ଅନେକ ରୋଗ ପାଇଁ ରାମବାଣ ପରି କାମ କରିଥାଏ ପାନ ! ଜାଣନ୍ତୁ ଏହାର ଔଷଧୀୟ ଗୁଣ

0
164
Health Benefits of eating Betel

ଆମ ଦେଶରେ ପାନ ଖାଇବା ଏକ ସାଧାରଣ କଥା  । ଏପରିକି ଭାରତ ପରି ଦେଶରେ ଖାଇବା ପରେ ପାନ ଖାଇବାକୁ ଏକ ପରମ୍ପରା ବୋଲି କୁହାଯାଏ  । ଭାରତୀୟ ସଂସ୍କୃତିରେ ପାନର ସ୍ଵତନ୍ତ୍ର ସ୍ଥାନ ରହିଛି । ଅତିଥି, ବନ୍ଧୁବାନ୍ଧବ, ବ୍ରାହ୍ମଣବୈଷ୍ଣବ ଘରକୁ ଆସିଲେ ଗୃହସ୍ଥ ପାନଟିଏ ବଢ଼ାଇ ଦେଇ ଅତିଥି ଚର୍ଜା ଆରମ୍ଭ କରନ୍ତି । ଈଷ୍ଟ ପୂଜନ, ପିତୃପିଣ୍ଡ, ଦାନ, ପ୍ରୀତିଭୋଜନ, ଯଜ୍ଞାଦି ମାଙ୍ଗଳିକ କାର୍ଯ୍ୟରେ ପାନର ଉପସ୍ଥିତି ଅପରିହାର୍ଯ୍ୟ । ଓଡ଼ିଶାର ଘରେ ଘରେ ପାଳିତ ‘ରଜପର୍ବକୁ ପାନର ପର୍ବ’ କହିଲେ ଅତୁକ୍ତି ହେବ ନାହିଁ । ସେହିପରି ଧର୍ମର ମାସ କାର୍ତ୍ତିକ ବ୍ରତ ପାଳନର ଅନ୍ତିମ ଦିବସରେ ଅର୍ଥାତ୍ ପୂର୍ଣ୍ଣମୀର ପ୍ରାତଃ ସମୟରେ ଆମେ ମାନେ ଡ଼ଙ୍ଗା ଭସାଇ ପରିବାରର ସମସ୍ତଙ୍କ ପାଇଁ ମଙ୍ଗଳ କାମନା କରି ଡ଼ଙ୍ଗାରେ ପାନ, ଗୁଆ, ରଖି କହିଥାଉ – ‘ଅ କା ମା ବୈ– ପାନ ଗୁଆ ଖାଇ – ମୋ ପାନ ଗୁଆ ତୋ ର– ମାସକ ଧରମ ମୋର ।

ଆୟୁର୍ବେଦ ଚିକିତ୍ସାରେ ମଧ୍ୟ ପାନରସର ବ୍ୟବହାର ବ୍ୟବହାର ବିଷୟରେ ଉଲ୍ଲେଖ ରହିଛି । ଏହା ସହ ପାନରସ ବାତ, ପିତ୍ତ ଓ କଫ ନାଶକ ବୋଲି କୁହାଯାଏ । ପାନ ପତ୍ରକୁ ଖାଇବା ଦ୍ୱାରା ମୁଖର ଦୁର୍ଗନ୍ଧ ଦୂର ହୋଇଥାଏ । ନଜର ପକାନ୍ତୁ ପାନର କେତୋଟି ଔଷଧୀୟ ଗୁଣ ଉପରେ :

ହଜମ କରାଏ :

ପାନ ଖାଇଲେ ସହଜରେ ଖାଦ୍ୟ ହଜମ ହୋଇଥାଏ  । ପାନ ସେଲିବରୀ ଗ୍ଲାଣ୍ଡକୁ ସକ୍ରିୟ କରି ଲାଳ ତିଆରି କରିବାରେ ସାହାଯ୍ୟ କରିଥାଏ  । ଯାହା ଖାଦ୍ୟକୁ ଛୋଟ ଛୋଟ ଖଣ୍ଡରେ ପରିବର୍ତ୍ତନ କରିଥାଏ  । ଫଳରେ ଖାଦ୍ୟ ପଦାର୍ଥ ସହଜରେ ହଜମ ହୋଇଥାଏ । ସେହପରି କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡିତ ଲୋକମାନଙ୍କ ପାଇଁ ରାମବାଣ ପରି କାମ କରିଥାଏ ପାନ  । ଗ୍ୟାଷ୍ଟ୍ରିକ୍ ଏବଂ ଅଲସର୍ ସମସ୍ୟା ଥିଲେ ପାନ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏହା ସହ ପାନ ଖାଇଲେ ପେଟରେ ପିଏଚ୍ ସ୍ତରକୁ ନିୟନ୍ତ୍ରିତ ରଖିବା ସହ ଭୋକ ବଢାଇଥାଏ ।

ମୁଖ ଜନିତ ରୋଗ ଦୂର କରେ  :

ପାନରେ ଏମିତି ଅନେକ ତତ୍ୱ ଅଛି ଯାହା ବ୍ୟାକ୍ଟେରିଆର ପ୍ରଭାବକୁ କମ୍ କରିଥାଏ । ଯେମିତି କି ଯେଉଁମାନଙ୍କ ପାଟି ଦୁର୍ଗନ୍ଧ ହେଉଥାଏ ସେମାନଙ୍କ ପାଇଁ ପାନ ଖୁବ୍ ଲାଭଦାୟକ  । ଏଥିରେ ବ୍ୟବହୃତ ହେଉଥିବା ମସଲା ଯଥା ଲବଙ୍ଗ, ଡାଳଚିନି ମୁହଁକୁ ଫ୍ରେଶ୍ ରଖିଥାଏ । ପାନ ଖାଉଥିବା ବ୍ୟକ୍ତି ମାନଙ୍କ ଲାଳରେ ଏକ୍ସୋର୍ବିକ୍ ଏସିଡର ସ୍ତର ନିୟନ୍ତ୍ରିତ ରହିଥାଏ । ଯାହା ଦ୍ୱାରା ମୁହଁ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା କମ୍ ଥାଏ ।

ସାଧାରଣ ରୋଗ ଏବଂ ଖଣ୍ଡିଆ ହେଲେ :

ସେହିପରି ଥଣ୍ଡା ବା ସର୍ଦ୍ଦି ହେଲେ ପାନ ଖୁବ୍ ଲାଭଦାୟକ  । ଏପରି କ୍ଷେତ୍ରରେ ପାନ ରସ ସହ ମହୁ ମିଶାଇ ପିଇଲେ ଆରାମ ମିଳିଥାଏ । କୌଣସି ଖଣ୍ଡିଆ ହେଲେ ପାନ ରସ ଏହି ଘାକୁ ଭରିବାରେ ସାହାଯ୍ୟ କରିଥାଏ ।

ମୁଣ୍ଡବିନ୍ଧା କରିଥାଏ ଦୂର :

ମୁଣ୍ଡବିନ୍ଧାରେ ପୀଡିତ ବ୍ୟକ୍ତି ମାନଙ୍କ ପାଇଁ ପାନ ଏକ ଭଲ ଚିକିତ୍ସା  । ଏଥିରେ ଏନାଲଜୋସିକ୍ ଏବଂ କୁଲିଙ୍ଗ୍ ଗୁଣ ଥାଏ । ମୁଣ୍ଡ ବିନ୍ଧା କମ୍ କରିବାକୁ ହେଲେ ଆପଣ ମୁଣ୍ଡରେ ପାନ ପତ୍ରକୁ ଲଗାଇପାରନ୍ତି । ଏହା ବ୍ୟତୀତ ପାନ ପତ୍ରରେ ତିଆରି ତେଲ ମଧ୍ୟ ବ୍ୟବହାର କରିପାରନ୍ତି  ।

ବ୍ରଣ ପାଇଁ ଘରୋଇ ଉପାଚାର ପାନ :

ବ୍ରଣ , କଳା ଦାଗ ଆଦି ପାଇଁ ଭଲ ଉପାୟ ହେଉଛି ପାନ  । ଏହାର ଔଷଧୀୟ ଗୁଣ ଘା, ଆଲର୍ଜି, କୁଣ୍ଡିଆ, ବ୍ରଣ ଆଦିକୁ ତୁରନ୍ତ ଭଲ କରିଥାଏ । କିଛି ପାନ ପତ୍ରକୁ ଗ୍ରାଇଣ୍ଡିଙ୍ଗ୍ କରି ଏହାର ରସକୁ ବାହାର କରନ୍ତୁ  । ଏହାପରେ ଏହି ରସ ସହ କିଛି ହଳଦୀ ମିଶାଇ ବ୍ରଣ, କଳା ଦାଗ ଏବଂ ଆଲର୍ଜି ହୋଇଥିବା ସ୍ଥାନରେ ଲଗାନ୍ତୁ  । ନିୟମିତ ଏପରି କଲେ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ । ସେହପରି ପ୍ରତିଦିନ ପାନକୁ ପାଣିରେ ଫୁଟାଇ ସେହି ପାଣିକୁ ଥଣ୍ଡା କରି ମୁହଁ ଧୋଇପାରନ୍ତି  ।

ଏହା ସହ ନଜର ପକାନ୍ତୁ ପାନର ଅନ୍ୟାନ୍ୟ ଔଷଧୀୟ ଗୁଣ ଉପରେ :

  • ପାନ ରସ ସହ ମହୁ ଖାଇଲେ ସର୍ଦ୍ଦି, ପେଟ ଟଣା, ମୁର୍ଚ୍ଛା ଏବଂ ହଜମ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଅଚେତ୍ ହୋଇଥିଲେ ଗାଈ କ୍ଷୀର ସହ ପାନ ରସ ଖାଆନ୍ତୁ ।
  • ପାନ ରସକୁ ପାଣିରେ ମିଶାଇ କୁଳି କଲେ ମାଢି କ୍ଷତ ଭଲ ହୋଇଥାଏ ।
  • ଉକୁଣୀ ହୋଇଥିଲେ ମୁଣ୍ଡରେ ପାନ ରସ ଘସନ୍ତୁ ।
  • ଚକ୍ଷୁରୋଗ, ମୁଣ୍ଡ ବିନ୍ଧ, ଅନ୍ଧାରକଣା, କମ୍ପନ ଏବଂ ଅନିଦ୍ରା ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ ମାନ ରସ ।
  • ସେହିପରି କଣ ନଖା ଏବଂ କାନରୁ ପୂଜ ବାହାରୁଥିଲେ ପାନ ରସ ବ୍ୟବହାର କରାଯାଏ ।
  • ଭାତୁଡି ଏବଂ ବ୍ରଣ ଆଦିରେ ଚୂନ ସହ ଲେପ ଦେଲେ ଯନ୍ତ୍ରଣା ଉପଶମ ହୋଇଥାଏ ।
  • ଗର୍ଭପାତ ଓ ଗର୍ଭରୋଧ କରିବାକୁ ଚାର୍ହୁଥିଲେ ପାନମୂଳର ରସ ସହ ସାତଟି ଗୋଲମରିଚ ଖାଅନ୍ତୁ ।