ରୁଦ୍ର ନା ସ୍ୱୟାଂଶୁ ! କିଏ ହେବ “ଜୀନାର ଜୀବନସାଥୀ”? ରୋଚକ ମୋଡରେ ଲୋକପ୍ରିୟ ରିୟଲିଟି ସୋ

0
90

ସ୍ୱୟାଂଶୁ, ରୁଦ୍ର, ପ୍ରଦୀପ୍ତ ନା ନୀଲେଶ୍, କିଏ ହେବ ଜୀନାର ଜୀବନସାଥୀ? ରୋଚକ ମୋଡରେ ଆସି ପହଂଚିଛି ଲୋକପ୍ରିୟ ରିୟଲିଟି ସୋ’ ‘ଜୀନାର ଜୀବନସାଥୀ । ଉଭୟ ବଡ ପରଦା ଏବଂ ଛୋଟ ପରଦାରେ ନିଜ ଅଭିନୟ ଯାଦୁରେ ସମସ୍ତଙ୍କୁ ମତୁଆଲା କରିଥିବା ଜୀନା ସାମଲ ଏବେ ଏହି ରିୟଲିଟି ସୋ’ କୁ ନେଇ ଚର୍ଚ୍ଚାରେ । ରିଲ୍ ଲାଇଫରେ ଅନେକ ନାୟକଙ୍କ ଜୀବନସାଥୀ ପାଲଟି ସାରିଥିବା ଜୀନା ଏବେ ନିଜ ରିୟଲ୍ ଲାଇଫ୍ ହିରୋକୁ ଖୋଜୁଛନ୍ତି  । ଏହି ରିୟଲିଟି ସୋ’ ଜରିଆରେ ନିଜ ପାଇଁ ଜୀବନର ସାଥୀ ବାଛୁଛନ୍ତି ଜୀନା  ।

jinara-jibana-sathi

ଦୀର୍ଘ ଦିନ ତଳୁ ଆରମ୍ଭ ହୋଇଥିବା ଜୀନାର ଜୀବନସାଥୀ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ  । ତେବେ ଯେତିକି ଯେତିକି ଆଗକୁ ଯାଉଛି ସୋ’କୁ ନେଇ ସେତିକି ସେତିକି ସସପେନ୍ସ ବଢିଚାଲିଛି । କିଏ ହେବ ଜୀନାଙ୍କ ଜୀବନସାଥୀ ? ଏହି ପ୍ରଶ୍ନ ଏବେ ସମସ୍ତ ଦର୍ଶକଙ୍କ ମୁହଁରେ । ଜୀନାଙ୍କୁ ପାଇବା ପାଇଁ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଅନେକ ବିଦାୟ ନେଇ ସାରିଲେଣି । କିନ୍ତୁ ଅନ୍ୟମାନେ ଜୀନାଙ୍କ ଜୀବନସାଥୀ ହେବାର ସ୍ୱପ୍ନରେ ମସଗୁଲ ଅଛନ୍ତି  । ତଥାପି ପ୍ରତିଯୋଗୀତା ଧୀରେ ଧୀରେ ଟଫ୍ ହେବାରେ ଲାଗିଛି । ଆଉ ପ୍ରତିଯୋଗୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ଜୀନାକୁ ନିଜ ଜୀବନସାଥୀ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ସମସ୍ତ ପ୍ରତିଯୋଗୀ ।

ତେବେ ସମସ୍ତଙ୍କ ମଧ୍ୟରେ ସବୁଠୁ ଆଗରେ ତଥା ବଡ ଦାବିଦାର ହେଉଛନ୍ତି ରୁଦ୍ର  । ଯିଏକି ଓଲିଉଡର ଜଣେ ଜଣାଶୁଣା ନାୟକ  । କେବଳ ରିୟଲରେ ନୁହେଁ ରିଲରେ ବି ଜୀନାଙ୍କ ବିପକ୍ଷରେ ନାୟକ ହୋଇସାରିଛନ୍ତି ରୁଦ୍ର ।  ‘ଝିଅଟା ବିଗିଡିଗଲା’ରେ ରୁଦ୍ର ଜୀନାଙ୍କ ବିପକ୍ଷରେ ନାୟକ ସାଜିଥିଲେ। ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ ପରେ ରୁଦ୍ର ପାଣିଗ୍ରାହୀ ଓଲିଉଡରେ ନାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ମନେ ରହିବ ଏ ପ୍ରେମ କାହାଣୀ’। ଏଥିରେ ରୁପାଲି ଥିଲେ ରୁଦ୍ରଙ୍କର ନାୟିକା । ତା’ପରେ ରୁଦ୍ର ‘ଅପ୍ନା ହାଥ୍ ଜଗନ୍ନାଥ’ ଓ ‘ଝିଅଟା ବିଗିଡି ଗଲା’ ଭଳି ଓଡ଼ିଆ ସିନେମାରେ ନାୟକ ଭୂମିକାରେ ନଜର ଆସିଥିଲେ।

ତେବେ ଜୀନାଙ୍କ ପାଇଁ ରୁଦ୍ର ନିଜ ଶରୀରରେ ଟାଟୁ ମଧ୍ୟ ବନାଇସାରିଛନ୍ତି । ‘ଚର୍ଚ୍ଚା ହେଉଛି ଯେ ରୁଦ୍ର ବୋଧହୁଏ ଜିନାଙ୍କୁ ଜୀବନସାଥୀ କରିବାର ମନ କରିଛନ୍ତି, ଆଉ ଜିନା ବି ସମ୍ମତ ଦେଇଛନ୍ତି। ଯଦି ତାହା ସତ ହୁଏ, ତେବେ ରୁଦ୍ର ହିଁ ଜିନାଙ୍କ ଜୀବନସାଥୀ ବନିବେ।

ତେବେ ଏପରି ଏକ ମନୋରଞ୍ଜନଧର୍ମୀ ସୋ ଟେଲିଭିଜନ୍ ଦୁନିଆରେ ପ୍ରଥମ ନୁହେଁ । ଏହା ପୂର୍ବରୁ ମଧ୍ୟ ବିଭିନ୍ନ ଜାତୀୟ ଚ୍ୟାନେଲ୍ ସମାନ୍ ରିୟଲିଟି ସୋ ପ୍ରସାରିତ ହୋଇସାରିଛି । ରାହୁଲ୍ ମହାଜନ୍ , ରାକ୍ଷୀ ସାୱନ୍ତ ଏବଂ ରତନ ରାଜପୁତ୍ ମଧ୍ୟ ଏହି ପରି ଏକ ରିୟଲିଟି ସୋ ମାଧ୍ୟମରେ ନିଜ ପାଇଁ ଜୀବନସାଥୀ ବାଛିଥିଲେ । ତେବେ ଓଡ଼ିଶାରେ ପ୍ରସାରିତ ହେବାରେ ଏହା ପ୍ରଥମ ସୋ  ।