ଯଦି କେବେ ଧରନ୍ତି ଟ୍ରାଫିକ୍ ପୁଲିସ୍ ! ଜାଣନ୍ତୁ ଆପଣଙ୍କ ୧୦ଟି ଅଧିକାର

0
504
know your rights if caught by traffic police

ନିକଟରେ ଭୁବନେଶ୍ୱର ଏଜି ଛକରେ ହୋଇଥିବା ଏକ ଘଟଣାର ଭିଡିଓ ଭାଇରାଲ୍ ହୋଇଥିଲା  । ଯେଉଁଥିରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଏବଂ ଟ୍ରାଫିକ୍ ପୁଲିସ୍ ମୁହଁମୁହିଁ ହୋଇଥିଲେ । ହେଲମେଟ୍ ପିନ୍ଧି ନଥିବାରୁ ସଂପୃକ୍ତ ଟ୍ରାଫିକ୍ ପୁଲିସ୍ ଜଣଙ୍କ ସାମ୍ବାଦିକଙ୍କ ଗାଡିର ଚାବି ଛଡାଇ ନେବା ସହ ମାଡ ମାରିଥିଲେ । ତେବେ ପ୍ରଶ୍ନ ଉଠୁଛି ଯେ କଣ କୌଣସି ଟ୍ରାଫିକ୍ ପୁଲିସଙ୍କର ଚାବି ଛଡାଇ ନେବା ଅଧିକାର ଅଛି କି ? ଏହାର ଉତ୍ତର ହେଉଛି ‘ନାଁ’  । କେବଳ ଏହି ଗୋଟିଏ ଘଟଣା ନୁହେଁ ଆହୁରୀ ଅନେକ ଏପରି ଘଟଣା ସାମ୍ନାକୁ ଆସିଛି । ତେବେ ଜଣେ ସାଧାରଣ ନାଗରିକ ଭାବରେ ଆପଣଙ୍କର ବି ଟ୍ରାଫିକ୍ ନିୟମ ଜାଣିବାର ଅଧିକାର ରହିଛି  । ଯେତେବେଳେ କୌଣସି ଟ୍ରାଫିକ୍ ପୁଲିସ୍ ଆପଣଙ୍କୁ ଅଟକାଇ ଦେଉଛନ୍ତି ସେତେବେଳେ କଣ କରିବା ଉଚିତ୍ ଏବଂ ଅନୁଚିତ୍  । ଏବେ ନଜର ପକାନ୍ତୁ ୧୦ ଟି ନିୟମ ଏବଂ ଅଧିକାର ଉପରେ ଯାହା ଆପଣଙ୍କୁ ଭବିଷ୍ୟତରେ କାମରେ ଆସିପାରେ  ।

୧.        ଆପଣଙ୍କ ଗାଡି ଚାବି ଛଡାଇ ନେବାର କୌଣସି ଅଧିକାର ଟ୍ରାଫିକ୍ ପୁଲିସଙ୍କର ନାହିଁ  । କିମ୍ବା କୌଣସି ବି ପରିସ୍ଥିତିରେ ଜବରଦସ୍ତ କାର୍ ଡୋର୍ ଖୋଲି ଆପଣଙ୍କୁ ବାହାରକୁ ଆଣି ପାରିବେ ନାହିଁ ।

୨.        କୌଣସି ଶିଖ୍ ସଂପ୍ରଦାୟକ ବ୍ୟକ୍ତିଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ ନୁହେଁ  । ଏହା ସହ ଯଦି କୌଣସି ବ୍ୟକ୍ତିଙ୍କର କାନ ଅପରେସନ୍ ହୋଇଛି ତେବେ ସେ କ୍ଷେତ୍ରରେ ମଧ୍ୟ ହେଲମେଟ୍ ପିନ୍ଧବା ବାଧ୍ୟତାମୂଳକ ନୁହେଁ  ।

୩.        ଯଦି ଆପଣ ହେଲମେଟ୍ ପନ୍ଧିନଥିବାରୁ ଜରିମାନା ଦେଇଛନ୍ତିି ତେବେ ଏହାର ବୈଧତା ସେହିଦିନ ରାତି ୧୨ ପର୍ଯ୍ୟନ୍ତ ରହିଛି  । ଅର୍ଥାତ୍ ସେହିଦିନି ରାତି ୧୨ ପର୍ଯ୍ୟନ୍ତ ବିନା ହେଲମେଟରେ ଯେକୌଣସି ସ୍ଥାନକୁ ଯାଇପାରିବେ  । ଏବଂ ଥରେ ଜରିମାନା ଦେଇଥିବାରୁ ଆଉ ବାରମ୍ବାର ଦେବାକୁ ପଡିବ ନାହିଁ ।

୪.        ରସିଦ୍ ପାଇବା ପରେ ହିଁ ଜରିମାନା ଦିଅନ୍ତୁ । ଯଦି ସଂପୃକ୍ତ ଅଫିସରଙ୍କ ନିକଟରେ ଚାଲାଣ ବୁକ୍ ନାହିଁ ତେବେ ଜରିମାନା ଦିଅନ୍ତୁ ନାହିଁ । ଅଫିସରଙ୍କ ନିକଟରେ ଚାଲାଣ ବହି କିମ୍ବା ଇ ଚାଲାଣ ମେସିନ୍ ଥିବା ନିହାତି ଆବଶ୍ୟକ  । ଏସବୁ ନଥିରେ ସେ ଆପଣଙ୍କଠାରୁ ଜରିମାନା ଆଦାୟ କରିପାରିବେ ନାହିଁ ।

୫.        ଆପଣ ବସିଥିବା ସମୟରେ ଟ୍ରାଫିକ୍ ପୁଲିସ୍ ଆପଣଙ୍କ ଗାଡିକୁ ଟାଣି ପାରିବେ ନାହିଁ ।

୬.        ଯେପର୍ଯ୍ୟନ୍ତ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଜଣକ ଅସଲରେ ଜଣେ ଟ୍ରାଫିକ୍ ପୁଲସ୍ ବୋଲି ନିଶ୍ଚିତ ହୋଇନାହାଁନ୍ତି ସେପର୍ଯ୍ୟନ୍ତ ଆପଣଙ୍କ ପରିଚୟ ପତ୍ର କିମ୍ବା କୌଣସି ଜରୁରୀ କାଗଜ ପତ୍ର ଦିଅନ୍ତୁ ନାହିଁ । ସଂପୃକ୍ତ ଟ୍ରାଫିକ୍ ପୁଲିସ୍ ନିଜ ୟୁନିଫର୍ମରେ ଥିବା ଆବଶ୍ୟକ  ।

୭.        ଯଦି ଆପଣ ଟ୍ରାଫିକ୍ ନିୟମ ଭାଙ୍ଗିଛନ୍ତି ତେବେ ଆପଣଙ୍କ ଡ୍ରାଇଭିଙ୍ଗ୍ ଲାଇସେନ୍ସ, ଇନ୍ସୁରାନ୍ସ ପେପର୍ ଇତ୍ୟାଦି ପୁଲିସଙ୍କୁ ଦେଖାନ୍ତୁ । ତେବେ ଏହା ଆପଣଙ୍କ ଚଏସ୍ ଯେ ଆପଣ ଏହି ସବୁ ଡକ୍ୟୁମେଂଟ୍ ସଂପୃକ୍ତ ଅଫିସରଙ୍କୁ କେବଳ ଦେଖାଇବେ ନା ହାଣ୍ଡ ଓଭର୍ କରିବେ  । କାରଣ ସେକ୍ସନ୍ ୧୩୦ ଅନୁଯାୟୀ ଆପଣ ଡକ୍ୟୁମେଂଟ୍ ଦେଖାଇବେ କିନ୍ତୁ ହାଣ୍ଡଓଭର୍ କରିବେ ନାହିଁ ।

୮.        କୌଣସି ମହିଳାଙ୍କୁ ପୁଲିସ୍ ଗିରଫ କିମ୍ବା ଛୁଇଁ ପାରିବେ ନାହିଁ ।

୯.        କୌଣସି ଟ୍ରାଫିକ୍ ପୁଲିସ୍ ଆପଣଙ୍କ ପଛରେ ବାଡି ଦେଖାଇ ଗୋଡାଇକି ଯାଇ ପାରିବେ ନାହିଁ  । କାରଣ ଏପରି କଲେ ଦୁର୍ଘଟଣା ହୋଇପାରେ ।

୧୦.    କେବେ ବି କୌଣସି ପରିସ୍ଥିତିରେ ବେଆଇନ୍ କାର୍ଯ୍ୟ ଯଥା ଲାଂଚ ଦେବା, ବିନା ଚାଲାଣରେ ଜରିମାନା ଦେବା ଇତ୍ୟାଦି ପାଇଁ ରାଜି ହୁଅନ୍ତୁ ନାହିଁ  । ଯଦି କୌଣସି ଟ୍ରାଫିକ୍ ପୁଲିସ୍ ଏପରି କରନ୍ତି ତେବେ ଟ୍ରାଫିକ୍ ହେଲ୍ପଲାଇନ୍ ନମ୍ବରରେ କଲ୍ କରବାର ଅଧିକାର ଆପଣଙ୍କର ରହିଛି । ଏପରିକି ଆପଣ ପିସିଅରର ସାହାଯ୍ୟ ମଧ୍ୟ ନେଇ ପାରନ୍ତି । ଏହା ସହ ଆପଣ ଯଦି କୌଣସି ନିର୍ଯାତନାର ଶିକାର ହୁଅନ୍ତି ତେବେ ଏସପି(ଟ୍ରାଫିକ୍), ଏଡିସିପି (ଟ୍ରାଫିକ୍), ଏସିପି (ଟ୍ରାଫିକ୍), ଏବଂ ଡିସିପି(ଟ୍ରାଫିକ୍)ଙ୍କୁ କଲ୍ କରିବାର ଅଧିକାର ରହିଛି ।