ହ୍ୱାଟ୍ସଆପରେ ଭିଡିଓ କଲକୁ କରିପାରିବେ ରେକର୍ଡ ! ଆପଣାନ୍ତୁ ଏହି ୪ଟି ସହଜ ଟ୍ରିକ୍

    0
    72
    how to record whatsapp videocall

    ଏବେ ଚାଲିଛି ହ୍ୱାଟସଆପର ଜମାନା । ଯୋଗାଯୋଗ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ହ୍ୱାଟସଆପ ।  ଯଦି ଆପଣ ହ୍ୱାଟସଆପ୍ ୟୁଜର୍ ତେବେ ଏକଥା ନିଶ୍ଚିତ ଭାବରେ ଜାଣିଥିବେ ଯେ ମେସେଜ୍ ଏବଂ ଭଏସ୍ କଲ୍ ବ୍ୟତୀତ ଭିଡିଓ କଲ୍ ମଧ୍ୟ ହ୍ୱାଟସଆପରେ କରିହେଉଛି । ହ୍ୱାଟସଆପର ଏହି ଫିଚର୍ ଦୂରରେ ଥିବା ପରିବାର ସଦସ୍ୟ ଏବଂ ବନ୍ଧୁ ତଥା ସଂପର୍କୀୟଙ୍କୁ ଆହୁରୀ ନିକଟତର କରିପାରିଛି  । ହେଲେ ଯଦି ଆପଣ ନିଜ ପ୍ରିୟଜନଙ୍କ ସହ କରିଥିବା ଭିଡିଓ କଲକୁ ଆଉ ଥରେ ଦେଖିବାକୁ ଇଚ୍ଛା କରନ୍ତି ତେବେ ନିଶ୍ଚିତ ଭାବରେ ନିରାଶ ହେଉଥିବେ  । କାରଣ ଥରେ ଭିଡିଓ କଲରେ ହୋଇଥିବା କଥାକୁ ଆପଣ  ରେକର୍ଡ କରିପାରୁନଥିବେ  । ଏପରି ହେବାର କାରଣ ହେଉଛି ଏପର୍ଯ୍ୟନ୍ତ ହ୍ୱାଟସଆପରେ ଭିଡିଓ କଲକୁ ରେକର୍ଡ କରିବାର ସୁବିଧା ଆସିନାହିଁ  ।

    କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସହଜ ଟ୍ରିକ୍ ଜଣାଇବୁ ଯାହା ଦ୍ୱାରା ଆପଣ ହ୍ୱାଟସଆପରେ କରିଥିବା ଭିଡିଓ କଲକୁ ରେକର୍ଡ କରିପାରିବେ  । ଏହି ଟ୍ରିକ୍ ଆପଣଙ୍କ ଫୋନର ସ୍କ୍ରିନରେ ହେଉଥିବା ସମସ୍ତ ଆକ୍ଟିଭିଟିକୁ ରେକର୍ଡ କରିପାରେ  । ଆଉ ଏମିତିରେ ହ୍ୱାଟସଆପ୍ ଭିଡିଓ କଲ୍ ମଧ୍ୟ ଆରାମରେ ରେକର୍ଡ ହୋଇ ପାରିବ  । ଏବେ ନଜର ପକାନ୍ତୁ କିଛି ସହଜ ଷ୍ଟେପ୍ ଉପରେ ଯାହାକୁ ଫଲୋ କରି ଆପଣ ହ୍ୱାଟସଆପ୍ ଭିଡିଓ କଲକୁ ରେକର୍ଡ କରିପାରିବେ  । ଏବଂ ଯେତେବେଳେ ଚାହିଁବେ ଏହି ରେକର୍ଡ ହୋଇଥିବା ଭିଡିଓକୁ ଦେଖି ପାରିବେ  ।

    ଷ୍ଟେପ୍ – ୧ 

    ଆପଣଙ୍କ ଫୋନରେ ହ୍ୱାଟସଆପ୍ ଭିଡିଓ କଲ୍ ରେକର୍ଡ କରିବାକୁ ହେଲେ ସର୍ବପ୍ରଥମେ Rec. Screen Recorder  ଆପ୍ ଇନଷ୍ଟଲ୍ କରନ୍ତୁ  । ଏହି ଆପ୍ ଆପଣଙ୍କ ଫୋନରେ ହେଉଥିବା ସମସ୍ତ ଗତିବିଧିକୁ ରେକର୍ଡ କରିଥାଏ ।

    ଷ୍ଟେପ୍

    ଏହାପରେ ଏହି ଆପକୁ ଓପନ୍ କରନ୍ତୁ  । ଆପ୍ ଓପନ୍ କରିବା ପରେ ଆପଣଙ୍କ ସାମ୍ନାକୁ ଭିଡିଓର ସାଇଜ୍, ବିଟ୍ ରେଟ୍, ଡ୍ୟୁରେସନ୍ ଏବଂ ଫାଇଲ୍ ନାଁ ସେଟ୍ କରିବା ପାଇଁ ଏକ ବିକଳ୍ପ ଆସିବ  । ନିଜ ଆବଶ୍ୟକ ଅନୁଯାୟୀ ଏହି ସବୁ ବିକଳ୍ପକୁ ସେଟ୍ କରନ୍ତୁ  ।

    ଷ୍ଟେପ୍

    ଏହାପରେ ନିଜ ଜରୁରୀ ଅନୁଯାୟୀ ବିକଳ୍ପ ସେଟ୍ କରିବା ପରେ ରେକର୍ଡ ବଟନ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କୁ ଫଟୋ, ମିଡିଆ ଏବଂ ଫାଇଲ୍ସ ଆକ୍ସେସ୍ କରିବାକୁ ଅନୁମତି ମିଳିବ  । ଏହାକୁ ଓକେ କରନ୍ତୁ ।

    ଷ୍ଟେପ୍

    ଏହାପରେ ଏହି ଆପ୍ ଆପଣଙ୍କ ସ୍ମାଟଫୋନର ସମସ୍ତ ଗତିବିଧିକୁ ରେକର୍ଡ କରିବା ପାଇଁ ଅନୁମତି ମାଗିବ  । ଏହି ଅନୁମତି ମାଗିବା ପରେ ‘ଷ୍ଟାର୍ଟ ନାଓ’ରେ କ୍ଲିକ୍ କରନ୍ତୁ   । ଏହା ପରେ ଆପଣଙ୍କ ସ୍ମାର୍ଟ ଫୋନରେ ହେଉଥିବା ସମସ୍ତ ଗତିବିଧି ଏଥିରେ ରେକର୍ଡ ହେବା ଆରମ୍ଭ ହେବ  । ଏହା ସହ ହ୍ୱାଟ୍ସଆପରେ ହେଉଥିବା ଭିଡିଓ କଲ୍ ମଧ୍ୟ ରେକର୍ଡ ହୋଇଯିବ  । ଯଦି ରେକର୍ଡ ନକରିବାକୁ ଚାହୁଁଛନ୍ତି ତେବେ ‘କ୍ୟାନସେଲ୍ ଉପରେ କ୍ଲିକ୍ କରନ୍ତୁ  ।

    ତେବେ ଏହା ଭିତରେ ହ୍ୱାଟ୍ସଆପ୍ ୟୁଜରଙ୍କ ପାଇଁ ଆସିଛି ଏକ ଖୁସି ଖବର  । ଅଡିଓ ଓ ଭିଡିଓ କଲ ଭଳି ନୂଆ ନୂଆ ଫିଚର ଆଣିଥିବା ହ୍ୱାଟସଆପ ଏବେ ଗ୍ରୁପ୍ ଭିଡିଓ କଲ ଭଳି ନୂଆ ଫିଚର ଆଣିବା ପାଇଁ ଚେଷ୍ଟା ଚଳାଇଛି । ଖୁବଶୀଘ୍ର ଏହି ନୂଆ ଫିଚରର ଫାଇଦା ଉଠାଇପାରିବେ ହ୍ୱାଟସଆପ୍ ୟୁଜର । ଅନ୍ୟ ସୋସିଆଲ ମିଡିଆ ଆପ୍ ଭଳି ଏଣିକି ୟୁଜର ଭିଡ଼ିଓ କଲିଙ୍ଗର ସୁବିଧା ପାଇପାରିବେ ।

    ଡବ୍ଲୁଏବିଟା ଋିପୋର୍ଟ ମୁତାବିକ, ହ୍ୱାଟସଆପ ପାଇଁ ଗ୍ରୁପ୍ କଲିଙ୍ଗ ଭଳି ନୂଆ ଫିଚରର ପରୀକ୍ଷଣ କରାଯାଉଛି । ଏହି ନୂଆ ଫିଚରର ପରୀକ୍ଷଣ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଏହାପରେ ୟୁଜର ଏହାର ଫାଇଦା ଉଠାଇ ପାରିବେ । କେବଳ ଏହି ଫିଚର ନୁହେଁ ଆଉ ଏକ ଜବରଦସ୍ତ ଫିଚର ୟୁଜରଙ୍କ ପାଇଁ ହ୍ୱାଟସଆପ ଆଣିବାକୁ ପ୍ରସ୍ତୁତି ଚଳାଇଛି । ଏହି ନୂଆ ଫିଚର ଅନୁଯାୟୀ, ହ୍ୱାଟସଆପରେ ପଠାଯାଇଥିବା ମେସେଜକୁ ପୂର୍ନବାର କିଛି ସେକେଣ୍ଡ ମଧ୍ୟରେ ଫେରାଇ ଆଣିବାକୁ ଅପ୍ସନ ମିଳିବ । ଯାହାଦ୍ୱାରା ଯଦି ଭୂଲରେ କୌଣସି ମେସେଜ ଆପଣ ଅନ୍ୟ କାହାକୁ ପଠାଉଛନ୍ତି ତେବେ ତାହାକୁ ଫେରାଇ ଆଣିହେବ । ଦୁଇଟି ନୂଆ ଫିଚର ଏକା ସାଙ୍ଗରେ ଲଞ୍ଚ କରିବାକୁ ଯୋଜନା ରଖିଛି ହ୍ୱାଟସଆପ ।

    ହ୍ୱାଟସଆପ ଆଣ୍ଡ୍ରଏଡର ନୂଆ ବୀଟା ଭର୍ସନରେ ଏହି ଦୁଇଟି ଫିଚର ଛଡା ଆଉ କିଛି ନୂଆ ଫିଚରର ଲାଭ ଉଠାଇପାରିବେ ୟୁଜର । ଏହି ନୂଆ ଫିଚର ଅନୁଯାୟୀ, ଯଦି ଆପଣ ହ୍ୱାଟସଆପ ନମ୍ବର ପରିବର୍ତ୍ତନ କରୁଥାନ୍ତି ତେବେ ଏନେଇ ଆପଣଙ୍କ ବନ୍ଧୁଙ୍କ ନିକଟକୁ ଏକ ନୋଟିଫିକେସନ ଆପଣାଛାଏଁ ଆସିଯିବ । ଯାହାଦ୍ୱାରା ନୂଆ ନମ୍ବରର ସୂଚନା ହ୍ୱାଟସଆପ ବନ୍ଧୁଙ୍କ ନିକଟରେ ବେଶ ଆରାମରେ ପହଞ୍ଚିଯିବ । ଏସବୁ ଭିତରେ ହ୍ୱାଟସଆପ ଆଉ ଏକ ନୂଆ ଫିଚର ୟୁଜରଙ୍କ ପାଇଁ ଆଣିଛି । ଏହି ନୂଆ ଫିଚର ହେଉଛି ଲାଇଭ ଲୋକସେନ ସେୟାରିଙ୍ଗ । ଏହାଦ୍ୱାରା ବ୍ୟବହାରକାରୀ ନିଜ ବନ୍ଧୁଙ୍କ ନିକଟକୁ ସଠିକ୍ ଲୋକେସନ ସୂଚନା ପଠାଇପାରିବେ । ଏବଂ ଆପଣଙ୍କ ବନ୍ଧୁ ମଧ୍ୟ ଏହି ଫିଚର ମାଧ୍ୟମରେ ଆପଣଙ୍କୁ ଟ୍ରାକ କରିପାରିବେ ।