ହ୍ୱାଟ୍ସଆପ୍ ଆଣିଲା ନୂଆ ଫିଚର ! ପଠାଇଥିବା ମେସେଜକୁ ଏବେ କରିପାରିବେ ଡିଲିଟ୍

0
53
how to delete sent message in whatsapp

ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ସୋସିଆଲ୍ ମିଡିଆରେ ସମସ୍ତଙ୍କ ପ୍ରିୟ ସାଜିଥିବା ହ୍ୱାଟ୍ସଆପ୍ ଏବେ ନିଜ ୟୁଜରଙ୍କ ପସନ୍ଦକୁ ଆଖି ଆଗରେ ରଖି ଆଣିଦେଇଛି ନୂଆ ଫିଚର୍  । ବେଳେବେଳେ ହ୍ୱାଟ୍ସଆପରେ ମେସେଜ୍ ପଠାଉ ପଠାଉ ଭୁଲ ଭଟକା ହୁଏ । ଜଣଙ୍କ ପାଖକୁ ପଠାଉ ପଠାଉ ମେସେଜ୍ ଆଉ ଜଣଙ୍କ ପଟକୁ ଚାଲିଯାଏ । ଯଦି ଆପଣ ବି ତରବରିଆ ଭାବରେ ଜଣଙ୍କ ମେସେଜ୍ ଅନ୍ୟ ଜଣଙ୍କୁ ପଠାଇଦେଉଛନ୍ତି ତେବେ ହ୍ୱାଟ୍ସଆପର ଏହି ନୂଆ ଫିଚର ଖାସ୍ ଆପଣଙ୍କ ପାଇଁ  । ଏବେ ଭୁଲ୍ ବସତଃ ପଠାଇଦେଇଥିବା ମେସେଜକୁ ଆପଣ ଡିଲିଟ୍ କରିପାରିବେ  । ଏହି ନୂଆ ଫିଚରର ନାଁ ହେଉଛି ‘ଡିଲିଟ ଫର ଏଭ୍ରିୱାନ୍’ (Delete for Everyone) ö ଯଦିଓ ଏହି  ‘Delete for Everyone ‘ ଫିଚର୍ କିଛି ଦିନ ପୂର୍ବରୁ ରିଲିଜ୍ ହୋଇ ସାରିଥିଲା ତେବେ ଆଜି ଏହାକୁ ବିଧିବଧ ଭାବରେ ୟୁଜରଙ୍କ ପାଖରେ ପହଂଚାଇଛି କମ୍ପାନୀ  ।

କେମିତି କରିବେ ଏହି ଫଚରର ବ୍ୟବହାର :

ଯଦି ଆପଣ ଏହି ଫିଚର ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ନିଜ ହ୍ୱାଟ୍ସଆପ ଆପକୁ ଅପଡେଟ୍ କରନ୍ତୁ  । ଏହା ପରେ ଟେଷ୍ଟ ପାଇଁ ଏକ ମେସେଜ୍ ଆପଣଙ୍କ ବନ୍ଧୁଙ୍କ ନିକଟକୁ ପଠାନ୍ତୁ । ପଠାଇସାରିବା ପରେ ଏହି ମେସେଜ୍ ଉପରେ କ୍ଲିକ୍ କରି କିଛି ସମୟ ରଖନ୍ତୁ । ଏହା ପରେ ୩ଟା ବିକଳ୍ପ ଆପଣଙ୍କ ସ୍କ୍ରିନରେ ଦେଖାଯିବ  । ‘Delete for Me’, ‘Cancel’  ଏବଂ ‘Delete for Everyone’ ö ତେବେ ଆପଣ ‘Delete for Everyone’ ରେ କ୍ଲିକ୍ କରନ୍ତୁ । ଏପରି କଲେ ମେସେଜଟି ଉଭୟ ଆପଣ ଏବଂ ଆପଣଙ୍କ ବନ୍ଧୁଙ୍କ ମୋବାଇଲରୁ ଡିଲିଟ୍ ହୋଇଯିବ  । ତେବେ ଏଥିପାଇଁ ଆପଣଙ୍କ ନିକଟରେ ମାତ୍ର ୭ ମିନିଟ୍ ସମୟ ରହିଛି । ଅର୍ଥାତ୍ ଆପଣ ମେସେଜ୍ ପଠାଇବାର ୭ ମିନିଟ୍ ଭିତରେ ଯଦି ସମ୍ପୃକ୍ତ ବ୍ୟକ୍ତି(ଯାହାକୁ ପଠାଯାଇଛି) ପଢି ନ ଥିବେ ବା ଦେଖି ନ ଥିବେ ତେବେ ମେସେଜକୁ ଡିଲିଟ୍ କରିହେବ  । କିନ୍ତୁ ଯଦି ଆପଣ ‘Delete for Me’,ରେ କ୍ଲିକ୍ କରୁଛନ୍ତି ତେବେ ମେସେଜଟି କେବଳ ଆପଣଙ୍କ ମୋବାଇଲରୁ ଡିଲିଟ୍ ହେବ ହେଲେ ଆପଣଙ୍କ ବନ୍ଧୁଙ୍କ ମୋବାଇଲରୁ ନୁହେଁ ।

କଣ ରହିଛି ନୂଆ ଫିଚରରେ ସମସ୍ୟା : ତେବେ ଏହି ଫିଚରରେ ଏକ ସମସ୍ୟା ରହିଛି । ଆପଣ ମେସେଜଟି ଡିଲିଟ୍ କରିବା ପରେ ସମ୍ପୃକ୍ତ ବ୍ୟକ୍ତି(ଯାହାକୁ ପଠାଯାଇଛି) ତାଙ୍କ ଚାଟ୍ ବକ୍ସରେ ଏକ ଲେଖା ‘This message was deleted’  ଦେଖାଯିବ  । ଅର୍ଥାତ୍ ଜଣା ପଡିଯିବ ଆପଣ ଏମିତି କିଛି ଲେଖିଦେଇଥିଲେ ଯାହାକୁ ପର ମୁହୂର୍ତ୍ତରେ ଡିଲିଟ୍ କରିବାକୁ ପଡିଲା  । ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ଓ୍ଵିଣ୍ଡୋଜ୍ ପ୍ଲାଟଫର୍ମରେ ଏହି ନୂଆ ଫିଚର ରହିବ। ଫଟୋ , ଭିଡିଓ, ଜିଆରଏଫ୍ ସବୁକୁ ଆପଣ ପୁଣିଥରେ ଡିଲିଟ କରିବାର ସୁଯୋଗ ପାଇବେ। ଉଭୟ ଗ୍ରୁପ୍‌ ଓ ବ୍ୟକ୍ତିଗତ ଚାଟିଂ ପାଇଁ ଏହି ଫିଚର ଉପଯୋଗ ହେବ ବୋଲି ଜଣାପଡିଛି ।