ଫ୍ୟାଟରୁ ଫିଟ୍ ପାଇଁ ଫର୍ମୁଲା ! ଓଜନ କମାଇବାକୁ ନିୟମିତ ପିଅନ୍ତୁ ଏହି ୫ଟି ଡ୍ରିଙ୍କ୍ସ

0
84
The-Most-5-Drinks-To-Burn-Fats
The Most 5 Drinks To Burn Fats Naturally

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ, ଜଙ୍କ୍ ଓ ଫାଷ୍ଟ ଫୁଡ୍, ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ ଯୋଗୁଁ ଅନେକ ଲୋକ ମୋଟା ହୋଇଯାଉଛନ୍ତି । ମୋଟାପଣକୁ ନେଇ ସମସ୍ତେ ପ୍ରାୟ ଚିନ୍ତିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ମହିଳା ହୁଅନ୍ତୁ ଅଥବା ପୁରୁଷ ଆଜିକାଲି ଫିଟ୍ ଫଣ୍ଡାକୁ ସମସ୍ତେ ଅଳ୍ପ ବହୁତେ ଆପଣାଇ ସାରିଲେଣି । ତେବେ ଓଜନ କମାଇବା ସହଜ କାମ ନୁହେଁ । ଏଥିପାଇଁ ଧର୍ୟ୍ୟ ଏବଂ ସମୟ ନିହାତି ଆବଶ୍ୟକ । ତେବେ ଏହା ଜାଣି ମଧ୍ୟ  ଲୋକଙ୍କୁ ପତଳା ହେବାର ଲୋଭ ଦେଖାଇ ଅନେକ ଅନେକ କମ୍ପାନୀ ନିଜ ନିଜ ପ୍ରଡକ୍ଟ ବିକ୍ରି କରିବାରେ ବ୍ୟସ୍ତ  । କିନ୍ତୁ କଣ ଆପଣ ଜାଣନ୍ତି ଏପରି କିଛି ଡ୍ରିଙ୍କ୍ସ ଅଛି ଯାହା ଆପଣଙ୍କୁ ପତଳା କରିପାରିବ । ଏବେ ନଜର ପକାନ୍ତୁ ଏମିତି କିଛି ଡ୍ରିଙ୍କ୍ସ୍ ଉପରେ ଯାହା ଆପଣଙ୍କ ଫ୍ୟାଟରୁ କରିବ ଫିଟ୍  ।

ପାଣି:

ପାଣି କେବଳ ହଜମ ନୁହେଁ ବରଂ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ  । ଯଦି ଆପଣ ଖୁବ୍ ଶୀଘ୍ର ଫ୍ୟାଟରୁ ଫିଟ୍ ହେବାକୁ ଚାହୁଁଛନ୍ତି ତେବେ ଅଧିକରୁ ଅଧିକ ପାଣି ପିଅନ୍ତୁ  । ଏହା ସହ ପାଣିରେ ଲେମ୍ବୁ ମଧ୍ୟ ମିଶାଇ ମଧ୍ୟ ପିଇପାରିବେ  । କିନ୍ତୁ ମନେ ରଖନ୍ତୁ ସକାଳେ ଉଠି ଖାଲି ପେଟରେ ଯୋଗ ବା ବ୍ୟାୟାମ୍ ପୂର୍ବରୁ ଏହି ଏହି ଲେମ୍ବୁ ପାଣି ପିଇବା ଉଚିତ୍  ।

ଗ୍ରୀନ୍ ଟି:

ଓଜନ ହ୍ରାସ କରିବା ପାଇଁ ରାମବାଣ ହେଉଛି ଗ୍ରୀନ୍ ଟି  । ନିୟମିତ ଗ୍ରୀନ୍ ଟି ପିଇବା ଦ୍ୱାରା ଶରୀରକୁ ଗ୍ଲୁକୋଜ୍ ମିଳିବା ସହ ଅନାବଶ୍ୟକୀୟ ଚର୍ବି ମଧ୍ୟ କମିଥାଏ । ତେଣୁ ଭଲ ଫଳ ପାଇଁ ପ୍ରତିଦିନ ୨ କପ୍ ଗ୍ରୀନ୍ ଟି ପିଅନ୍ତୁ  । ତେବେ ଏହି ଗ୍ରୀନ୍ ଟି କେବଳ ଓଜନ କମ୍ କରିବାରେ ସାହାଯ୍ୟ କରିନଥାଏ ବରଂ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ  । ଏବଂ ରୋଗପ୍ରତିରୋଧକ କ୍ଷମତା ମଧ୍ୟ ବଢାଇଥାଏ  ।

ପଢନ୍ତୁ: ଓଜନ ହ୍ରାସ କରିବା ପାଇଁ ସାହାଯ୍ୟ କରେ ଚା – ଆସନ୍ତୁ ଜାଣିବା କେମିତି

loose-body-fat-naturally

ପରିବା ସୁପ୍:

ସେହିପରି ପରିବା ସୁପ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ  । ପ୍ରତିଦିନ ରାତ୍ରି ଭୋଜନ ପୂର୍ବରୁ ଏହି ଭେଜ୍ ସୁପ୍ ପିଅନ୍ତୁ । ନିୟମିତ ଏପରି କଲେ ଧୀରେ ଧୀରେ ଶରୀରରୁ କ୍ୟାଲୋରୀ କମ୍ ହୋଇଥାଏ  । ଏହା ସହ ପ୍ରତିଦିନ ଭେଜ୍ ସୁପ୍ ପିଇବା ଦ୍ୱାରା ଶରୀରରେ ମେଟାବୋଲିଜମ୍ ମାତ୍ରାକୁ ମଧ୍ୟ ବଢାଇଥାଏ  ।

ବ୍ଲାକ୍ କଫି:

ସେହିପରି ବ୍ଲାକ୍ କଫି ମଧ୍ୟ ମେଟାବୋଲିଜମ୍ ମାତ୍ରାକୁ ମଧ୍ୟ ବଢାଇଥାଏ  । ଏହା ଚର୍ବିକୁ ଶୀଘ୍ର କମାଇବାରେ ଖୁବ୍ ସାହଯ୍ୟ କରିବା ସହ ଶରୀରକୁ ଶକ୍ତି ଯୋଗାଇଥାଏ  । କଫିରେ ଥିବା କାଫେନ୍ ଶରୀରରୁ କ୍ୟାଲୋରୀକୁ କମ୍ କରିବାରେ ସହାୟକ ହୋଇଥାଏ  । କିନ୍ତୁ ଖାଲି ପେଟରେ କିମ୍ବା ଦିନକୁ ଦୁଇଥରରୁ ଅଧିକ ବ୍ଲାକ୍ କଫି ପିଇଲେ ମେଟାବୋଲିଜିମ୍ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ  ।

ସ୍କିମଡ୍ ମିଲ୍କ:

ପ୍ରୋଟିନ୍, ଭିଟାମିନ୍ ଡି ଏବଂ କ୍ୟାଲସିୟମରେ ଭରପୁର ହେଉଛି ସ୍କିମଡ୍ ମିଲ୍କ। ଏହା ଆପଣଙ୍କ ହାଡକୁ ମଜଭୂତ ରଖିବାରେ ସାହାଯ୍ୟ କରିଥାଏ  । ନିୟମିତ ଏହି ଦୁଗ୍ଧ ପିଇବା ଦ୍ୱାରା ବିନା କୌଣସି କ୍ୟାଲୋରୀରେ ଆପଣଙ୍କ ଶରୀରକୁ ଭରପୁର ପ୍ରୋଟିନ୍ ମିଳିବ  ।