ସ୍ମାର୍ଟଫୋନକୁ କରନ୍ତୁ ଅଧିକ ସ୍ମାର୍ଟ ! ବ୍ୟାଟେରୀ ଲାଇଫ୍ ବଢାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

    0
    61
    how to increase battery life of smartphone

    କଂପାନୀମାନେ ଅଧିକ କ୍ଷମତା ରଖୁଥିବା ବ୍ୟାଟେରୀ ସହିତ ସ୍ମାର୍ଟଫୋନ ବଜାରକୁ ଛାଡିଥାନ୍ତି । ହେଲେ ଏହାସତ୍ୱେ ବି ମୋବାଇଲ ଅଧିକ ସମୟର ଯାଏଁ ଚାଲି ପାରିନଥାଏ । ଅନେକ ସମୟରେ ମୋବାଇଲ୍ ବ୍ୟାଟେରୀକୁ ଫୁଲ୍ ଚାର୍ଜ କରିବା ପରେ ମଧ୍ୟ କିଛି ଘଂଟା ମଧ୍ୟରେ ଫୋନର ଚାର୍ଜ ସରିଯାଇଥାଏ ।  ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି କିଛି ସାଧାରଣ ଉପାୟ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହାକି ଆପଣଙ୍କର ମୋବାଇଲର ବ୍ୟାଟେରୀ ଲାଇଫକୁ ବୃଦ୍ଧି କରିବାରେ ସହାୟତା କରିବ ।

    ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ:

    • ମୋବାଇଲ ବ୍ୟବହାର କରୁଥିବା ସମୟରେ ଧ୍ୟାନ ରଖିବେ କି, ଫୋନର ବ୍ୟାଟେରୀ କେବେ ସଂପୂର୍ଣ୍ଣ ରୂପେ ଶେଷ ହୋଇନ ଯାଏ । ଫୋନରେ ଯେତେବେଳେ ଚାର୍ଜ ୧୦ରୁ ୨୦ ପ୍ରତିଶତ ହୋଇଯିବ ସେତେବେଳେ ଚାର୍ଜ କରିଦିଅନ୍ତୁ ।
    • ଅଧିକାଂଶ ୟୁଜର୍ସ ଭୁଲ୍ ଧାରଣାରେ ଥାଆନ୍ତି କି ଫୋନକୁ ୧୦୦ ପ୍ରତିଶତ ଚାର୍ଜ କରିବା ନିହାତି ଆବଶ୍ୟକ ରହିଛି । ଯେବେକି ବାସ୍ତବରେ ଜରୁରୀ ନୁହେଁ । ତେଣୁ ସବୁବେଳେ ଫୋନକୁ ୧୦୦ ପ୍ରତିଶତ ଚାର୍ଜ କରିବା ବାଧ୍ୟତାମୂଳକ ନୁହେଁ ।
    • ଅଧିକାଂଶ ଲୋକେ ଫୋନ ସଂପୂର୍ଣ୍ଣ ରୂପେ ଚାର୍ଜ ହୋଇସାରିଥିଲେ ମଧ୍ୟ ଫୋନକୁ ଚାର୍ଜର ପ୍ଲଗରୁ ବାହାର କରିନଥାନ୍ତି । ତେବେ ଏଭଳି କରିବାଦ୍ୱାରା ଆପଣଙ୍କ ଫୋନ ପାଇଁ ଏହା କ୍ଷତିକାରକ ହୋଇପାରେ । ଏପରିକି ଫୋନକୁ ସାରା ରାତି ଚାର୍ଜିଂରେ ରଖିବା ମଧ୍ୟ ଅନୁଚିତ ।
    • ଯଦି ମୋବାଇଲରେ ଚାର୍ଜ କମ୍ ରହିଛି ତେବେ ଫୋନର ବ୍ୟାକଗ୍ରାଉଣ୍ଡ ଆପ୍ ଏବଂ ୱାଇ-ଫାଇକୁ ବନ୍ଦ କରିଦିଅନ୍ତୁ । କମ୍ ଚାର୍ଜରେ ଆପଗୁଡିକୁ ବ୍ୟବହାର କରିବାଦ୍ୱାରା ମୋବାଇଲ ବ୍ୟାଟେରୀକୁ ଶୀଘ୍ର ତଥା ଅଧିକ ଶେଷ କରିଦେଇଥାଏ ।
    • ଯଦି ଆପଣଙ୍କୁ ଲାଗୁଥିବ କି ସବୁ ବ୍ୟାଟେରୀ ସେଭର ଆପ ଫୋନ ପାଇଁ ଭଲ ହୋଇଥାଏ ତେବେ ଏହା ଆପଣଙ୍କ ଭୁଲ୍ ଧାରଣା ଅଟେ । କାରଣ ନା ପ୍ରତ୍ୟେକ ବ୍ୟାଟେରୀ ସେଭର ଆପ୍ ମୋବାଇଲ ପାଇଁ ଭଲ ହୋଇନଥାଏ । ଏହା ଫୋନର ବ୍ୟାଟେରୀକୁ କ୍ଷତି ମଧ୍ୟ ପହଂଚାଇପାରେ ।
    • ଯଦି ଆପଣ କାରରେ ଡ୍ରାଇଭ୍ କରୁଛନ୍ତି ତେବେ ନିଜର ଫୋନକୁ ସବୁବେଳେ କାରର ଡ୍ୟାସବୋର୍ଡରୁ ଦୂରେଇ ରଖନ୍ତୁ । ଏଥିସହିତ ଫୋନକୁ ସୂର୍ଯ୍ୟକିରଣ କିମ୍ବା ଗରମ ବା ତାପରୁ ମଧ୍ୟ ଦୂରେଇ ରଖନ୍ତୁ । ଏଭଳି କରିବାର କାରଣ ହେଉଛି ଲିଥିୟମ ଆୟନ ବ୍ୟାଟେରୀକୁ ତାପ ଯୋଗୁଁ କ୍ଷତି ପହଂଚାଇଥାଏ ।
    • ବିନା କାମରେ ବ୍ଲୁଟୁଥକୁ ଅନ୍ ରଖନ୍ତୁ ନାହିଁ । କାରଣ, ସବୁବେଳେ ବ୍ଲୁଟୁଥ ଅନ୍ ରହିବାଦ୍ୱାରା ମଧ୍ୟ ବ୍ୟାଟେରୀ ଶୀଘ୍ର ଶେଷ ହୋଇଯାଇଥାଏ ।
    • ଜିପିଏସ୍, ୱାଇଫାଇ ଏବଂ ମୋବାଇଲ ଡାଟାକୁ ବିନା କାମରେ ଅନ୍ ରଖନ୍ତୁ ନାହିଁ । ଯେତେବେଳେ ଦରକାର ସେତେବେଳେ ହିଁ ଏଗୁଡିକୁ ଅନ୍ କରନ୍ତୁ । କାରଣ ଅଧିକାଂଶ ସମୟ ମୋବାଇଲରେ ଅନ୍ ରଖିବାଦ୍ୱାରା ଏହା ଯୋଗୁଁ ମୋବାଇଲର ଚାର୍ଜ ଶୀଘ୍ର ସରିଯାଇଥାଏ ।
    • ଫୋନର ବ୍ରାଇଟନେସ୍ ୫୦ ପ୍ରତିଶତ କିମ୍ବା ଏହାଠାରୁ କମ୍ ରଖନ୍ତୁ । ଆପଣ ଅଟୋ ବ୍ରାଇଟନେସ୍ ଫିଚରକୁ ମଧ୍ୟ ଅନ୍ ରଖି ପାରିନ୍ତି ।
    • ଲାଇଫ୍ ୱାଲପେପର ଅଧିକ ବ୍ୟାଟେରୀ ଶୀଘ୍ର ସରିଯାଇଥାଏ । ଏହା ସ୍ଥାନରେ ନନ୍ ଲାଇଫ୍ ୱାଲପେପର ରଖିପାରିବେ ।
    • ଭାଇବ୍ରେସନ୍ ଏବଂ ହାଇ ଭଲ୍ୟୁମ୍ ରିଂଗଟୋନ୍ ବ୍ୟାଟେରୀର ଚାର୍ଜକୁ ଅଧିକ ଶେଷ କରି ଦେଇଥାଏ । ତେଣୁ ଏଥିପାଇଁ ଭାଇବ୍ରେସନ୍ ମୋଡକୁ ଅଫ୍ ରଖନ୍ତୁ ଏବଂ ରିଂଗଟୋନର ଭଲ୍ୟୁମକୁ ମଧ୍ୟ ଲୋ ରଖନ୍ତୁ ।

    ସେହିପରି ଏହି ୧୦ଟି ଆପ୍ସ ଅଛି ଯାହା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ବ୍ୟାଟେରୀ ଲାଇଫକୁ କମ୍ କରିଦିଏ । ଯଦି ଆପଣ ଚାହୁଁଛନ୍ତି ବ୍ୟାଟେରୀ କମ୍ ଖର୍ଚ୍ଚ ହେବା ପାଇଁ ତ ଏହି ସବୁ ଆପ୍ସକୁ ମୋବାଇଲରୁ ହଟାଇ ଦିଅନ୍ତୁ ଯାହାକୁ କମ ବ୍ୟବହାର କରୁଛନ୍ତି ବା କେବେ କରୁନାହାଁନ୍ତି ।

    କାଣ୍ଡି କ୍ରଶ୍ ସାଗା:

    ଏହା ଏକ ଗେମିଂ ଆପ୍ । ଏହା ଖାଲି ବ୍ୟାଟେରୀ ସାରି ନଥାଏ । ଅଧିକ ଷ୍ଟୋରେଜ ବି ନେଇଥାଏ ।

    ପେଟ୍ ରେକ୍ସର ସାଗା:

    ଏହା ଏକ ଲୋକପ୍ରିୟ ଗେମ୍ ଆପ୍ ଏହା ବ୍ୟାଟେରୀ ,ଷ୍ଟୋରେଜ ଓ ଡାଟା ଅଧିକ ଖର୍ଚ୍ଚ କରିଥାଏ ।

    କ୍ଲାସ୍ ଅଫ୍ କ୍ଲାନ୍ସ:

    ଏହା ମଧ୍ୟ ଏକ ଗେମିଂ ଆପ୍ । ଏହା ବ୍ୟାଟେରୀକୁ ଶୀଘ୍ର ସାରିଦିଏ ।

    ଗୁଗୁଲ ପ୍ଲେ ସର୍ଭିସ୍ :

    ଏହା ଦ୍ୱାରା ବ୍ୟାଟେରୀ , ଷ୍ଟୋରେଜ ଓ ଡାଟା କଂଜକ୍ସନ ଅଧିକ ହୁଏ ।

    ଓଏଲଏକ୍ସ:

    ଏହା ଏକ କ୍ଲାସିଫାଏଡ ଆଫ୍ । ଏହା ମଧ୍ୟ ଖୁବ୍ ବ୍ୟାଟେରୀ ସାରିଦିଏ ।

    ଫେସବୁକ୍:

    ଏହା ବିଶ୍ୱର ସବୁଠୁ ଲୋକପ୍ରିୟ ସୋସିଆଲ ନେଟୱର୍କ ଆପ୍ । ଏହା ସ୍ମାର୍ଟଫୋନର ବ୍ୟାଟେରୀକୁ ଶୀଘ୍ର ସାରିଦିଏ ।

    ହ୍ୱାଟ୍ସଆପ୍:

    ବିଶ୍ୱର ଏହା ଏକ ନମ୍ବର ମେସେଜିଂ ଆପ୍ । ଏହା ମଧ୍ୟ ବ୍ୟାଟେରୀ ଶୀଘ୍ର ସାରିଥାଏ ।

    ଲୁକଆଉଟ୍ ସିକ୍ୟୁରିଟି ଆଣ୍ଡ ଆଣ୍ଟିଭାଇରସ୍:

    ଏହା ଏକ ମୋବାଇଲ ସୁରକ୍ଷା ଆପ୍ । ଏହା ମଧ୍ୟ ଅଧିକ ବ୍ୟାଟେରୀ ଖର୍ଚ୍ଚ କରାଇଥାଏ ।

    ଆଣ୍ଡ୍ରଏଡ୍ ୱେଦର ଆଣ୍ଡ କ୍ଲକ୍ ୱିଜେଟ୍:

    ଏହି ଆପ୍ ଦ୍ୱାରା ମୋବାଇଲର ବ୍ୟାଟେରୀ ଅଧିକ ସରିଥାଏ ।

    ସଲିଟାରି:

    ଏହା ଏକ ଗେମିଂ ଆପ୍ ଏଭିଜି କଂପାନୀ ମୁତାବକ ଏହି ଆପ୍ ମଧ୍ୟ ଖୁବ୍ ଶୀଘ୍ର ବ୍ୟାଟେରୀ ସାରିଥାଏ ।