ଓଜନ ହ୍ରାସ କରିବା ପାଇଁ ସାହାଯ୍ୟ କରେ ଚା – ଆସନ୍ତୁ ଜାଣିବା କେମିତି

0
71
peppermint tea

ଅଧିକାଂଶ ଲୋକେ ଚା’କୁ ସକାଳ-ସାନ୍ଧ୍ୟ ପାନୀୟ ଭାବେ ପିଉଥିବାର ଦେଖାଯାଏ। ତାଲିକାରେ ଭାରତ, ବ୍ରିଟେନ୍ ଓ ଆମେରିକାର ଲୋକେ ଶୀର୍ଷରେ ଅଛି। ବିଶେଷଜ୍ଞଙ୍କ ମତରେ, ଚା’ ପିଇବା ଉପକାରୀ ହେଲେ ଅଧିକ ପରିମାଣରେ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ନିକଟରେ ମେକ୍ସିକୋର ଖାଦ୍ୟ ବିଶେଷଜ୍ଞଙ୍କ ବିଭିନ୍ନ ପରୀକ୍ଷାରୁ ପ୍ରମାଣିତ ହୋଇଛି ଯେ ବିଭିନ୍ନ ପ୍ରକାରର ଚା’ ପିଇଲେ ଓଜନ ହ୍ରାସ ହୋଇଥାଏ।

ଏହି ବିଭିନ୍ନ ସ୍ୱାଦର ଚା’ ମଧ୍ୟରେ ରହିଛି:

ଗ୍ରୀନ୍ ଟି:

Green-Tea-will-help-you-to-live-longer
Green Tea

ସମସ୍ତ ବର୍ଗର ବ୍ୟକ୍ତି ଗ୍ରୀନ୍-ଟି ଦିନକୁ ଅନ୍ତତଃ ଥରୁଟିଏ ପିଇଲେ ମଧ୍ୟ ସେମାନଙ୍କ ଓଜନ ନିୟନ୍ତ୍ରିତ ହୋଇଥାଏ। ଏଥିରେ ଥିବା ପ୍ରଚୁର ପରିମାଣର ଆଣ୍ଟି-ଅକ୍ସିଡାଣ୍ଟ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ପରୀକ୍ଷାରୁ ପ୍ରକାଶିତ ଯେ ନିୟମିତ ଗ୍ରୀନ୍-ଟି ପିଇବା ଦ୍ବାରା ଦୈନିକ ୭୦ କ୍ୟାଲୋରୀ ଓଜନ ହ୍ରାସ ହୁଏ।

ବ୍ଲାକ୍ ଟି:

black tea
Black Tea

କମ୍ ସମୟ ମଧ୍ୟରେ ଓଜନ କମ୍ କରିବାକୁ ଚାହୁଁଥିବା ଲୋକଙ୍କ ନିମନ୍ତେ ଏହା ଏକ ଉତ୍ତମ ପାନୀୟ। ସକାଳବେଳା ଥରୁଟିଏ ଏହି ଚା’ ପିଇଲେ ଦୈନିକ ୬୦ କ୍ୟାଲୋରୀ ଓଜନ ହ୍ରାସ ପାଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

ଓଲଙ୍ଗ ଚା:

Oolongtea
Oolong Tea

ଚୀନରେ ଉପଲବ୍ଧ ହେଉଥିବା ଏହି ବିଶେଷ ସ୍ବାଦର ଚା’ ପିଇଲେ ପେଟ ଚର୍ବି କମ୍ ହେଉଥିବାର ପରୀକ୍ଷାରୁ ପ୍ରକାଶିତ। ସେଠା ଯୁବପିଢ଼ି ଏହି ଚା’ ନିୟମିତ ଭାବେ ପିଇଥାନ୍ତି। ବିଶ୍ବସ୍ତରରେ ଓଲଙ୍ଗ ଚା’ ବେଶ୍ ଲୋକପ୍ରିୟତା ରହିଛି।

ପିପରମିଣ୍ଟ ଟି:

peppermint tea
Peppermint Tea

ଜାପାନ ଓ ଚୀନର କେତେକ ପ୍ରାନ୍ତରେ ଏହି ଚା’ର ଲୋକପ୍ରିୟତା ରହିଛି। ନିୟମିତ ଭାବେ ଏହି ଚା’ ପିଇଲେ ଅମ୍ଳ ରୋଗ ମଧ୍ୟ ନିୟନ୍ତ୍ରିତ ହେଉଥିବାର ବିଶେଷଜ୍ଞଙ୍କ ମତ।

SHARE
Previous articleମକର / Capricorn
Next articleକୁମ୍ଭ / Aquarius

This is Ritu Mohanty. I’m from Bhubaneswar, India. I love writing and specially want to be a Journalist. Currently I’m working as Editor-in-chief in OdishaEnews.com