କଣ ଆପଣଙ୍କ ବୟସ ୩୦ ଟପିଲାଣି ! ବଦଳାନ୍ତୁ ଜୀବନଶୈଳୀ . . . ନଚେତ୍ ହୋଇପାରନ୍ତି ଏହି ସବୁ ରୋଗର ଶିକାର

0
563
Healthy Diet
Maintain a Healthy Diet After Age of 30

୩୦ ବର୍ଷ ବୟସ ପରେ ଶରୀରର ଫିଟନେସ୍‌ ଏବଂ ରୋଗପ୍ରତିଷେଧକ ଶକ୍ତି  ଦୁର୍ବଳ ହେବା ଆରମ୍ଭ ହୋଇଥାଏ । ଫଳରେ ରୋଗ ହେବାର ଆଶଙ୍କା ବଢିଯାଇଥାଏ ।  ନ୍ୟାସନାଲ୍ ଫୁଡ୍‌ ଏଣ୍ଡ ନ୍ୟୁଟ୍ରିସନ୍‌ ସର୍ଭେ ଅନୁସାରେ ୩୦ ବର୍ଷ ବୟସ ପରେ ଅଧିକାଂଶ ଲୋକଙ୍କ ଶରୀର ପାଇଁ ଜରୁରୀ ହେଉଥିବା ନ୍ୟୁଟ୍ରିସନ୍‌, ଆଇରନ୍ ଓ କ୍ୟାଲସିୟମ୍‌ର କମି ହୋଇଥାଏ । ୩୦ ବର୍ଷ ପରେ ଓଜନ ବଢ଼ିବା, ମାଂସପେଷୀ ଦୁର୍ବଳ ହେବା, ହୃଦ୍‌ଜନିତ ସମସ୍ୟା ଓ ମଧୁମେହ ଦେଖା ଦେଇଥାଏ ।

ଆସନ୍ତୁ ଜାଣବା ୩୦ ବର୍ଷ  ଅତିକ୍ରମ ହେଲା ପରେ କେଉଁ ରୋଗ ହେବାର ଆଶଙ୍କା ରହିଥାଏ ।

  • ଲାଇଫ୍‌ ଷ୍ଟାଇଲ୍‌ ,ଷ୍ଟ୍ରେସ, ଟେନସନ  ପାଇଁ  ୩୦ ବର୍ଷ ବୟସ ପରେ ଦୃଦରୋଗ ହେବାର ଆଶଙ୍କା ବଢିଯାଏ ।
  • ଅଧିକ ଲୁଣ, ଚିନି, ତେଲ ଏବଂ ଚର୍ବିଯୁକ୍ତ ଖାଦ୍ୟ  ଖାଇବା ଦ୍ୱାରା ରକ୍ତଚାପ  ବଢିବାର ସମ୍ଭାବନା ଥାଏ ।
  • ଖରାପ ଅଭ୍ୟାସ, ସିଗାରେଟ୍‌-ମଦ୍ୟପାନ ଓ ଜଙ୍କ୍‌ ଫୁଡ୍‌ ପାଇଁ  ଲିଭର ଉପରେ ଚାପ ବଢ଼ିଯାଏ ।  ଫଳରେ ଲିଭର ସଂପର୍କିତ ରୋଗ ହେବାର ସମ୍ଭାବନା ଥାଏ ।
  • ଜଙ୍କ ଫୁଡ୍‌ ଏବଂ  ସ୍ୱାସ୍ଥ୍ୟକର ହୋଇ ନ ଥିବା ଖାଦ୍ୟ ଖାଇବା ଦ୍ୱାରା ଶରୀରରେ  ଟକ୍ସିନ୍‌ ମାତ୍ରା ବଢିଯାଇଥାଏ ।  କିଡନୀ ଏହାକୁ ଭଲ ଭାବରେ ଫିଲଟର୍‌ କରିପାରେ ନାହିଁ । ଫଳରେ କିଡନୀ ସହିତ ଜଡିତ ରୋଗ ହେବାର ସମ୍ବାବନା ଥାଏ ।
  • ରାତି ଅନିଦ୍ରା ରହିବା, ବ୍ୟାୟାମ ନ କରିବା ଆଦି ଅଭ୍ୟାସ ଡାଇବେଟିସ୍‌ ଭଳି ରୋଗ ହେବାର ଆଶଙ୍କାକୁ ବଢ଼ାଇ ଥାଏ ।
  • କିଡନୀ ଓ  ଲିଭର ଦ୍ୱାରା ଟକ୍ସିନ୍‌ ଭଲରେ ଫିଲଟର୍‌ ନ ହେବା ଯୋଗୁଁ ୟୁରିନ୍‌ ଇମ୍ଫେକ୍ସନ  ହୋଇଥାଏ ।

ତେବେ ଏହି ସମୟରେ କେତୋଟି କଥା ଉପରେ ଧ୍ୟାନ ରଖିଲେ ଆପଣ ସଂପୂର୍ଣ୍ଣ ରୂପେ ସୁସ୍ଥ ରହି ପାରିବେ । ଆସନ୍ତୁ ଜାଣିବା :

1: କ୍ୟାଲସିୟମ ଏବଂ ମିନେରାଲ୍ସ ହ୍ରାସ ପାଇବାକୁ ଦିଅନ୍ତୁ ନାହିଁ

ଶରୀରରେ କେବେ ହେଲେ କ୍ୟାଲସିୟମ ଏବଂ ମିନେରାଲ୍ସର ମାତ୍ରାକୁ ହ୍ରାସ ପାଇବାକୁ ଦିଅନ୍ତୁ ନାହିଁ । କାରଣ ୩୦ ଟପିବା ପରେ ଶରୀରରେ ସାଧାରଣତଃ ଅନେକ ପରିବର୍ତ୍ତନ ଦେଖାଦେଇଥାଏ । ଯେପରିକି ହଠାତ୍ ଯନ୍ତ୍ରଣା ଅନୁଭବ କରିବା, କ୍ଳାନ୍ତ ଅନୁଭବ କରିବା , ଦୁର୍ବଳ ଲାଗିବା ଭଳି ସମସ୍ୟା । ତେଣୁ ଏଥିପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ସେବନ କରିବା ଆପଣଙ୍କ ଶରୀର ପାଇଁ ଉପଯୁକ୍ତ ଅଟେ ।

2: ତ୍ୱଚା ବା ଚର୍ମ ଉପରେ ଧ୍ୟାନ ଦିଅନ୍ତୁ

ବୟସର ଏହି ସ୍ତରର ବେଶି ପ୍ରଭାବ ତ୍ୱଚା ଉପରେ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହାକୁ ସବୁବେଳେ ଆକର୍ଷିତ ରଖିବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ । ଯାହାଦ୍ୱାରା କି ତ୍ୱଚା ବା ଚର୍ମରେ ଚମକ ଆସିଥାଏ ।

3: ଓଜନ ବଢିବାକୁ ଦିଅନ୍ତୁ ନାହିଁ

ସାଧାରଣତଃ ଓଜନ ବଢିବାଦ୍ୱାରା ଶରୀରରକୁ ଅନେକ ପ୍ରକାର ରୋଗବ୍ୟାଧି ଆକ୍ରମଣ କରିଥାନ୍ତି । ଯେପରିକି ଡାଇବେଟିସ, ଆଣ୍ଠୁଗଣ୍ଠିରେ ସମସ୍ୟା ଓ ଅଂଟା ଯନ୍ତ୍ରଣା ଆଦି । ତେଣୁ ଏହି ସମୟରେ ନିଜ ଶରୀରର ଓଜନ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ ।

4: ବ୍ୟାୟାମ କରିବା ଜରୁରୀ

ବ୍ୟାୟାମ କରିବାଦ୍ୱାରା ଶରୀର ସୁସ୍ଥ୍ୟ ରହିବା ସହ ନିୟନ୍ତ୍ରଣରେ ରହିଥାଏ । ଏହାଦ୍ୱାରା ଚେହେରା ଏବଂ ଚର୍ମ ସର୍ବଦା ଆକର୍ଷିତ ଦେଖାଦେଇଥାଏ । ଏଥିସହ ଥକାପଣ ଭଳି ସମସ୍ୟା ମଧ୍ୟ ଦୁର ହୋଇଥାଏ ।

5: ସମୟ ସମୟ ମଧ୍ୟରେ କରାନ୍ତୁ ସ୍ୱାସ୍ଥ୍ୟ ପରୀକ୍ଷା

ବୟସ ବଢିବା ସହିତ ଶରୀରରେ ପରିବର୍ତ୍ତନ ଦେଖା ଯିବା ସହ ବିଭିନ୍ନ ସମସ୍ୟାମାନ ଦେଖାଦେଇଥାଏ । ଯାହାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ । ତେଣୁ ଏଥିପାଇଁ ଜରୁରୀ ଅଟେ କି ସବୁବେଳେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ।

ଏବେ ନଜର ପକାନ୍ତୁ ୩୦ ବର୍ଷ ପରେ କେଉଁ ଖାଦ୍ୟ ଖାଇବା ଉଚିତ୍:

ବାଦାମ: ଏଥିରେ ଭିଟାମିନ ବି-୬ ଓ ଫୋଲିକ ଏସିଡ୍‌ ଥାଏ । ଏହା ଦ୍ୱାରା ସ୍ମରଣ ଶକ୍ତି ତେଜ ହୋଇଥାଏ ଓ ଅନୁର୍ବରତାରୁ ମଧ୍ୟ ବଞ୍ଚାଇ ଥାଏ।

ଦହି: ଏଥିରେ କ୍ୟାଲସିୟମ୍‌, ପ୍ରୋବାୟୋଟିକ ବ୍ୟାକଟେରିଆ ଥାଏ ।  ଓଜନ ନିୟନ୍ତ୍ରଣରେ ରହିଥାଏ, ହାଡ଼ ମଜବୁତ ହୁଏ।

ବିଲାତି ବାଇଗଣ: ଏଥିରେ ଫାଇବର ଓ ଫ୍ଲେବୋନାଇଡସ୍‌ ଥାଏ । ଏହା ଦ୍ୱାରା ଓଜନ କମିଥାଏ ଓ ସୁନ୍ଦରତା ବଢ଼ିଥାଏ।

କ୍ଷୀର: ଏଥିରେ ଆଣ୍ଟିଅକ୍ସିଡେଣ୍ଟ୍‌ ପ୍ରୋଟିନ୍‌ ଥାଏ । ଏହା ଦ୍ୱାରା ମାଂସପେଷୀ ମଜବୁତ ହୁଏ ଓ ଚେହେରା ପାଇଁ ମଧ୍ୟ ଫାଇଦା ହୋଇଥାଏ।

ପାଳଙ୍ଗ ଶାଗ: ଏଥିରେ ଆଇରନ୍ ଓ ଭିଟାମିନ୍ ଡି ଥାଏ । ଏନିମିୟା (ରକ୍ତ କମିବା)ରୁ ବଞ୍ଚାଇଥାଏ, ହାଡ଼ ପାଇଁ ଫାଇଦା ହୋଇଥାଏ।

ଡାର୍କ ଚକଲେଟ୍‌: ଏଥିରେ ଫ୍ଲେବୋନାଇଡସ୍‌, ଆଣ୍ଟିଅକ୍ସିଡେଣ୍ଟ୍‌ ଥାଏ । ଏହା ଦ୍ୱାରା ଚେହେରାରେ ରିଙ୍କଲସ (କୁଞ୍ଚନ) ଆସି ନ ଥାଏ, ସ୍ୱଭାବ ଭଲ ରହିଥାଏ ।

ମାଛ: ଏଥିରେ ଓମେଗା-୩ ଫେଟି ଏସିଡ୍‌ ଥାଏ। ହୃଦ୍‌ ଜନିତ ସମସ୍ୟା ଓ ଡିପ୍ରେସନରୁ ବଞ୍ଚାଇଥାଏ।

ଅଣ୍ଡା: ଏଥିରେ ଭିଟାମିନ୍‌ ଏ ଓ ଫସଫୋରସ୍‌ ଥାଏ । ଆଖି ସୁସ୍ଥ ରହେ ଓ ଦାନ୍ତ ମଜବୁତ ରହିଥାଏ।

ଓଟସ୍‌: ଏଥିରେ ଫାଇବର୍ସ ଓ କାର୍ବୋହାଇଡ୍ରେଟ୍‌ ଥାଏ। ଏହା ଦ୍ୱାରା ହଜମ ଶକ୍ତି ବଢ଼ିଥାଏ, ଓଜନ ନିୟନ୍ତ୍ରଣରେ ରହିଥାଏ।