କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ ! ଏହି ସବୁ ମାରାତ୍ମକ ରୋଗରୁ ମିଳିବ ମୁକ୍ତି

0
170
tulsi with milk

ଔଷଧୀୟ ଗୁଣ ଓ ପ୍ରୟୋଗ ଦୃଷ୍ଟିରୁ ତୁଳସୀ ବୃକ୍ଷ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅଟେ  । ଏହାର ଔଷଧୀୟ ଗୁଣ ବିଷୟରେ ଆୟୁର୍ବେଦ ଶାସ୍ତ୍ରମାନଙ୍କରେ ବିସ୍ତୁତ ଭାବେ ବର୍ଣ୍ଣନା କରାଯାଇଛି  ।  ତୁଳସୀ ପତ୍ରର ରସ କାଶ, କଫ, ବ୍ରୋଂକାଇଟସ୍, କୃମି ଦୋଷ, ଦାନ୍ତ ବିନ୍ଧା, ପେଟ ଗୋଳମାଳ, ଚକ୍ଷୁ ରୋଗ ଏବଂ ଚର୍ମ ରୋଗ ପ୍ରଭୃତିର ଉପଶମ ପାଇଁ ବ୍ୟବହୃତ ହୋଇଥାଏ l ଏହା ଶାରୀରିକ ଦୁର୍ବଳତା ଦୁର କରିବା ସହିତ ସ୍ମରଣ ଶକ୍ତି ବୃଦ୍ଧି ଘଟାଇ ଥାଏ l ତେବେ କଣ ଆପଣ ଜାଣନ୍ତି କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । କ୍ଷୀରରେ ତୁଳସୀ ପତ୍ର ମିଶାଇଲେ ଏକ ପ୍ରାକୃତିକ ଔଷଧର କାମ କରିଥାଏ । ତେଣୁ କ୍ଷୀର ପିଇବା ପୂର୍ବରୁ ସେଥିରେ ତୁଳସୀ ପତ୍ର ପକାନ୍ତୁ । ଏବେ କ୍ଷୀର ସହ ତୁଳସୀ ପତ୍ର ମିଶାଇ ପିଇଲେ କେଉଁ ରୋଗରୁ ମୁକ୍ତି ମିଳିଥାଏ ।

– ଯଦି ଆପଣ ମାଇଗ୍ରେନରେ ପୀଡିତ ତେବେ ପ୍ରତିଦିନ ସକାଳ ଏବଂ ସଂଧ୍ୟାରେ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ । ଏହା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟା ଦୂର ହୋଇଥାଏ । ଏହାସହ ଆପଣ କ୍ଷୀରରେ ତୁଳସୀ ପତ୍ର ଏବଂ ହଳଦୀ ମିଶାଇ ପିଇପାରନ୍ତି ।

– ସେହପରି କିଡନୀରେ ଯଦି ଷ୍ଟୋନ୍ ହୋଇଥାଏ ତେବେ ପ୍ରତିଦିନ ସକାଳେ ଖାଲି ପେଟରେ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ । ଏପରି ନିୟମିତ କଲେ ଷ୍ଟୋନ୍ ବାହାରକୁ ଚାଲିଆସିବ ।

– ହୃଦ ଜନିତ ସମସ୍ୟା ପାଇଁ ଖୁବ୍ ଲାଭଦାୟକ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇବା । କ୍ଷୀରରେ ତୁଳସୀ ପତ୍ର ପକାଇ ଭଲ ଭାବରେ ଫୁଟାନ୍ତୁ । ଏହା ପରେ ଏହାକୁ ଥଣ୍ଡା କରି ପିଅନ୍ତୁ । ନିୟମିତ ଏପରି ପିଇଲେ ହାର୍ଟ ସହ ଜଡିତ ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଥାଏ ।

– କ୍ଷୀରରେ ଭିଟାମିନ୍ ସି ବ୍ୟତୀତ ଅନ୍ୟ ସମସ୍ତ ପୋଷକ ତତ୍ୱ ଭରପୁର ଅଛି । ପ୍ରତିଦିନ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇଲେ ଏଥିରେ ଥିବା ଆଂଟିାବାୟୋଟିକ୍ ଗୁଣ ଶରୀରରୁ କ୍ୟାନ୍ସର ସହ ଲଢିବା ପାଇଁ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ସକାଳେ ଏବଂ ସଂଧ୍ୟାରେ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ ।

ତୁଳସୀର ଔଷଧୀୟ ଗୁଣ :

  • ଅଧା ଲିଟର ପାଣିରେ ତୁଳସୀ ପତ୍ର , ସାଧା ଲୁଣ ଏବଂ ଲବଙ୍ଗ ମିଶାଇ ଫୁଟାନ୍ତୁ । ଏହି ପାଣି ଫୁଟି ଅଧା ହୋଇଯିବା ପରେ ଓହ୍ଲାଇ ଦିଅନ୍ତୁ । ଏହି ପାଣି ପିଇଲେ ଇନଫ୍ଲୁଏଞ୍ଜା ରୋଗ ଭଲ ହୋଇଥାଏ ।
  • ହୃଦରୋଗ ପାଇଁ ଲାଭ ଦାୟକ ତୁଳସୀ । ନିୟମିତ ତୁଳସୀ ପତ୍ର ଖାଇଲେ କୋଲେଷ୍ଟ୍ରଲର ମାତ୍ରା କମିଥାଏ । ଏହା ସହ କାଛୁ କୁଣ୍ଡିଆ ଆଦି ରୋଗ ପାଇଁ ତୁଳସୀ ପତ୍ର ଲାଭ ଦାୟକ ।
  • ସେହିପରି ଆଖି ବ୍ୟଥା ହେଉଥିଲେ ତୁଳସୀ ପତ୍ରର ରସ ଆଖିରେ ପକାନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କଳା ତୁଳସୀ ପତ୍ର ରସ ଆଖିରେ ପକାଇବା ଦ୍ୱାରା ଅଖି ବ୍ୟଥା ଭଲ ହୋଇଥାଏ ।
  • ଦାନ୍ତର ବିଭିନ୍ନ ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଏ ତୁଳସୀ । ତୁଳସୀ ପତ୍ରକୁ ଖରାରେ ଶୁଖାଇ ଗୁଣ୍ଡ କରି ଦନ୍ତମଞ୍ଜନ ସହ ମିଶାଇ ବ୍ୟବହାର କରନ୍ତୁ । ଏପରି ନିୟମିତ କଲେ ଦାନ୍ତ ଜନିତ ସମସ୍ୟା ଭଲ ହୋଇଥାଏ ।
  • ତୁଳସୀ ପତ୍ର ବ୍ୟବହାର କରିବା ଦ୍ୱାରା ଛୋଟ ପିଲାଙ୍କ ଥଣ୍ଡା, କାଶ, ଜ୍ୱର, ବାନ୍ତି ଏବଂ ଡାଇରିଆ ଭଳି ରୋଗ ଭଲ ହୋଇଥାଏ । ଏହା ତୁଳସୀ ପତ୍ର ବ୍ୟବହାର ରକ୍ତକୁ ଶୁଦ୍ଧ କରିଥାଏ । ଯାହା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।