ଫେସବୁକରେ କିଏ କରିଛି ଆପଣଙ୍କୁ ଅନଫ୍ରେଣ୍ଡ୍ ! ଜାଣନ୍ତୁ ମାତ୍ର ଦୁଇ ମିନିଟରେ

0
91
Here’s-How-You-Can-Find-Out-Who-Deleted-You-on-Facebook

ସ୍ମାର୍ଟ ହେଉଛି ଯୁଗ । ଆଉ ତା ସହ ସ୍ମାର୍ଟ ହେଉଛନ୍ତି ଲୋକ । ସମୟ ସହ ତାଳ ଦେଇ ଆଗେଇ ଚାଲୁଛନ୍ତି ଆଜିର ଯୁବପିଢୀ । ତେବେ ଯୁବପିଢୀଙ୍କ ରୁଚିକୁ ଧ୍ୟାନ ଦେଇ ତିଆରି ହେଉଛି ବିଭିନ୍ନ ସୋସିଆଲ୍ ମିଡିଆ । ସେହିପରି ଦୁନିଆଁର ଅଗ୍ରଣୀ ସୋସିଆଲ୍ ମିଡିଆ ମଧ୍ୟରେ ଅନ୍ୟତମ ଫେସବୁକ୍ । ଫେସବୁକ୍ ବ୍ୟବହାର କାରୀ ନିଜର ପ୍ରତ୍ୟେକ ଛୋଟରୁ ବଡ କଥା ଶେୟାର୍ କରିଥାନ୍ତି । ତେବେ ଫେସବୁକରେ କିଏ ଆପଣଙ୍କ ଫ୍ରେଣ୍ଡ୍ ହୋଇଛି ତାହା ସହଜରେ ଜଣା ପଡିଯାଏ  । ହେଲେ କିଏ ଆମକୁ ଅନଫ୍ରେଣ୍ଡ୍ କରିଦେଇଛି ଜାଣିବା ସହଜ ନୁହେଁ  । ଶତାଧିକ ଫ୍ରେଣ୍ଡ୍ ଥିଲେ ସମସ୍ତଙ୍କ ପ୍ରୋଫାଇଲ୍ ଖୋଲି ଚେକ୍ କରିବା ଅସମ୍ଭବ । ହେଲେ ଫେସବୁକରେ କିଏ ଆମକୁ ଅନଫ୍ରେଣ୍ଡ୍ କରିଦେଇଛି ଜାଣିବା ପାଇଁ ସମସ୍ତେ ଆଗ୍ରହୀ । କିନ୍ତୁ ଏମିତି ଏକ ଉପାୟ ଅଛି ଯାହାଦ୍ୱାରା ଆପଣ ଜାଣିପାରିବେ କିଏ ଆପଣଙ୍କୁ ଫେସବୁକରୁ ଅନଫ୍ରେଣ୍ଡ କରିଦେଇଛି । ଏବେ ନଜର ପକାନ୍ତୁ କେମିତି ଗୁଗୁଲ୍ କ୍ରୋମ୍ ଏଥିପାଇଁ ଆପଣଙ୍କୁ ସାହାଯ୍ୟ କରିବ ।

  • ପ୍ରଥମେ ୱେବ୍ ବ୍ରାଉଜରରେ ଗୁଗୁଲ୍ କ୍ରୋମ୍ ଖୋଲି ସେଥିରେ ଫେସବୁକ୍ ଲଗ୍ ଇନ୍ କରନ୍ତୁ ।
  • ଏବେ ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ.ଡିଲିଟେଡ୍.ଆଇଓ ମାଧ୍ୟମରେ କ୍ରୋମ୍ ଏକ୍ସଟେନସନକୁ ଯାଆନ୍ତୁ । କିମ୍ବା ୱେବ୍ ଷ୍ଟୋର ମାଧ୍ୟମରେ ଏକ୍ସଟେନସନ କ୍ୟାଟେଗୋରୀକୁ ଯାଇ ‘ହୁ ଡିଲିଟେଡ୍ ମି’ ସର୍ଚ୍ଚ କରି ଡିଲିଟେଡ୍.ଆଇଓ ଏକ୍ସଟେନସନ୍ ଖୋଜନ୍ତୁ ।
  • ଏହା ପରେ ‘ଆଡ୍ ଟୁ କ୍ରୋମ’ରେ କ୍ଲିକ୍ କରନ୍ତୁ ।
  • ‘ଆଡ୍ ଟୁ କ୍ରୋମ’ରେ କ୍ଲିକ୍ କରିବା ପରେ ଏକ ନୂଆ ଛୋଟ ଟ୍ୟାବ୍ ଆସିବ । ଯେଉଁଠି ‘ଆଡ୍ ଏକ୍ସଟେନସନ୍’ରେ କ୍ଲିକ୍ କରି ନିଜ କ୍ରୋମ୍ ଷ୍ଟୋରରେ ଆଡ୍ କରନ୍ତୁ ।
  • ଏହା ପରେ କ୍ରୋମ୍ ବ୍ରାଉଜରର ଉପର ଡାହାଣ ପାଖରେ ଦେଖିପାରିବେ ‘ ହୁ ଡିଲିଟେଡ୍ ମି’ ଏକ୍ସଟେନସନ୍ ଆପଣଙ୍କ କ୍ରୋମରେ ଇନଷ୍ଟଲ୍ ହୋଇ ସାରିଛି ।
  • ଏବେ ଦେଖିପାରିବେ ଆପଣଙ୍କ ଫେସବୁକରେ କେତେଜଣ ସାଙ୍ଗ ଅଛନ୍ତି ।
  • ଏବେ ‘ଭିଉ ମାଇ ଫ୍ରେଣ୍ଡ ଲିଷ୍ଟ’ରେ କ୍ଲିକ୍ କରନ୍ତୁ । କ୍ଲିକ୍ କରିବା ପରେ ବାମ ପଟରେ ଦେଖିପାରିବେ ‘ଚେକ୍ ଏଗେନ୍’ ର ଏକ ଟ୍ୟାବ୍ ଆସିବ । ଯାହା ଉପରେ କ୍ଲିକ୍ କରି ଆପଣ ତାକୁ ରିଫ୍ରେଶ୍ କରି ପାରିବେ ।
  • ଏବେ ନୂଆ ପେଜରେ ଅନେକ ଟ୍ୟାବ୍ ଦେଖାଯିବ । ଯେଉଁଥିରେ ବାମ ପଟରେ ଥିବା ଟ୍ୟାବ୍ ନୂଆ ସାଙ୍ଗ ମାନଙ୍କ ପାଇଁ ଥିବା ବେଳେ କିଏ ଆପଣଙ୍କୁ ଅନ୍ ଫ୍ରେଣ୍ଡ୍ କରିଛି ତାହା ଦ୍ୱିତୀୟ ଟ୍ୟାବରେ ଜଣା ପଡିବ । ସେହିପରି ତୃତୀୟ ଟ୍ୟାବରୁ ଜଣା ପଡିବ ଆପଣ କାହାକୁ ଅନଫ୍ରେଣ୍ଡ କରିଛନ୍ତି ଏବଂ ଚତୁର୍ଥ ଟ୍ୟାବରୁ ଜଣା ପଡିବ ଆପଣଙ୍କ କେଉଁ ସାଙ୍ଗ ତାଙ୍କ ଫେସବୁକ୍ ଆକାଉଂଟ୍ ଡିଆକ୍ଟିଭେଟ୍ କରିଛନ୍ତି ।
  • ଏବେ ଆପଣ ‘ହୁ ଡିଲିଟେଡ୍ ମି’ରେ କ୍ଲିକ୍ କରିବା ପରେ ଜାଣିପାରିବେ କିଏ ଆପଣଙ୍କୁ ଅନଫ୍ରେଣ୍ଡ କରିଛନ୍ତି ।
  • ଏହି ଫିଚର୍ ବ୍ୟବହାର ଆରମ୍ଭ କରିବା ପରେ କିଏ ଆପଣଙ୍କୁ ଅନଫ୍ରେଣ୍ଡ କରେ ତାହା ଜାଣି ପାରିବେ ।