ଆସନ୍ତୁ ଜାଣିବା ଭିଟାମିନ୍‌ ସି’ ଯୁକ୍ତ ଖାଦ୍ୟର ଉପକାରିତା ବିଷୟରେ

0
62
health-benefits-of-vitamin-c
Health Benefits of Vitamin C

ଖାଦ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଆପଣ ମାନେ ଯଦି ନିୟମିତ ଭାବରେ ଭିଟାମିନ୍‌ ସି’ଯୁକ୍ତ ଖାଦ୍ୟ ଖାଇବେ ତେବେ ଏହା ଆପଣଙ୍କ ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ଭିଟାମିନ୍‌ ସି’ ଏକ ମୁଖ୍ୟ ପୋଷକତତ୍ୱ ଯାହା ଆମ ଶରୀରର ସ୍କାର ଟିସୁ, ରକ୍ତ କଣିକା ଏବଂ କାର୍ଟିଲେଜର ବିକାଶ ଏବଂ ରକ୍ଷଣା ଵ୍ୟକ୍ଷଣା ପାଇଁ ଅତି ଆବଶ୍ୟକ ଅଟେ ।

health-benefits-of-vitamin-c

Health Benefits of Vitamin C

ଭିଟାମିନ୍‌ ସି’ ଯୁକ୍ତ ଖାଦ୍ୟ ତାଲିକାରେ ଅନେକ ଫଳ ଏବଂ କିଛି ପନି ପାରିବା ଅଛନ୍ତି ଯେପରିକି: କମଳା, ଅଙ୍ଗୁର, ଲେମ୍ବୁ, ମୌସମ୍ବି, ଅଁଳା କୋଳି, ପିଜୁଳି, ଷ୍ଟ୍ରବେରି, କୀୱୀ ଆଦି ଫଳ ରହିଛି ଏବଂ ପନି ପରିବାରେ ବନ୍ଧାକୋବି, ପାଳଙ୍ଗ ଶାଗ, ଟମାଟୋ ରେ ମଧ୍ୟ ଭିଟାମିନ୍‌ ସି’ର ସ୍ରୋତ ଉତ୍ତମ ଥିବାର ପ୍ରକାଶ କରାଯାଇଛି ।

ବିଶେଷଜ୍ଞଙ୍କ ପରୀକ୍ଷାରୁ ଜଣାପଡ଼ିଛି ଯେ ନିୟମିତ ଭାବେ ଭିଟାମିନ୍‌ ସି’ ଯୁକ୍ତ ଖାଦ୍ୟ ଖାଇଲେ ଥଣ୍ଡା, ସର୍ଦ୍ଦି ରୋଗରୁ ରକ୍ଷା ପାଇବା ସହ ତ୍ୱଚାରେ ବିଶେଷ ଚମକ ଆସିଥାଏ । ପିଲାଠାରୁ ବୟସ୍କ ପ୍ରତ୍ୟେକ ବର୍ଗର ଲୋକେ ନିଜ ଖାଦ୍ୟପେୟରେ ଭିଟାମିନ୍‌ ସି’ ଖାଦ୍ୟକୁ ସାମିଲ କରିବା ଉଚିତ ଏବଂ ଏହା କରିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଭଲରେ ରହିବ ।

ନିୟମିତ ଭାବରେ ଭିଟାମିନ୍‌ ସି’ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କର୍କଟ ରୋଗରୁ ରକ୍ଷା ମିଳିବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ଏବଂ ପିଲାମାନେ ନିୟମିତ ଭାବରେ ଭିଟାମିନ୍‌ ସି’ଯୁକ୍ତ ଖାଦ୍ୟ ଖାଇଲେ ସେମାନଙ୍କ ମସ୍ତିଷ୍କ ସକ୍ରିୟ ହେବା ସହ କାର୍ଯ୍ୟକ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ବୋଲି କିଛି ବିଶେଷ ପରୀକ୍ଷାରୁ ପ୍ରକାଶିତ।

ଯଦି ଆପଣ ମାନଙ୍କୁ ଏହି ବିଷୟ ବସ୍ତୁ ଟି ଭଲ ଲାଗିଥାଏ ତେବେ ଦୟାକରି ଫେସବୁକ କିମ୍ବା ଟ୍ୱିଟରରେ ସେୟାର କରିବାକୁ ଭୁଲିବେନି ।