ଜିଓର ପୁଣି ଧମାକାଦାର୍ ଅଫର୍ ! ୩୯୯ ଟଙ୍କାରୁ ଅଧିକ ରିଚାର୍ଜ କରି ପଆନ୍ତୁ ୨୫୯୯ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍

0
109
Reliance-Jio-to-offer-benefits
Reliance Jio to offer benefits up to Rs 2,599 on Rs 399 and above Recharge

ପୁଣି ଧମାକା କଲା ଜିଓ । କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ଗ୍ରାହକଙ୍କ ପାଇଁ ଦମଦାର୍ ଅଫର୍ ଆଣିଦେଇଛି କମ୍ପାନି । ଏଥର ଗ୍ରାହକଙ୍କ ପାଇଁ ଏକ ପ୍ରକାରର ଅଫରର ବର୍ଷା କରିଛି କମ୍ପାନି କହିଲେ ଅତ୍ୟୁକ୍ତି ହେବ ନାହିଁ । ରିଲାଏନ୍ସ ଜିଓ ପୁଣି ଥରେ କ୍ୟାସବ୍ୟାକ୍ ଅଫର ଆରମ୍ଭ କରିଛି । କମ୍ପାନୀ ଦୀପାବଳୀ ପୂର୍ବରୁ ଏହି ଅଫର୍ ଅର୍ଥାତ୍ ୧୦୦ ପ୍ରତିଶତ କ୍ୟାସବ୍ୟାକ୍ ଘୋଷଣା କରିଥିଲା ।

ଏବେ ଜିଓ ନିଜର ଉପଭୋକ୍ତାଙ୍କୁ ୨୫୯୯ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦେବ  । ତେବେ ପୂର୍ବ ଅଫରରେ କେବଳ ୩୯୯ ଟଙ୍କା ରିଚାର୍ଜ କଲେ କ୍ୟାସବ୍ୟାକ୍ ମିଳିବ ବୋଲି କୁହାଯାଇଥିଲା  । କିନ୍ତୁ ନୂଆ ଅଫରରେ ୩୯୯ ଟଙ୍କାରୁ ଅଧିକ ରିଚାର୍ଜ କଲେ ଗ୍ରାହକ ଲାଭ ଉଠାଇ ପାରିବେ  । ତେବେ ଏହି ଅଫରର ଲାଭ ଉଠାଇବାକୁ ହେଲେ ଗ୍ରାହକଙ୍କୁ ନଭେମ୍ବର ୧୦ ରୁ ୨୫ ତାରିଖ ମଧ୍ୟରେ ରିଚାର୍ଜ କରିବାକୁ ପଡିବ  ।

ତେବେ ଉପଭୋକ୍ତାଙ୍କୁ ରିଲାଏନ୍ସ ଜିଓର ଏହି କ୍ୟାସବ୍ୟାକ୍ ଅଫର ଲାଭ ଲାଭ ଉଠାଇବାକୁ ହେଲେ ମାଇଁ ଜିଓ କିମ୍ବା ଜିଓ ଡଟ କମରେ ରିଚାର୍ଜ କରିବାକୁ ପଡିବ  । ମାଇଁ ଜିଓ କିମ୍ବା ଜିଓ ଡଟ୍ କମରେ ଯଦି ୩୯୯ କିମ୍ବା ତାଠାରୁ ଅଧିକ ରିଚାର୍ଜ କରନ୍ତି ତେବେ ୪୦୦ ଟଙ୍କା କ୍ୟାସବ୍ୟାକ୍ ମିଳିବ  । ୮ଟି ୫୦ ଟଙ୍କା ଭାଉଚର ଜରିଆରେ ଏହି କ୍ୟାସବ୍ୟାକ୍ ଦିଆଯିବ। ଏହି ଭାଉଚରର ଲାଭ ଗ୍ରାହକ ଆଗାମୀ ରିଚାର୍ଜରେ ଉଠାଇ ପାରିବେ  ।

ଅନ୍ୟ ଆକର୍ଷଣୀୟ ଅଫର୍ :

ସେହିପରି କୌଣସି ଡିଜିଟାଲ ଓ୍ଵାଲେଟ ଜରିଆରେ ରିଚାର୍ଜ କରନ୍ତି ତେବେ ତାଙ୍କୁ ବି କ୍ୟାସବ୍ୟାକ୍ ମିଳିବ। ଯେମିତିକି  ଯଦି ଜିଓ ନେଟଓ୍ଵାର୍କ ଜଏନ୍ କରି ଆପଣ ଆମାଜନ୍ ପ୍ରେରେ ୪୫୯ ଟଙ୍କାର ରିଚାର୍ଜ କରୁନ୍ତି, ତେବେ ଜିଓ ତରଫରୁ ଆପଣଙ୍କୁ ୪୯୯ଟଙ୍କା ମିଳିବ । କ୍ୟାସବ୍ୟାକ୍‌ ବ୍ୟତୀତ ରିଲାଏନ୍ସ ଜିଓର ଏହି ଅଫରରେ , ଅନଲାଇନ୍ ସପିଙ୍ଗ୍ ସାଇଟ୍ AJio.comରେ ୧୫୦୦ ଟଙ୍କା କିମ୍ବା ଅଧିକ କିଣିଲେ ୩୯୯ ପର୍ଯ୍ୟନ୍ତ ରିହାତି ମିଳିବ । ସେହିପରି ଅନ୍ୟ ଏକ ଅନଲାଇନ୍ ସପିଙ୍ଗ୍ ସାଇଟ୍ Reliancetrends.comରୁ ୧୯୯୯ରୁ ଟଙ୍କାରୁ ଅଧିକ କିଣିଲେ ୫୦୦ ଟଙ୍କା ରିହାତି ରହିଛି । ସେହିପରି ଯାତ୍ରା ଡଟ କମ୍ ସହିତ ବି ହାତ ମିଳାଇଛି ରିଲାଏନ୍ସ ଜିଓ । ଯଦି ଏହି ଟ୍ରାଭେଲ ୱେବସାଇଟ ଜରିଆରେ ଟିକେଟ ବୁକ୍ କରନ୍ତି ତେବେ ଗୋଟିଏ ଥର ବିମାନ ଯାତ୍ରାରେ ୫୦୦ଟଙ୍କା ପର୍ଯ୍ୟନ୍ତ ରିହାତି ସହିତ ରାଉଣ୍ଡ ଟ୍ରିପ୍ ଉପରେ ୧୦୦୦ଟଙ୍କା ରିହାତି ମିଳିବ।