ବୃହସ୍ୱତିଙ୍କ ବାର ହେଉଛି ଗୁରୁବାର ! ଜାଣନ୍ତୁ ଏହି ଦିନ କଣ କରିବେ କଣ ନକରିବେ

0
144
Laxmi-puja-manabasa-gurubar-thursday

ଭାରତୀୟ ପରମ୍ପରା ଅନୁଯାୟୀ ସପ୍ତାହକ ସାତ ଦିନର ଅଲଗା ଅଲଗା ମହତ୍ତ୍ୱ ରହିଥାଏ । ଏହି ଦିନ ମଧ୍ୟରୁ ଗୁରୁବାରକୁ ଧର୍ମର ଦିନ ବା ବୃହସ୍ପତିର ଦିନ ବୋଲି ବିଶ୍ୱାସ ରହିଛି । ସାଧାରଣତଃ  ବୃହସ୍ପତି ହେଉଛନ୍ତି ବିଦ୍ୟା,ବୁଦ୍ଧି, ସୁଖ ଏବଂ ସୌଭାଗ୍ୟ ପ୍ରାପ୍ତିର ଅଧିଷ୍ଠାତା ।  ଏହି ଦିନ ବୃହସ୍ପତିଙ୍କ ପ୍ରଭାବ ସିଧାସଳଖ ଆମ ଜୀବନ ଉପରେ ପଡିଥାଏ । ଆଉ ଯଦି କେହି ବ୍ୟକ୍ତି ଭଗବାନ ବୃହସ୍ପତିଙ୍କୁ ପୂଜା ଆରଧାନା ମାଧ୍ୟମରେ ସନ୍ତୁଷ୍ଟ କରିଦିଏ, ତେବେ ତାଙ୍କ ଉପରେ ବୃହସ୍ପତିଙ୍କ କୃପାଦୃଷ୍ଟି ପଡ଼ିଥାଏ। ତେଣୁ ଗୁରୁବାରକୁ ସ୍ୱତନ୍ତ୍ର ଦିନ ଭାବେ ଗ୍ରହଣ କରାଯାଇଛି । ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କଣ କରିବା ଉଚିତ୍‌ ଏବଂ କଣ କରିବା ଅନୁଚିତ୍‌ ।

କରନ୍ତୁ ନାହିଁ ଏହି ସବୁ କାମ:

  • ଶାସ୍ତ୍ର ଅନୁସାରେ, ଗୁରୁବାର ଦିନ ମହିଳାମାନଙ୍କୁ କେଶ ସଫାକରିବାକୁ ମନା କରାଯାଇଛି । କେଶରେ ତୈଳ ମର୍ଦ୍ଦନ କରିବାକୁ ମଧ୍ୟ ବାରଣ କରାଯାଇଛି । କାରଣ ମହିଳାମାନଙ୍କ ରାଶିରେ ବୃହସ୍ପତିକୁ ସ୍ୱାମୀର କାରକ ବୋଲି କୁହାଯାଏ । ଯାହା ଉଭୟ ସ୍ୱାମୀ ଏବଂ ସନ୍ତାନଙ୍କ ଜୀବନକୁ ପ୍ରଭାବିତ କରିଥାଏ ।
  • ଏହି ଦିନଟିରେ ନଖ , କେଶ କିମ୍ବା ଦାଢ଼ିକାଟିବାକୁ ମଧ୍ୟ ଶାସ୍ତ୍ରରେ ବାରଣ କରାଯାଇଛି । ତେବେ ପୌରାଣିକ କଥା ଅନୁସାରେ ବୃହସ୍ପତି ଗ୍ରହକୁ ଜୀବ ତଥା ଜୀବନ ବୋଲି କୁହାଯାଇଛି । ଜୀବନ ହେଉଛି ଆମ ଆୟୁ ସଦୃଶ୍ୟ । ଯଦି ଗୁରୁବାର ଦିନ ମହିଳାମାନେ କେଶ କିମ୍ବା ନଖ କାଟିଥାନ୍ତି ତେବେ ଏହାଦ୍ୱାରା ବୃହସ୍ପତି ଗ୍ରହ ଦୃର୍ବଳ ହୋଇପଡିଥାଏ । ଏବଂ ଆୟୁ ଉପରେ ତାର ବହୁ ମାତ୍ରାରେ ପ୍ରଭାବ ପଡିଥାଏ ।
  • ଏଥିସହ ଆପଣ ଆପଣଙ୍କର ଘରକୁ ମଧ୍ୟ ପୋଛା ଦିଅନ୍ତୁ ନାହିଁ ଗୁରୁବାର ଦିନ ଘର ସଫାକରିବା କିମ୍ବା କପଡା ସଫାକରିବା ଆଦୌ ଉଚିତ ନୁହେଁ । କାରଣ, ଏହା କରିବାଦ୍ୱାରା ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥିବାବେଳେ ସ୍ୱାମୀଙ୍କ କାରବାରରେ ମଧ୍ୟ ଗଭୀର ପ୍ରଭାବ ପଡିଥାଏ । ଏହି ଦିନରେ ଘର ମଧ୍ୟରୁ  ଲୁହା ତିଆରି ସାମଗ୍ରୀକୁ ବାହାରକୁ ନେବା ବର୍ଜନୀୟ ବୋଲି କୁହାଯାଇଛି
  • ବାପା, ଗୁରୁ ଓ ସାଧୁସନ୍ଥ ହେଉଛନ୍ତି ବୃହସ୍ପତିଙ୍କ ପ୍ରତିନିଧି। କେବେବି ଏମାନଙ୍କୁ ଅପମାନିତ କରନ୍ତୁ ନାହିଁ।

କରନ୍ତୁ ଏହି ସବୁ କାମ:

  • ଲକ୍ଷ୍ମୀ ନାରାୟଣଙ୍କ ଦିନ ହେଉଛି ଗୁରୁବାର । ତେଣୁ ଏହି ଦିନ ମାତା ଲକ୍ଷ୍ମୀ ଏବଂ  ଭଗବାନ ନାରାୟଣଙ୍କୁ ପୂଜା କଲେ ଜୀବନ ଖୁସି ଆସିଥାଏ  । ଏହି ଦିନ ଲକ୍ଷ୍ମୀ ନାରାୟଣଙ୍କୁ ଏକାଠି ପୂଜା କଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୂରତା ଆସିନଥାଏ  । ଏହା ସହ ଧନ ବୃଦ୍ଧି ହୋଇଥାଏ ।
  • ଯଦି ଆପଣ ଆପଣଙ୍କ ଘରର କୌଣସି ସଦସ୍ୟଙ୍କ ବିବାହରେ ବାଧାକୁ ନେଇ ଚିନ୍ତିତ ରହିଛନ୍ତି ,ତେବେ ଆପଣଙ୍କୁ ଭଗବାନ ବୃହସ୍ପତିଙ୍କ ସମ୍ମୁଖରେ ଏକ ଦୀପକୁ ଜଳାଇବାକୁ ହେବ। ଏଥିସହିତ ଆପଣଙ୍କୁ ହଳଦୀର ତିଳକକୁ ନିଜ ମୁଣ୍ଡରେ  ଲଗାଇ, ହଳଦିଆ ରଂଗର ଫୁଲ ଏବଂ କେଶରରେ ତିଆରି ବର୍ଫିକୁ ଭଗବାନ ବୃହସ୍ପତିଙ୍କୁ ଅର୍ପିତ କରିବାକୁ ହେବ।ଏହାପରେ ଆପଣଙ୍କୁ ଭୋଗ ଲଗାଇବା ସହିତ ‘ଓମ୍‌ ଐଂ  କ୍ଲୀଂ ବୃହସ୍ପତୟେ ନମଃ’ ମନ୍ତ୍ରକୁ  ହଳଦୀର  ଗଣ୍ଠିରେ ତିଆରି ହୋଇଥିବା  ମାଳାକୁ ଧରି କରିବାକୁ ହେବ।
  • ଆଉ ଯଦି ଆପଣ କଣ୍ଠମାଳା ବା ଗଳା  ଜନିତ କୌଣସି ହେଲେ ବି ରୋଗରେ ପୀଡ଼ିତ ହୋଇଛନ୍ତି,ତେବେ ଆପଣଙ୍କୁ ଗୁରୁବାର ଦିନ ଠାରୁ ଆରମ୍ଭ କରି ପ୍ରତ୍ୟେକ ଦିନ  ‘ଓମ୍‌ ଐଂ  କ୍ଲୀଂ ବୃହସ୍ପତୟେ ନମଃ’ ମନ୍ତ୍ରକୁ ଜପ କରିବାକୁ ପଡ଼ିବ।
  • ଯଦି ଆପଣ ବି ଆପଣଙ୍କ ନିଦ୍ରା ଜନିତ ସମସ୍ୟାକୁ ନେଇ ଚିନ୍ତିତ ରହିଛନ୍ତି ,ତେବେ ଚିନ୍ତା କରନ୍ତୁ ନାହିଁ। ବରଂ ଆପଣ ଗୁରୁବାର ଦିନକୁ  କେବାଂଚର ଚେରକୁ ପେଶି କରି ନିଜର ମଥାରେ ଲଗାନ୍ତୁ। ଆଉ ଏପରି ଆପଣଙ୍କୁ ୧୧ଟି ଗୁରୁବାର ପର୍ଯ୍ୟନ୍ତ ଲଗାତାର କରିବାକୁ ହେବ।ଏହାଦ୍ୱାରା  ନିଦ୍ରା ଜନିତ ସମସ୍ୟାଟି  ଦୂର ହୋଇଥାଏ।
  • ଯଦି ଆପଣ ଆପଣଙ୍କ ଜୀବନରେ ଶତ୍ରୁମାନଙ୍କ ପାଇଁ ଏବଂ ପାରିବାରିକ କଳହ କାରଣରୁ ଚିନ୍ତିତ ରହିଥାଆନ୍ତି;ତେବେ ଆପଣଙ୍କୁ  କୌଣସି ଏକ ଗୁରୁବାର ଦିନରେ  ଶୁଭ ମୁହୂର୍ତ୍ତ ବାହାର କରି ସେହି ସମୟରେ ଓସ୍ତ ବୃକ୍ଷ ପାଖରେ ହୋମ କରିବାକୁ  କରିବାକୁ ପଡ଼ିବ। ଏହାକୁ କରିବା ଦ୍ୱାରା ଆପଣଙ୍କର ସମସ୍ୟା କୁଆଡ଼େ ସବୁ ପଳେଇବ।
  • ଯଦି କୌଣସି ଯୁବତୀଙ୍କର ବିବାହରେ କିଛି ବି ହେଲେ ସମସ୍ୟା ହେଉଛି, ତେବେ  ଉକ୍ତ ଯୁବତୀ ଜଣଙ୍କୁ ଶୁକ୍ଳ ପକ୍ଷରେ ପଡ଼ୁଥିବା କୌଣସି ଗୁରୁବାରଠାରୁ ଆରମ୍ଭ କରି ୧୧ଟି ଗୁରୁବାର ପର୍ଯ୍ୟନ୍ତ  ପାଣିରେ ହଳଦୀକୁ ମିଶ୍ରଣ କରି ସ୍ନାନ କରିବାକୁ ହେବ। ଏହା କରିବା ଯୋଗୁଁ ଯୁବତୀଙ୍କ ବିବାହ ଯୋଗଟି ଜଲ୍‌ଦି ହୋଇଥାଏ ବୋଲି ବିଶ୍ୱାସ ରହିଛି।
  • ଏଥିସହିତ ଯଦି ଆପଣ ଆପଣଙ୍କ ଧନ ଜନିତ ସମସ୍ୟାକୁ ନେଇ ଚିନ୍ତିତ ରହିଛନ୍ତି ,ତେବେ ଆପଣଙ୍କୁ ଜଳକୁମ୍ଭୀ ଏବଂ ୫ଟି ଗଣ୍ଠି ବିଶିଷ୍ଟ ହଳଦୀର ଖଣ୍ଡକୁ ନେଇ ଏକ ହଳଦିଆ କପଡ଼ାରେ ଭର୍ତ୍ତି କରି  ଘରର ସିନ୍ଦୁକ ମଧ୍ୟରେ ରଖିଦେବାକୁ ହେବ। ଏହା କରିବା ଦ୍ୱାରା ଆପଣଙ୍କ ଧନରେ ବୃଦ୍ଧି ହୋଇବ!