ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ ମୟୂର ପର ! ଜାଣନ୍ତୁ କିଛି ଅତୁଟ ଉପାୟ

0
104
excellent vaastu remedy of peacock feather

ମୟୂର ପର ସମସ୍ତ ପ୍ରକାର ବାସ୍ତୁ ଦୋଷ ଦୂର କରିବା ପାଇଁ ଏକ ସହଜ ଏବଂ ସରଳ ଉପାୟ  । ପୌରାଣିକ ଯୁଗରେ ମୟୂର ପରକୁ କଲମ ଭାବରେ ବ୍ୟବହାର କରାଯାଉଥିଲା  । ଏହି ମୟୂର ପରରେ ହିଁ ପବିତ୍ର ଗ୍ରନ୍ଥ ମାନ ରଚନା କରାଯାଇଛି  । ଘରେ ମୟୂର ପର ରଖିଲେ ସୁଖ ସମୃଦ୍ଧି ଓ ଲକ୍ଷ୍ମୀଙ୍କ କୃପା ବରଷିଥାଏ ବୋଲି ବିଶ୍ୱାସ କରାଯାଏ। ହିନ୍ଦୁ ଧର୍ମରେ ମୟୂର ପରକୁ ଶୁଭ ଏବଂ ପବିତ୍ର ବୋଲି ବିଚାର କରାଯାଏ। ଏମିତି କି ଏକଥା ବି କୁହାଯାଏ ଯେ, ଯେଉଁ ବ୍ୟକ୍ତିଙ୍କ ପଖରେ ମୟୂର ପର ଥାଏ ତାଙ୍କର କୌଣସି ଅମଙ୍ଗଳ ହୁଏ ନାହିଁ। ଘରେ ମୟୂର ପର ରଖିଲେ ସକରାତ୍ମକ ଶକ୍ତିର ସଂଚାର ହୋଇଥାଏ ।

  • ମୟୂର ପର ସମସ୍ତ ପ୍ରକାର ଖରାପ ଶକ୍ତି ଏବଂ ପ୍ରତିକୂଳ ପ୍ରଭାବରୁ ବଂଚାଇରଖିବାର କ୍ଷମତା ରଖିଛି । ଘରେ ସକରାତ୍ମକ ଉର୍ଜ୍ଜା ପାଇଁ ମୟୂର ପର ରଖିବା ଉଚିତ୍ ।
  • ମୟୂର ପର ବ୍ୟବହାର କଲେ ଭୂତ, ପ୍ରେତ, ନଜର ଦୋଷ, ଗ୍ରହ ଦୋଷ ଇତ୍ୟାଦିରୁ ମୁକ୍ତି ମିଳିଥାଏ ।
  • ବିଦ୍ୟାର୍ଥୀ ମାନଙ୍କ ପାଇଁ ମୟୂର ପର ଖୁବ୍ ଲାଭଦାୟକ । ବହିର ମଝିରେ ମଝିରେ ମୟୂର ପର ରଖିଲେ ବିଦ୍ୟାର୍ଥୀଙ୍କ ପାଠ ପଢାରେ ଉତ୍ତମ ପ୍ରଭାବ ପକାଇଥାଏ  । ଯଦି ଆପଣଙ୍କ ପିଲାର ମନ ପାଠପଢାରେ ଲାଗୁ ନାହିଁ, ତେବେ ତା ପଢା ଘରେ ମୟୂର ପର ରଖିଦିଅନ୍ତୁ। ବିଶ୍ୱାସ କରାଯାଏ, ଏପରି କରିବା ଦ୍ୱାରା ପିଲାର ମନ ପଢାରେ ଲାଗିବ।
  • ନବଗ୍ରହଙ୍କ ଖରାପ ପ୍ରଭାବରୁ ବଂଚିବା ପାଇଁ ହେଲେ ମୟୂର ପର ବ୍ୟବହାର କରିବା ଲାଭ ଦାୟକ ହୋଇଥାଏ । ବାସ୍ତୁ ଦୋଷ ଦୂର କରିବାକୁ ହେଲେ ଘରର ବିଭିନ୍ନ ସ୍ଥାନରେ ମୟୂର ପର ରଖନ୍ତୁ  ।
  • ଘରର ଦକ୍ଷିଣ ଦିଗରେ ମୟୂର ପର ରଖିଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
  • ଯଦି କେହି ଶତ୍ରୁ ଆପଣଙ୍କୁ ହଇରାଣ କରୁଛନ୍ତି ତେବେ ମୟୂର ପର ବ୍ୟବହାର କରନ୍ତୁ । ଭଗବାନ ହନୁମାନଙ୍କ ସିନ୍ଦୁର ଏକ ମୟୂର ପରରେ ଲଗାଇ ମଙ୍ଗଳବାର କିମ୍ବା ଶନିବାର ସଂପୃକ୍ତ ବ୍ୟକ୍ତିଙ୍କ ନାଁ ଲେଖି ନିଜ ଘରେ ଠାକୁରଙ୍କ ପାଖେ ସାରା ରାତି ରଖନ୍ତୁ । ଏହା ପର ଦିନ ସକାଳେ ସ୍ନାନ ନକରି ସେହି ମୟୂର ପରକୁ ପାଣିରେ ବିସର୍ଜନ କରିଦିଅନ୍ତୁ । ଏପରି କରିବା ଦ୍ୱାରା ଶତ୍ରୁ ମିତ୍ର ପାଲଟିଯାଏ ।
  • ଯଦି ଆପଣଙ୍କ ପିଲା ଶୋଇବା ସମୟରେ ଚମକି ପଡୁଛି ତେବେ ସେ ନିଶ୍ଚୟ କିଛି ଖରାପ ସ୍ୱପ୍ନ ଦେଖୁଛି। ତା’ର ତକିଆ ତଳେ ମୟୂର ପର ରଖନ୍ତୁ। ଏପରି କଲେ ପିଲାକୁ ଆଉ ଖରାପ ସ୍ୱପ୍ନ ଆସିବ ନାହିଁ।
  • ଘରର ଦକ୍ଷିଣ-ପୂର୍ବ ପାର୍ଶ୍ୱରେ ମୟୂର ପର ରଖିବା ଦ୍ୱାରା ସମସ୍ତ ଶୁଭ କାର୍ଯ୍ୟ ସଫଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
  • ଘରେ ମୟୂର ପର ଥିଲେ ସେହି ଘରେ କେବେ ହେଲେ ସାପ ପଶିବା ଦେଖାଯାଏ ନାହିଁ। କାରଣ ମୟୂରକୁ ସାପର ଭୟ ଥାଏ।