କଣ ଘରୋଇ ଉପଚାର ଦୂର କରିପାରିବ ମଧୁମେହ ରୋଗ କୁ? – ଆସନ୍ତୁ ଜାଣିବା କିପରି

0
201
Cinnamon
How to Cure Diabetes with Cinnamon

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଣିଷକୁ ଅନେକ ସୁଖ ସୁବିଧା ଦେଇଥିବା ବେଳେ ଏଥିସହ ଦେଇଛି ମାନସିକ ଦୁଃଶ୍ଚିନ୍ତା ଓ ଅନ୍ୟାନ୍ୟ ବହୁ ଶାରୀରିକ ରୋଗ । ଯାହା ମଧ୍ୟରୁ ମଧୁମେହ କିମ୍ବା ଡାଇବେଟିଜ ଅନ୍ୟତମ । ଆପଣଙ୍କୁ ମଧୁମେହ ହେଇଛିକି? ତେବେ ଆପଣମାନେ ଡରୁଛନ୍ତି କାହିଁକି? ଏବେ ମଧୁମେହ ରୋଗକୁ ଡରିବାର କୌଣସି ଆବଶ୍ୟକତା ନାହିଁ, କାରଣ କିଛିଟା ସାଧାରଣ ଘରୋଇ ଉପଚାର କରିବା ଦ୍ୱାରା ଆପଣମାନେ ଏହି ମାରାତ୍ମକ ରୋଗରୁ ମୁକ୍ତି ପାଇପାରିବେ ସବୁଦିନ ପାଇଁ ।

ତେବେ ଆସନ୍ତୁନା ଜାଣିବା ଏହି ସରଳ ଘରୋଇ ଉପଚାର ବିଷୟରେ:

ନିମ୍ବ ପତ୍ର:

How-To-Control-Diabetes-With-Neem-Leaves
How To Control Diabetes With Neem Leaves

ଆମେ ସମସ୍ତେ ଜାଣିଛେ ଯେ ନିମ୍ବ ପିତା ଲାଗିଲେ ମଧ୍ୟ ଆମ ସ୍ୱାସ୍ଥ୍ୟ ପ୍ରତି ହିତକର ଅଟେ । ତେବେ ନିମ୍ବ ପତ୍ର ମଧୁମେହ ରୋଗ ଭଲ କରିବାରେ ବହୁତ ସାହାଯ୍ୟ କରିଥାଏ ।

ଯଦି ପାରିବେ କିଛି ସତେଜ ନିମ୍ବ ପତ୍ରକୁ ତୋଳି ତାକୁ ଭଲକରି ପାଣିରେ ଧୋଇଦେବେ ଏବଂ ତାକୁ ଖରାରେ ଶୁଖାଇ ଗୁଣ୍ଡ କରିଦେବେ । ଗୁଣ୍ଡ କରିବାପରେ, ଏହି ଗୁଣ୍ଡକୁ ଏକ ସଫା ଡବାରେ ରଖିଦେବେ । ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଖାଲି ପେଟରେ ଏକ ଗ୍ଳାସ ପାଣିରେ ଗୋଟିଏ ଚାମଚ ନିମ୍ବ ଗୁଣ୍ଡକୁ ଭଲକରି ଫେଣ୍ଟି ପିଇଦେବେ । ଆମେ ଜାଣିଚୁ ଯେ ଖାଲିପେଟରେ ପିତା ପାଣି ପିଇବା ଟିକେ କଷ୍ଟ ହେବ କିନ୍ତୁ ଭାବିଲେ ମଧୁମେହ ରୋଗ ତୁଳନାରେ ଏହି ପିତାପାଣି ପିଇବା ଢେର ଗୁଣରେ ଭଲ । ଯଦି ଆପଣ ମାନେ ପ୍ରତିଦିନ ଏହି ପାଣିକୁ ପିଇବେ ତେବେ ଖୁବ ଶୀଘ୍ର ଏହି ମଧୁମେହ ରୋଗ ଆପଣ ମାନଙ୍କ ଜୀବନରୁ ଦୂରେଇଯିବ।

ମେଥୀ:

Fenugreek
Fenugreek – Good For Diabetes

ଆମେ ସମସ୍ତେ ଜାଣୁ ଯେ ମଧୁମେହ ପାଇଁ ମେଥୀ ଅତ୍ୟନ୍ତ ଉପକାରୀ । ଏହାକୁ ନିୟମିତ ଖାଇଲେ ଏହା ରକ୍ତରେ ଥିବା ଶର୍କରାର ପରିମାଣକୁ ଦୂର କରିଥାଏ ଏବଂ ଆପଣଙ୍କୁ କ୍ରମଶଃ ଶକ୍ତିଶାଳୀ କରିଥାଏ ।

ଡାଲଚିନି:

Cinnamon
How to Control Diabetes with Cinnamon

ଡାଲଚିନି କ୍ଷତି କରୁଥିବା କୋଲେଷ୍ଟ୍ରୋଲକୁ ଦୁର କରିବା ସହ ରକ୍ତରେ ଥିବା ଶର୍କରାର ପରିମାଣକୁ କମ କରେ । ଡାଲଚିନିକୁ ଭଲରେ ଗୁଣ୍ଡ କରି ଚିମୁଟାଏ ମାତ୍ର ଚାରେ ଫୁଟାଇ ଦିନକୁ ଦୁଇଥର ପିଇଲେ ମଧୁମେହ କ୍ରମଶଃ କମିବାରେ ଲାଗେ ।

ଆମ୍ବ ପତ୍ର:

Mango Leaves For Diabetes
Mango Leaves For Diabetes

କଞ୍ଚା ଆମ୍ବ ପତ୍ରକୁ ରାତିରେ ପାଣିରେ ଫୁଟାଇ ରଖିଦେବେ । ଏହାପରେ ସକାଳେ ଏହାକୁ ଛାଣି ନିୟମିତ ପିଇଲେ ଡାଇବେଟିଜ ରୋଗରୁ ବହୁତ ଆରାମ ମିଳେ ।