ଶୀତ ଦିନେ କିପରି ନେବେ କେଶ ଏବଂ ତ୍ୱଚାର ଯତ୍ନ ! ଆପଣାନ୍ତୁ ଏହି ଘରୋଇ ଉପଚାର

0
69
how to take care of your skin and hair in winter

ଆରମ୍ଭ ହୋଇ ସାରିଲାଣି ଶୀତ ଲହରୀ  । ତେବେ ଶୀତ ଋତୁ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରକାର ସମସ୍ୟା ଆରମ୍ଭ ହୋଇଥାଏ । ଖାସ୍ କରି କେଶ ଏବଂ ତ୍ୱଚା ସମ୍ବନ୍ଧୀୟ ସମସ୍ୟା । ଯେପରିକି କେଶ ଝଡିବା, ରୁପି ହେବା, ତ୍ୱଚା ଶୁସ୍କ ଲାଗିବା ଏବଂ ଓଠ ଫାଠିବା ଇତ୍ୟାଦି  । ତେବେ ଏସବୁ ସାଧାରଣ ସମସ୍ୟା  । ଥଣ୍ଡା ପରିବେଶ ଯୋଗୁ ଆମ ତ୍ୱଚାରେ କେତେକ ପରିବର୍ତନ ଦେଖାଯାଇଥାଏ । ଆପଣ ଚାହିଁଲେ ଘରୋଇ ଉପାୟରେ ଏହି ସବୁ ସମସ୍ୟାର ସମାଧାନ କରିପାରିବେ  ।

ଏବେ ନଜର ପକାନ୍ତୁ ଶୀତ ଦିନେ କେଶ ସମସ୍ୟାରୁ କିପରି ମୁକ୍ତି ପାଇବେ  :

  • ଚାରି ଚାମଚ ଅଦା ରସରେ ଦୁଇ ଚାମଚ ନଡ଼ିଆ ତେଲ ଏବଂ ଗୋଟିଏ ଚାମଚ ଲେମ୍ବୁରସକୁ ଭଲ ଭାବେ ମିଶାଇ କେଶମୂଳରେ ଲଗାଇଲେ କେଶରୁ ରୁପି ସମସ୍ୟା ଦୂର ହୋଇଥାଏ।
  • ସମାନ ପରିମାଣର ଆଲ୍‌ମଣ୍ଡ୍‌ ତେଲ, ଜୋଜୋବା ତେଲ ଏବଂ ଶୁଦ୍ଧ ନଡ଼ିଆ ତେଲକୁ ନେଇ ୪ରୁ ୫ ମିନିଟ୍‌ ଯାଏ ଉଷୁମ କରନ୍ତୁ। ତା’ପରେ କେଶରେ ଭଲ ଭାବେ ମାଲିସ୍‌ କରନ୍ତୁ । ଏପରି ନିୟମିତ କଲେ କେଶ ନରମ ରହିବ।
  • ଗୋଟିଏ ପାତ୍ରରେ ଦୁଇଟି ଅଣ୍ଡାର ଧଳା ଅଂଶ ନେଇ ସେଥିରେ ଚାରି ଚାମଚ ପାଣି ମିଶାଇ ଭଲ ଭାବରେ ଫେଣ୍ଟନ୍ତୁ। ସେହି ମିଶ୍ରଣକୁ କେଶରେ ଭଲ ଭାବେ ଲଗାଇ ୩୦ରୁ ୪୦ ମିନିଟ୍‌ ଯାଏ ଛାଡ଼ିଦିଅନ୍ତୁ। ତା’ପରେ ସାମ୍ପୁରେ କେଶକୁ ଭଲ ଭାବେ ସଫା କରନ୍ତୁ। ଏହାଦ୍ୱାରା କେଶ ମୂଲାୟମ ହେବା ସହ ଚମକ ବଢ଼େ।

ଏବେ ଜାଣନ୍ତୁ ଶୀତ ଦିନେ କିପରି ତ୍ୱଚାର ଯତ୍ନ ନେବେ :

ପ୍ରଚୁର ପାଣି ପିଅନ୍ତୁ

ଅଧିକାଂଶ ଲୋକେ ଶୀତ ଦିନେ ଖୁବ୍ କମ ପାଣି ପିଇଥାନ୍ତି । ଯାହାର ପ୍ରଭାବ ସିଧାସଳଖ ଚର୍ମ ଉପରେ ହିଁ ପଡିଥାଏ । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଶୀତ ଦିନେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ ।

ମଶ୍ଚରାଇଜିଂ :

ଆକର୍ଷଣୀୟ ତ୍ୱଚା ପାଇଁ ମଶ୍ଚରାଇଜିଂ କରିବା ବି ବହୁତ ଜରୁରୀ । ତେଣୁ ଭଲ ବ୍ରାଣ୍ଡର ମଶ୍ଚରାଇଜିଂ କ୍ରିମ୍ ଲଗାନ୍ତୁ ।

ପ୍ରତିଦିନ ଗାଧାନ୍ତୁ :

ଅଧିକାଂଶ ଲୋକେ ଶୀତ ଦିନରେ ଗାଧୋଇବାକୁ କୁଣ୍ଠାବୋଧ କରିଥାନ୍ତି । ଏପରିକି କିଛି ଲୋକ ଏଭଳି ଥାନ୍ତି ଯେଉଁମାନେ ୨-୩ ଦିନରେ ଥରେ ଗାଧେଇଥାନ୍ତି । ତେବେ ଏଭଳି କରିବା ଆଦୌ ଉଚିତ ନୁହେଁ । କାରଣ ନଗାଧୋଇବା ଦ୍ୱାରା ବିଭିନ୍ନ ଚର୍ମ ଜନିତ ରୋଗ ସୃଷ୍ଟି ହୋଇଥାଏ । ତେଣୁ ଶୀତ ଦିନରେ ତ୍ୱଚାର ଯତ୍ନ ନେବା ପାଇଁ ପ୍ରତିଦିନ ଗାଧୋଇବା ଆବଶ୍ୟକ ।

ତ୍ୱଚାକୁ ସବୁବେଳେ ସଫା ରଖନ୍ତୁ :

ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ କି, ଶୀତ ଦିନେ ଲୋକେ ନିଜର ତ୍ୱଚାକୁ ନେଇ ସେମିତି କିଛି ଯତ୍ନବାନ ହୋଇନଥାନ୍ତି । ଯାହାଦ୍ୱାରା କି ସେମାନଙ୍କର ତ୍ୱଚା ଅଧିକ ଶୁଷ୍କ ତଥା ରୁକ୍ଷ ହୋଇପଡିଥାଏ । ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କର ତ୍ୱଚାକୁ ପ୍ରତିଦିନ ସଫା ରଖନ୍ତୁ । ଏଥିପାଇଁ ଦହି ଏବଂ ଚିନିରୁ ତିଆରି ସ୍କ୍ରବ ବ୍ୟବହାର କରନ୍ତୁ ।

ଅମୃତଭଣ୍ଡା, କଦଳୀ, ମହୁ ଫେସପ୍ୟାକ :

ଖଣ୍ଡେ ପାଚିଲା ଅମୃତଭଣ୍ଡା, ପାଚୀଲା କଦଳୀ, ଏକ ଚାମଚ ମହୁ ଏହି ତିନୋଟିକୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ, ଏହି ପେଷ୍ଟକୁ ମୁହିଁରେ କିମ୍ବା ଶରୀରର ଶୁଖିଲା ଲାଗୁଥିବା ଅଂଶରେ ମାଲସ କରିପାରିବେ । କାରଣ ଅମୃତଭଣ୍ଡାରେ ଆଣ୍ଟିଅକ୍ସିଡେଣ୍ଟ ଏବଂ କଦଳୀରେ ଭିଟାମିନ ପ୍ରଚୁର ପରିମାଣରେ ଥିବା ଯୋଗୁଁ ଏହି ମସାଜ ଆପଣଙ୍କୁ  ଚମକଦେବା ସହ ମହୁ ପ୍ରାକୃତିକ ମଶ୍ଚରାଇଜର ଭାବେ କାମ କରିଥାଏ । ତେଣୁ ଶୁଖିଲା ପଣକୁ ଦୂର କରିଥାଏ ।

ଶୀତ ଦିନେ କିପରି ନେବେ ଓଠର ଯତ୍ନ   :

  • ଚିନି ଓ ମହୁ ଫଣ୍ଟି, ଓଠରେ ଥାପି, କିଛି ସମୟ ପରେ ଉଷୁମ ପାଣିରେ ଧୁଅନ୍ତୁ । ଏହା ଦ୍ୱାରା ମୃତକୋଷ ସହଜରେ ବାହାରିଯାଏ । କଳା ପଡିବା, ଫାଟିବା ସମସ୍ୟା ହୁଏନାହିଁ ।
  • କଞ୍ଚା ଖିର କିଂବା ଗ୍ଲିସେରିନ, ଗୋଲାପ ପାଖୁଡା ବାଟି ଲଗାଇବା ଦ୍ୱାରା ଓଠ ଫାଟିବା ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଫଟା ଓଠ ପାଇଁ ଲିମ୍ବୁ, ଘିକୁଆଁରୀ ରସ ଉପକାରୀ । ଏହା ଓଠକୁ ଥଣ୍ଡା ଆର୍ଦ୍ର ରଖେ, ଓଠ ଶୁଖେନାହିଁ, ଫାଟେ ନାହିଁ ।
  • ମହୁରେ ଅଧ ଚାମଚ ଜଡ଼ା ତେଲ ଫେଣ୍ଟି ଶୋଇବା ପୂର୍ବରୁ ଓଠରେ ଲଗାନ୍ତୁ । ଏହି ଋତୁରେ ପାଣି ପିଇବା କମାନ୍ତୁ ନାହିଁ । ଏହା ଦ୍ୱାରା ଶରୀରରୁ ଜଳୀୟଅଂଶ କମିଯିବା ସହ ଓଠ ଫାଠିବା, ଅନ୍ୟାନ୍ୟ ତ୍ୱଚା ସମସ୍ୟା ବଢିବ ।
  • ଗ୍ଲିସେରିନ ତ୍ୱଚାର ଶୁଷ୍କପଣ ଦୂର କରିଥାଏ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ଶୁଖିଲା ପରେ ଏକ କଟନ ବଲ ସାହାଯ୍ୟରେ କିଛି ଗ୍ଲିସେରିନ ନେଇ ମୁହଁରେ ମାଲିସ କରନ୍ତୁ । ଏପରି କରିବା ସମୟରେ ଆଖି, ଓଠକୁ ଦୂରେଇ ରଖନ୍ତୁ । ଗ୍ଲିସେରିନ ଦ୍ୱାରା ଶରୀରରେ ଶୁଖିଲାପଣ ଦୂର ହୋଇଥାଏ । ଶରୀରକୁ କୋମଳ ରଖିବାରେ ଏହା ସାହାଯ୍ୟ କରେ ।