉଂଟକୁ ସୁରକ୍ଷିତ ରଖିବା ପାଇଁ ଫେସବୁକ୍ ନୂଆ ନୂଆ ସିକ୍ୟୁରିଟି ଫିଚର୍ ନିଜ ପେଜରେ ଯୋଡି ଚାଲିଛି । ଫଳରେ ହ୍ୟାକର ମାନେ ମଧ୍ୟ ଫେସବୁକ୍ ଆକାଉଂଟ୍ ହ୍ୟାକ୍ କରିବା ପାଇଁ ନୂଆ ନୂଆ ଉପାୟ ବାହାର କରୁଛନ୍ତି । ଏବେ ଆକାଉଂଟ୍ ହ୍ୟାକ୍ କରିବା ପାଇଁ ଏକ ମେମେ ଭାଇାରାଲ୍ ହେବାରେ ଲାଗିଛି । ଏହି ମେମେ ଜରିଆରେ ହ୍ୟାକର୍ସ କିଛି ସହଜ ପ୍ରଶ୍ନ ପଚାରି ଆକାଉଂଟ୍ ତଥ୍ୟ ଚୋରି କରୁଛନ୍ତି ।

    ସୂଚନା ଅନୁଯାୟୀ, ଏହି ମେମେ ଜରିଆରେ ଆପଣ ଯାଇଥିବା ୧୦ଟି କନସର୍ଟ ନାଁ ଫେସବୁକରେ ଦେବାକୁ ପଡିବ । ତେବେ ତା ଭିତରୁ ଗୋଟିଏ ଉତ୍ତର ଭୁଲ୍ ହେବ । ଏହା ପରେ ଆପଣଙ୍କ ସାଙ୍ଗ ମାନଙ୍କ ଅନୁମାନ କରି କହିବାକୁ ପଡିବ ଯେ ଆପଣ ଯାଇଥିବା ୧୦ଟି କନସର୍ଟ ମଧ୍ୟରୁ କେଉଁଟା ଆପଣଙ୍କ ପ୍ରଥମ କନସର୍ଟ ।

    ତେବେ ମଜାଦାର ଲାଗୁଥିବା ଏହି ଖେଳ ପଛରେ କିନ୍ତୁ ଲୁଚି ରହିଛି ବହୁତ ବଡ ସିକ୍ୟୁରିଟି ରିସ୍କ । କାରଣ ଆପଣ ଯାଇଥିବା ପ୍ରଥମ କନସର୍ଟ ହିଁ ଏକ ଗୁପ୍ତ ପ୍ରଶ୍ନ । ଯେମିତି ହିଁ ଉତ୍ତର ଦେବା ପାଇଁ ଏହି ପ୍ରଶ୍ନ ଉପରେ କ୍ଲିକ୍ କରିବେ କିଛି କ୍ଷଣ ମଧ୍ୟରେ ଆପଣଙ୍କ ଫେସବୁକ୍ ଆକାଉଂଟ୍ ହ୍ୟାକ୍ ହୋଇଯିବ । ତେଣୁ ଯେବେ ବି ଏପରି କିଛି ପ୍ରଶ୍ନ ଆପଣଙ୍କୁ ଆସେ ତେବେ ଏହାର ଉତ୍ତର ଦିଅନ୍ତୁ ନାହିଁ ।