ଆପଣଙ୍କ ନିକଟତର ବ୍ୟକ୍ତିଙ୍କ ନାମ ‘ଏସ୍’ରୁ ଆରମ୍ଭ କି ? ତେବେ ପଢନ୍ତୁ ଏହି ରିପୋର୍ଟ

0
127

କୁହାଯାଏ ନାମର ପ୍ରଥମ ଅକ୍ଷର ବ୍ୟକ୍ତିଙ୍କ ସ୍ୱାଭାବ ବିଷୟରେ ଜଣାଇଥାଏ  । ଜ୍ୟୋତିଷ ଶାସ୍ତ୍ରନୁସାରେ ବ୍ୟକ୍ତିର ନାମର ତାର ଜୀବନ ଉପରେ ବିଶେଷ ପ୍ରଭାବ ପକାଇଥାଏ । ତେବେ ନାମର ପ୍ରଥମ ଅକ୍ଷର କେବଳ ସେହି ବ୍ୟକ୍ତିଙ୍କ ସ୍ୱଭାବ ନୁହେଁ ଅନ୍ୟମାନଙ୍କ ସହ ଏମାନଙ୍କ ଆଚରଣ କିଭଳି ତାହା ମଧ୍ୟ ସୂଚିତ କରିଥାଏ  । ଏହିକ୍ରମରେ ବ୍ୟକ୍ତି ନାମର ପ୍ରଥମ ଅକ୍ଷରରୁ ତାର ବ୍ୟକ୍ତିତ୍ୱ ସହିତ ଭାଗ୍ୟ ସମ୍ପର୍କରେ ବି ସୂଚନା ମିଳିଥାଏ।  ଆଜି ଆମେ ଆପଣଙ୍କ ଜଣାଇବୁ ଇଂରାଜି ଅକ୍ଷର ‘ଏସ୍’ରେ ଯେଉଁ ବ୍ୟକ୍ତିଙ୍କ ନାମ ଆରମ୍ଭ ହୋଇଥାଏ ସେମାନଙ୍କ ବ୍ୟକ୍ତିତ୍ୱ ଏବଂ ସ୍ୱଭାବ କିପରି ।

‘ଏସ୍’ ଅକ୍ଷରରେ ଯେଉଁ ବ୍ୟକ୍ତିଙ୍କ ନାଁ ଆରମ୍ଭ ହୋଇଥାଏ ସେମାନେ ସାଧାରଣତଃ ପରିଶ୍ରମୀ ଏବଂ ଆତ୍ମବିଶ୍ୱାସୀ ହୋଇଥାନ୍ତି  । ଏହି ବ୍ୟକ୍ତି ମାନେ ପରିଶ୍ରମକୁ ହି ନିଜର ସବୁଠାରୁ ବଡ ଅସ୍ତ୍ର ବୋଲି ଭାବିଥାନ୍ତି  ।

ଏହା ସହ କୌଣସି କାର୍ଯ୍ୟ କରିବା ବେଳେ ମନଧ୍ୟାନ ଦେଇ କରିଥାନ୍ତି  । ଏହି ବ୍ୟକ୍ତି ମାନେ ସାଧାରଣତଃ ସ୍ୱାଭିମାନୀ ଏବଂ ନିର୍ଭୟ ହୋଇଥାନ୍ତି  । ଅର୍ଥାତ୍ ଏମାନେ କାହାର ସାହଯ୍ୟ ନେବା ପ୍ରାୟ ପସନ୍ଦ କରନ୍ତି ନାହିଁ । ନିଜ ଉପରେ କିପରି ନିୟନ୍ତ୍ରଣ ରଖାଯାଏ ଏକଥା ଭଲ ଭାବରେ ଜାଣନ୍ତି ଏହି ବ୍ୟକ୍ତି ମାନେ  । ଏହି ଅକ୍ଷର ନାମଧାରୀ ବ୍ୟକ୍ତିମାନଙ୍କର ନିଜ ଉପରେ ପ୍ରଗାଢ଼ ବିଶ୍ୱାସ ରହିଥାଏ।

‘ଏସ୍’ ଅକ୍ଷର ନାମଧାରୀ ବ୍ୟକ୍ତି ମାନଙ୍କ କଥା କହିବା ଶୈଳୀ ସେମାନଙ୍କୁ ଭିଡରେ ଭିନ୍ନ କରି ଗଢିତୋଳେ  । ଏମାନଙ୍କ କଥାବାର୍ତ୍ତା ଶୈଳୀ ଅନ୍ୟମାନଙ୍କୁ ବେଶ୍ ପ୍ରଭାବିତ କରିଥାଏ । ପୁଅ ହୁଅନ୍ତୁ ବା ଝିଅ  । ଯେଉଁ ମାନଙ୍କ ନାଁ ‘ଏସ୍’ରୁ ଆରମ୍ଭ ହୋଇଥାଏ ସେମାନେ ଅତ୍ୟନ୍ତ ବୁଦ୍ଧିମାନ୍ ହୋଇଥାନ୍ତି  । ଜୀବନର ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତିି ଏହି ବ୍ୟକ୍ତିମାନେ  । ସେମାନଙ୍କ ହୃଦୟ ବହୁ ନିର୍ମଳ ହୋଇଥାଏ। ଏମାନେ ନିଜ ମନରେ କିଛି ରଖନ୍ତି ନାହିଁ କିମ୍ବା କାହରି ବିରୋଧରେ ଆଲୋଚନା ମଧ୍ୟ କରନ୍ତି ନାହିଁ।

ଅନ୍ୟମାନଙ୍କ ପ୍ରତି ଖୁବ୍ ବିଶ୍ୱସନୀୟ ହୋଇଥାନ୍ତି ‘ଏସ୍’ ନାମଧାରୀ ବ୍ୟକ୍ତିମାନେ  । ଏପରିକି ପ୍ରେମ ସମ୍ବନ୍ଧରେ ମଧ୍ୟ ଖୁବ୍ ଯତ୍ନବାନ୍ ଏମାନେ  । ନିଜ ସାଥୀକୁ ଖୁବ୍ ଭଲ ପାଉଥିବା ଏହି ବ୍ୟକ୍ତି ମାନେ ନିଜ ସାଥୀ ପ୍ରତି ସଚ୍ଚୋଟ ଥାନ୍ତି ।

ତେବେ ଯେପରି ସମସ୍ତଙ୍କର କିଛି ନା କିଛି ଖରାପ ଗୁଣ ଥାଏ ସେହିପରି ଏହି ବ୍ୟକ୍ତିମାନଙ୍କର ମଧ୍ୟ କିଛି ଖରାପ ଗୁଣ ରହିଛି । ଯେତେବେଳେ ଏମାନଙ୍କୁ ରାଗ ଲାଗେ ସେତେବେଳେ ସ୍ଥାନ କାଳ ପାତ୍ର ଦେଖନ୍ତି ନାହିଁ । ତେଣୁ ନିଜ ପରିବାର, ବନ୍ଧୁ ଏବଂ ସଂପର୍କକୁ ନେଇ ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି  । ସିଧାସଳଖ କରିବାକୁ ଗଲେ ରାଗ ସମୟରେ ନିଜ ନିୟନ୍ତ୍ରଣ ହରାଇବା ହିଁ ଏମାନଙ୍କ ଭଲ ଗୁଣ ଉପରେ ପରଦା ପକାଇଦିଏ । ତେଣୁ ସମସ୍ତେ ଏମାନଙ୍କୁ ସମାଲୋଚନା କରିବାକୁ ଲାଗିଥାନ୍ତି  । ଯଦି ଏହି ଖରାପ ଗୁଣ ଦୂର ହୋଇଯାଏ ତେବେ ଏମାନଙ୍କଠାରୁ ସ୍ନେହୀ ଏବଂ ସଚ୍ଚୋଟ ବ୍ୟକ୍ତି ଆଉ କେହି ନଥାନ୍ତି  ।