ହ୍ୱାଟସଆପକୁ ଟକ୍କର ଦେଲା ପେଟିଏମ୍ ! ଲଂଚ କଲା ଇନବକ୍ସ ସର୍ଭିସ୍ . . . ଅର୍ଥ କାରବାର ସହ କରିପାରିବେ ଚାଟ ବି

0
33
paytm-inbox-messaging

ଲୋକପ୍ରିୟ ମେସେଜିଂ ସାଇଟ୍ ହ୍ୱାଟସଆପକୁ ହ୍ୱାଟସଆପକୁ କଡ଼ା ଟକ୍କର । ମୋବାଇଲ୍ ୱାଲେଟ୍ କମ୍ପାନୀ ପେଟିଏମ୍  ଆରମ୍ଭ କରିବାକୁ ଯାଉଛି ଚାଟ୍ ସୁବିଧା  । ଏନେଇ ଗୁରୁବାର ବିଧିବଧ ଭାବରେ ଘୋଷଣା କରିଛନ୍ତି ପେଟିଏମ୍ କମ୍ପାନୀ କର୍ତ୍ତୃପକ୍ଷ  । ପେଟିଏମର ଏହି ସୁବିଧା ଅନୁଯାୟୀ ଗ୍ରାହକମାନେ ଏବେ ମେସେଜ୍ ଜରିଆରେ ନିଜ ବନ୍ଧୁମାନଙ୍କ ସହ ଟଙ୍କା କାରବାର ମଧ୍ୟ କରିପାରିବେ  । ହ୍ୱାଟ୍ସଆପକୁ ଟକ୍କର ଦେବା ପାଇଁ କମ୍ପାନୀ ଆରମ୍ଭ କରିଥିବା ଏହି ସେବାର ନାଁ ହେଉଛି ଇନବକ୍ସ  ।

ଅନ୍ୟପଟେ ସବୁଠାରୁ ବଡ଼ ତଥା ଲୋକପ୍ରିୟ ମେସେଜିଂ ସର୍ଭିସ୍ ହ୍ୱାଟସଆପକୁ ଟକ୍କର ଦେବା ପାଇଁ ଲାଇଫ ଲୋକେସନ୍ ନାମକ ଏକ ଫିଚର ମଧ୍ୟ ଆରମ୍ଭ କରିଛି ପେଟିଏମ । ତେବେ ପୂର୍ବରୁ ବି ଆପଣ ହ୍ୱାଟସଆପରେ ନିଜର ଲୋକେସନ୍ ପଠାଇପାରୁଥିଲେ । ହେଲେ ତାହା ଲାଇଫ୍ ଅପଡେଟ୍ ହେଇ ପାରୁନଥିଲା  । କିନ୍ତୁ କମ୍ପାନୀର ଏହି ନୂଆ ଫିଚର ଜରିଆରେ ଏବେ କାହାକୁ ବି ଆପଣ ନିଜର ଲାଇଫ୍ ଲୋକେସନ୍ ପଠାଇପାରିବେ  । ଯାହାର କାମ ହେଉଛି ଆପଣଙ୍କ ଲୋକେସନ୍ ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କୁ ଲଗାତାର ଅବଗତ କରାଇବା  । ତେବେ ଏହି ଫିଚରଟି କିଛି ସମୟ ପାଇଁ କାମ କରିବ । ତେଣୁ କିଛି ସମୟ ପରେ ଆପଣ ପୁଣି ଥରେ ଲାଇଫ ଲୋକେସନ ସେୟାର କରିବାକୁ ପଡିବ ।

ତେବେ ପେଟିଏମ୍ ନିଜର ଏହି ନୂଆ ଫିଚରକୁ ବର୍ତ୍ତମାନ ପାଇଁ କେବଳ ଆଣ୍ଡ୍ରଏଡରେ ଲଂଚ୍ କରିଛି  । କିନ୍ତୁ ଖୁବ୍ ଶୀଘ୍ର ଏହାକୁ ଆଇଓଏସରେ ଆରମ୍ଭ କରିବ  । ଏହି ସର୍ଭିସରେ ଆଉ ଏକ ସୁବିଧା ଅଛି  । ଚାଟ୍ କରବା ବ୍ୟତୀତ କ୍ୟାସବ୍ୟାକ୍ ଅଫର୍ ନେଇ ମଧ୍ୟ ଆପଣଙ୍କ ମୋବାଇଲକୁ ନୋଟିଫିକେସନ୍ ପଠାଯିବ  । ଏହା ସହ ଟଙ୍କା କାରବାର ସହିତ ପରସ୍ପର ମଧ୍ୟରେ କଥାବାର୍ତ୍ତା ବି କରିପାରିବେ  । ଏହି ସର୍ଭିସର ଲାଭ ଉଠାଇବାକୁ ହେଲେ ଆପଣଙ୍କ ଫୋନରେ ପେଟିଏମର ଆପ ଡାଉନଲୋଡ କରିବାକୁ ପଡିବ । ଏହା ପରେ ଆପଣଙ୍କ ମୋବାଇଲ୍ ଫୋନରେ ଥିବା  ଯେତେ ନମ୍ବର ପେଟିଏମ୍ ସହ ଲିଙ୍କ୍ ଥିବ ସେମାନଙ୍କ ଚାଟ୍ ଆପରେ ନାଁ ଚାଲି ଆସିବ  । ଏହା ପରେ ଆପଣ ସେମାନଙ୍କ ସହ କଥା ହେବା ସହ  ଫଟୋ କମ୍ବା ଭିଡିଓ  ରେକର୍ଡିଂ ଆଦି ପଠାଇ ପାରିବେ ।

ସେପଟେ ହ୍ୱାଟସଆପ ମଧ୍ୟ ଭାରତରେ ନିଜର ୟୁପିଆଇ ସର୍ଭିସକୁ ଖୁବ୍ ଶୀଘ୍ର ଲଂଚ କରିବାକୁ ଯାଉଛି । ଅନ୍ୟପଟେ କିଛି ଦିନ ତଳେ ନିଜ ଗ୍ରାହକଙ୍କ ପସନ୍ଦକୁ ଆଖି ଆଗରେ ରଖି ହ୍ଵାଟସଆପ୍‌ ଆଣିଛି ଏକ ନୂଆ  ଫିଚର  ଯାହାର ନାଁ ହେଉଛି ଡିଲିଟ ଫର ଏଭ୍ରିୱାନ୍ଏହି ଫିଚର ମାଧ୍ୟମରେ ପଠାଯାଇଥିବା ମେସେଜ୍ ଡିଲିଟ୍ ହୋଇପାରିବ। ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ଓ୍ଵିଣ୍ଡୋଜ୍ ପ୍ଲାଟଫର୍ମରେ ଏହି ନୂଆ ଫିଚର ରହିବ। ପ୍ରେରକ ପଠାଇଥିବା ମସେଜ୍‌ ଯଦି ସମ୍ପୃକ୍ତ ବ୍ୟକ୍ତି(ଯାହାକୁ ପଠାଯାଇଛି) ପଢି ନ ଥିବେ ବା ଦେଖି ନ ଥିବେ ପଠାଇବାର ୭ମାନିଟ୍ ମଧ୍ୟରେ ଏହାକୁ ଡିଲିଟ୍ କରିହେବ। ଫଟୋ , ଭିଡିଓ, ଜିଆରଏଫ୍ ସବୁକୁ ଆପଣ ପୁଣିଥରେ ଡିଲିଟ କରିବାର ସୁଯୋଗ ପାଇବେ। ଉଭୟ ଗ୍ରୁପ୍‌ ଓ ବ୍ୟକ୍ତିଗତ ଚାଟିଂ ପାଇଁ ଏହି ଫିଚର ଉପଯୋଗ ହେବ ବୋଲି ଜଣାପଡିଛି ।

SHARE
Previous articleRIP Champcash and TCC Coin MD Mahesh Verma is no More
Next articleAnnual Historical Festival of Bali Yatra begins in Cuttack

ଶର୍ମୀଷ୍ଠା ଜଣେ ପ୍ରତିଶ୍ରୁତିବଦ୍ଧ ଲେଖିକା ତଥା ସାମ୍ବାଦିକା । ବିଜ୍ଞାନରେ ସ୍ନାତକ ଏବଂ ସାମ୍ବାଦିକତାରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିବା ସୁଶ୍ରୀ ଶର୍ମୀଷ୍ଠା ସ୍କୁଲ୍ ସମୟରୁ ହିଁ ଲେଖା ଲେଖି କରି ଆସୁଛନ୍ତି । ସଂପ୍ରତି ସେ ଓଡ଼ିଶାର ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥାରେ ସାମ୍ବାଦିକତା କରୁଛନ୍ତି ।