କମଳାଠାରୁ ଅଧିକ ଭିଟାମିନ୍ ସି ଏହି ସବୁ ଫଳରେ ! ନିୟମିତ ଖାଅନ୍ତୁ ଅନେକ ସମସ୍ୟାରୁ ମୁକ୍ତି ପାଆନ୍ତୁ

0
62
mango

ସୁସ୍ଥ ରହିବା ପାଇଁ ପ୍ରତିଦିନ ଜଣେ ବ୍ୟକ୍ତିଙ୍କୁ ୫୦ ମିଲିଗ୍ରାମ୍ ଭିଟାମିନ୍ ସି ଆବଶ୍ୟକ ହୋଇଥାଏ । ନିୟମିତ ଭାବେ ଭିଟାମିନ୍ ସି  ଯୁକ୍ତ ଖାଦ୍ୟ ଖାଇଲେ ଥଣ୍ଡା, ସର୍ଦ୍ଦି ରୋଗରୁ ରକ୍ଷା ମିଳିବା ସହ ତ୍ୱଚାରେ ବିଶେଷ ଚମକ ଆସିଥାଏ । ପିଲାଠାରୁ ବୟସ୍କ ପ୍ରତ୍ୟେକ ବର୍ଗର ଲୋକେ ନିଜ ଖାଦ୍ୟପେୟରେ ଭିଟାମିନ୍ ସି  ଯୁକ୍ତ ଖାଦ୍ୟକୁ ସାମିଲ କରିବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ନିୟମିତ ଭାବରେ ଭିଟାମିନ୍ ସି’ ଖାଇବା ଦ୍ୱାରା କର୍କଟ ରୋଗରୁ ରକ୍ଷା ମିଳିବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ପିଲାମାନେ ନିୟମିତ ଭାବରେ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଖାଇଲେ ସେମାନଙ୍କ ମସ୍ତିଷ୍କ ସକ୍ରିୟ ରହିବା ସହ କାର୍ୟ୍ୟକ୍ଷମତା ବୃଦ୍ଧି ପାଇଥାଏ ବୋଲି ପରୀକ୍ଷାରୁ ଜଣାପଡିଛି । ତେବେ ସମସ୍ତେ ଜାଣନ୍ତି ଭିଟାମିନ୍ ସି ରେ ଭରପୁର କମଳା  । ପ୍ରତିଦିନ କମଳା ଖାଇବା ଦ୍ୱାରା ଉପରୋକ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ  । ହେଲେ ଏମିତି କିଛି ଫଳା ଏବଂ ପରିବା ଅଛି ଯେଉଁଥିରେ କମଳାଠାରୁ ମଧ୍ୟ ଅଧିକ ପରିମାଣର ଭିଟାମିନ୍ ସି ରହିଛି  ।

ପିଜୁଳି:

Guava

ପିଜୁଳିରେ ଭିଟାମିନ-ଏ, ଭିଟାମିନ-ସି, ଭିଟାମିନ-ବି୨, ଭିଚାମିନ-ଇ, ଭିଚାମିନ-କେ ଭରି ରହିଛି । ଏହାସହ ଏଥିରେ ଫଲିକ ଏସିଡ, କ୍ୟାଲସିୟମ, ଫାଇବର,ପୋଟାସିୟମ, କପର ଓ ମାଙ୍ଗାନିଜ ରହିଛି । ହୃଦରୋଗୀଙ୍କ ପାଇଁ ପିଜୁଳି ଅତ୍ୟନ୍ତ ଉପକାରୀ । ଏଥିରେ ଥିବା ପୋଟାସିୟମ, ଭିଟାମିନ-ସି ଏବଂ ଫାଇବର ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିଥାଏ । ଏହା ସହ ଏଥିରେ ଥିବା ଭିଟାମିନ-ସି କେଶ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଦାନ୍ତ ଓ ମାଢି ସମ୍ବନ୍ଧୀୟ ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । ପିଜୁଳି ଚର୍ମ ପାଇଁ ମଧ୍ୟ ବେଶ ଉପକାରୀ । ଏଥିରେ ଥିବା ଭିଟାମିନ-କେ ଚର୍ମର କଳାଦାଗ ଏବଂ ବ୍ରଣରୁ ମୁକ୍ତି ଦେଇଥାଏ ।

ଅମୃତଭଣ୍ଡା:

papaja

ଘରେ ଘରେ ସହଜରେ ମିଳୁଥିବା ପରିବାଟି ହେଉଛି ଅମୃତଭଣ୍ଡା  । ଭିଟାମିନ ଏ, ବି, ସି ଓ ଫାଇବରରେ ଭରପୁର ଅମୃତଭଣ୍ଡା ଆଖି ଓ ତ୍ୱଚା ପାଇଁ ବହୁତ ଉପକାରୀ । ଏହା ବ୍ୟତୀତ ଅମୃତଭଣ୍ଡାରେ ଆଇରନ, ପ୍ରୋଟିନ, ପୋଟାସିୟମ,ଆଣ୍ଟିଅକ୍ସିଡାଂଟ ଆଦି ମହଜୁଦ ଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ । ଅମୃତଭଣ୍ଡାରେ ଥିବା ଭିଟାମିନ ଏ,ବି,ସି ଶରୀରର ପ୍ରତିଶେଧକ ଶକ୍ତି ବୃଦ୍ଧି କରାଏ ଏବଂ ଶରୀରକୁ ନିରୋଗ ରଖେ । ଅମୃତଭଣ୍ଡାରେ ଫାଇବର ,ଭିଟାମିନ ଓ ପୋଟାସିୟମ ଭରପୁର ମାତ୍ରାରେ ଥାଏ । ଯାହା ହୃଦୟ ସମ୍ମନ୍ଧୀୟ ରୋଗରୁ ରକ୍ଷା କରେ ।

ଆମ୍ବ:

mango

ଆମ ଦେଶରେ ଆମ୍ବକୁ ଫଳର ରାଜା କୁହାଯାଏ । ପାଚିଲା ଆମ୍ବ ଅତ୍ୟନ୍ତ ସୁସ୍ୱାଦୁ । କଞ୍ଚା ଆମ୍ବରେ ମଧ୍ୟ ଚଟଣି ଓ ଆଚାର କରି କରାଯାଏ । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ । ଆମ ଶରୀର ପାଇଁ ଆବଶ୍ୟକ ଥିବା ଜରୁରୀ ପୋଷକ ତତ୍ତ୍ୱ ଆମ୍ବରେ ରହିଛି । ଏଥିରେ ଭିଟାମିନ-ସି, ଜିଙ୍କ୍, ପୋଟାସିୟମ, କପର୍ ଓ ସେଲେନିୟମ ପ୍ରମୁଖ ଭରପୂର ମାତ୍ରାରେ ରହିଛି ।

ସପୁରୀ:

pineapple

ବାଡି ବଗିଚାର ରସାଳ ଫଳ ହେଉଛି ସପୁରୀ । ସପୁରୀ ଏପରି ଏକ ଫଳ ଯାହା କେବଳ ଖାଇବାକୁ ସୁସ୍ୱାଦୁ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବେଶ ହିତକର । କେବଳ ସୁସ୍ୱାଦୁ ନୁହେଁ ଔଷଧୀୟ ଗୁଣ ପାଇଁ ଏହାକୁ ସବୁଠାରୁ ଉପକାରୀ ଫଳର ମର୍ୟ୍ୟାଦା ମିଳିଛି । ସପୁରିରେ ଭିଟାମିନ୍ ବି-୧, ବି-୨, ବି-୩, ବି-୫, ବି-୬, ବି-୯, ଭିଟାମିନ୍ – ସି ପ୍ରଚୁର ପରିମାଣର ଅଛି ।  ସପୁରୀରେ ଭିଟାମିନ୍ ସି ପ୍ରଚୁର ପରିମାଣର ରହିଥିବାରୁ କେଶ ଝଡ଼ିବା ସମସ୍ୟା କମ୍‌ ହେବା ସହ ଚର୍ମ ସୁସ୍ଥ ଓ ଉଜ୍ଜଳ ରହିଥାଏ । ଏହା ସହ ସପୁରୀରେ ଥିବା ଭିଟାମିନ୍-ସି ହୃଦଘାତ ଜନିତ ରୋଗରୁ ରକ୍ଷା କରିଥାଏ । ସପୁରୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମୁଖ କର୍କଟ ଜନିତ ଜୀବାଣୁ ନଷ୍ଟ କରେ। ଏହା ଦାନ୍ତର ମାଢ଼ିକୁ ଶକ୍ତ ରଖେ ଫଳରେ ଦାନ୍ତ ମୂଳ ଢ଼ିଲା ହେବା ଆଶଙ୍କା ରୁହେ ନାହିଁ। ଦାନ୍ତ କ୍ଷୟ ସମସ୍ୟା ମଧ୍ୟ ଦୂରାଏ।

କ୍ୟାପସିକମ୍:

capsicum

ସାଧାରଣତଃ ଆମେ କ୍ୟାପ୍ସିକମ୍କୁ ତରକାରୀ କିମ୍ୱା ସାଲାଡ୍ରେ ବ୍ୟବହାର କରୁ। ବଜାରରେ ଲାଲ୍, ସବୁଜ ଓ ହଳଦିଆ ରଙ୍ଗର କ୍ୟାପସିକମ୍ ବିକ୍ରି ହୋଇଥାଏ। କ୍ୟାପ୍ସିକମ୍ କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ ଉପକାରୀ ମଧ୍ୟ। କ୍ୟାପସିକମ୍ରେ ପ୍ରଚୁର ମାତ୍ରା ଭିଟାମିନ୍ ସି ଥିବାରୁ ବିଭିନ୍ନ ରୋଗରୁ  ଆମକୁ ରକ୍ଷା କରିଥାଏ। ବିଶେଷଜ୍ଞଙ୍କ ମତରେ ପ୍ରତିଦିନ କ୍ୟାପସିକମ୍ ଖାଇବା ଦ୍ୱାରା ମାରାମତ୍କ କ୍ୟାନସର ହେବାର ଭୟ କମିଥାଏ। କ୍ୟାପସିକମ୍ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍ ସ୍ତର ନିୟନ୍ତ୍ରଣ ରହେ। ଲାଲ୍ ରଙ୍ଗର କ୍ୟାପସିକମ୍ ଖାଇବା ଦ୍ୱାରା କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ। କ୍ୟାପସିକମ୍ ଓଜନ ହ୍ରାସ ମଧ୍ୟ କରିଥାଏ। ଏଥିରେ କ୍ୟାଲେରୀ ନଥାଏ କହିଲେ ଚଳେ।

ଅଁଳା:

Amazing Benefits of Amla or Indian Gooseberry
Amazing Benefits of Amla or Indian Gooseberry

ଭିଟାମିନରେ ଭରପୁର ଅଁଳା । ଯଦି ଆପଣ ପ୍ରତିଦିନ ଅଁଳା ରସ ସେବନ କରନ୍ତି ତେବେ ଶରୀରରେ ଥିବା ଭିଟାମିନ୍ ସି ର ଅଭାବ ଦୂର ହୋଇଥାଏ । ଅଁଳା ରସ ପାଚନ କ୍ରିୟାକୁ ବଢାଇ ଥାଏ । ଏହା ସହ କୋଷ୍ଠକାଠିନ୍ୟ ଭଳି ଭୟଙ୍କର ରୋଗରୁ ମୁକ୍ତି ଦେଇଥାଏ । ଦାନ୍ତ ବିନ୍ଧା ପାଇଁ ଲାଭଦାୟକ ଅଁଳା । ଅଳ୍ପ କପୁର ସହ ଅଁଳା ରସ ମିଶାଇ ଦାନ୍ତରେ ଲଗାଇଲେ ତୁରନ୍ତ ଦାନ୍ତ ବିନ୍ଧା ଭଲ ହୋଇଯାଏ । ଏହା ସହ ଦାନ୍ତ ପୋକ ଲାଗିଥିଲେ ଭଲ ହୋଇଯାଏ । କେବଳ ଏତିକି ନୁହଁ ଅଁଳା ରସକୁ ସେବନ କଲେ ମଧ୍ୟ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ପାଇପାରିବେ ।