ଧନୀ ହେବାକୁ ଚାହୁଁଛନ୍ତି କି ? ତେବେ ଘରୁ ତୁରନ୍ତ ହଟାନ୍ତୁ ଏହି ସବୁ ଜିନିଷ

0
289
vastu tips for getting rich

ଧନୀ ହେବାକୁ କିଏ ବା ନ ଚାହେଁ  । କାହାକୁ ବା ଅଦରକାର ଟଙ୍କା  । ଟଙ୍କା ରୋଜଗାର କରିବା ପାଇଁ ମଣିଷ ଦିନ ରାତି ପରିଶ୍ରମ ଅକ୍ଲାନ୍ତ କରିଥାଏ । କିନ୍ତୁ ଅନେକ ସମୟରେ ଦେଖାଯାଏ ଆପଣ ଯେତେ ଟଙ୍କା କମାଇଲେ ମଧ୍ୟ, ହେଲେ ମାସ ଶେଷକୁ ଧାରକରଜରେ ବୁଡି ରହୁଛନ୍ତି । ଯେତେ ମାପିଚୁପି ଚାଲିଲେ ମଧ୍ୟ ଏମିତି କିଛି ସମସ୍ୟା ଆସୁଛି ବା ଘଟଣା ଘଟୁଛି, ଯାହା ଫଳରେ ଆପଣ  ଇଚ୍ଛା ନ ଥାଇ ମଧ୍ୟ ଖର୍ଚ୍ଚ କରୁଛନ୍ତି । ତେବେ ଘରେ ଥିବା ବାସ୍ତୁ ଦୋଷ ଏହି ସବୁ ସମସ୍ୟାର କାରଣ ହୋଇଥାଏ ।  ତେଣୁ ଘରେ କେଉଁ ଜିନିଷ ରଖିବା ଦରକାର କେଉଁ ଜିନିଶ ନ ରଖିବା ଦରକାର ତାହା ଜାଣିବା ନିହାତି ଆବଶ୍ୟକ।

 ତେବେ ଆସନ୍ତୁ ପ୍ରଥମେ ଜାଣିବା କାହିଁକି ଘରେ ଆର୍ଥିକ ସମସ୍ୟା ଦେଖାଯାଇଥାଏ  

  • ଘରେ ଚଢେଇ ବସା ବାନ୍ଧିବା ବାସ୍ତୁ ବିଜ୍ଞାନ ଅନୁଯାୟୀ ଅଶୁଭ ବୋଲି ଧରାଯାଏ । ଏହା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଯେତେ ରୋଜଗାର କଲେ ମଧ୍ୟ ସବୁବେଳେ ଅଭାବ ଦେଖାଦେଇଥାଏ । ତେଣୁ ଘରେ କେବେ ବି ଚଢେଇ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ ।
  • ମହୁ ମାଛି ଫେଣା ପାଇଁ କେବଳ ବିପଦଜ୍ଜନକ ନୁହେଁ ବରଂ ଆପଣଙ୍କ ଦୁର୍ଭାଗ୍ୟ ମଧ୍ୟ ଘରକୁ ଟାଣି ଆଣିଥାଏ । ତେଣୁ ଘରେ ମହୁ ମାଛି ଥିଲେ ତୁରନ୍ତ ଏହାକୁ ହଟାଇଦିଅନ୍ତୁ । ନଚେତ୍ ସାରା ଜୀବନ ଅଭାବରେ ଦିନ କାଟିବେ । ଏହି କାରଣରୁ ଅନେକ ସମୟରେ ବଡ ବଡ ଦୁର୍ଘଟଣା ମଧ୍ୟ ହୋଇପାରେ ।
  • ସେହିପରି ଆଉ ଏକ ଅଶୁଭ ଘଟଣା ହେଉଛି ବୁଢିଆଣି ଜାଲ । ବାସ୍ତୁ ବିଜ୍ଞାନ ଅନୁଯାୟୀ ଏହା ଦ୍ୱାରା ଘରେ ବିଭିନ୍ନ ପ୍ରକାର ସମସ୍ୟା ବଢିଥାଏ । ବୁଢିଆଣି ଜାଲ ମଧ୍ୟ ଦୁର୍ଭାଗ୍ୟ ଆଣିଥାଏ । ଏହା ଘରର ସୁଖ ସମୃଦ୍ଧିକୁ ନିଜ ଜାଲ ଭିତରେ ଛନ୍ଦି ଦେଇଥାଏ । ଯେପର୍ଯ୍ୟନ୍ତ ଆପଣଙ୍କ ଘରେ ବୁଢିଆଣି ଜାଲ କରିଥିବ ସେପର୍ଯ୍ୟନ୍ତ ଚାହିଁ ମଧ୍ୟ ଆପଣ ଖୁସିରେ ରହି ପାରିବେ ନାହିଁ ।
  • ଭଙ୍ଗା ଦର୍ପଣ କିମ୍ବା ଭଙ୍ଗା କାଚ କେବଳ ବାସ୍ତୁ ଦୋଷ ସୃଷ୍ଟି କରିନଥାଏ ବରଂ ଘରେ ଘରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏବଂ ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ । ତେଣୁ ଘରେ ଯଦି ଭଙ୍ଗା ଦର୍ପଣ କିମ୍ବା ଭଙ୍ଗା କାଚ ରହିଛି ତେବେ ତୁରନ୍ତ ଏହାକୁ ହଟାନ୍ତୁ  ।
  • ସେହିପରି ଆଉ ଏକ ଅଶୁଭ ସଙ୍କେତ ହେଉଛି ଘରେ ବାଦୁଡି ରହିବା । ବାହୁଡି ଘରେ ଦେଖାଦେଲେ ସ୍ୱାସ୍ଥ୍ୟଗତ ସମସ୍ୟା, ଅଭାବ, ଦୁର୍ଭାଗ୍ୟ ଲାଗିରହିଥାଏ । ତେଣୁ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ବାଦୁଡି ଯେମିତି ଘରକୁ ନଆସେ ସେହି ଉପାୟ କରନ୍ତୁ ।
  • ଘରେ ଯଦି କୌଣସି କାନ୍ଥ ଫଟା ରହିଛି ତେବେ ତୁରନ୍ତ ଏହାକୁ ସଜାଡି ଦିଅନ୍ତୁ । ନଚେତ୍ ଦୁର୍ଭାଗ୍ୟ ଏବଂ ଆର୍ଥିକ ସମସ୍ୟା ସର୍ବଦା ଲାଗି ରହିବ ।
  • ଘରେ ଯଦି କୌଣସି ଟ୍ୟାପରୁ ପାଣି ଅନବରତ ବୋହୁଛି ତେବେ ଏହା ଅଶୁଭ ସଙ୍କେତ । ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ତେଣୁ ତୁରନ୍ତ ଏହାକୁ ମରାମତି କରିଦିଅନ୍ତୁ  ।
  • ଅନେକ ସମୟରେ ଘରୁ ଅଦରକାରୀ ଆସବାବ ଆମେ ଘରର ଛାତ ଉପରେ ରଖି ଦେଉ । କିନ୍ତୁ ଏହା କରିବା ଅନୁଚିତ୍ । ଏପରି କଲେ ଘର ଉପରେ ବିଭିନ୍ନ ସମସ୍ୟା ମାଡି ଆସିଥାଏ ।
  • ଘରେ ଥିବା ଠାକୁରଙ୍କୁ ଫୁଲ ଚଢେଇବା ଶୁଭ ହୋଇଥାଏ । ଧ୍ୟାନ ରଖିବେ ଭୁଲରେ ମଧ୍ୟ ଠାକୁରଙ୍କୁ ବାସି ଫୁଲ ଚଢାଇବେ ନାହିଁ। ଏହା ଅଶୁଭ ଫଳ ପ୍ରଦାନ କରେ ବୋଲି କୁହାଯାଏ।
  • ସେହିପରି ଘର ଭିତରେ ଯଦି କିଛି ଗଛ ଲଗାଇଛନ୍ତି ତେବେ ଏହାକୁ ନିୟମିତ ସଫା ରଖନ୍ତୁ । ଧ୍ୟାନରେ ରଖନ୍ତୁ ଯେମିତି ଶୁଖିଲା ପତ୍ର ଆଦୌ ଘରେ ନରହେ । ନଚେତ୍ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିବା ସହ ଆର୍ଥିକ ସମସ୍ୟା ଦେଖାଦେଇଥାଏ ।

ଏବେ ନଜର ପକାନ୍ତୁ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାର କିଛି ସହଜ ଉପାୟ :

  • ଘରର ଉତ୍ତର ଦିଗରେ ଯଦି କେଯଣସି ରୁମ୍ ଅଛି ତେବେ ଏହାକୁ ନୀଳ ରଙ୍ଗ କରନ୍ତୁ । ଲାଲ୍ କିମ୍ବା ମେରୁନ୍ ରଙ୍ଗ ଆଦୌ କରନ୍ତୁ ନାହିଁ ।
  • ଘରେ ଏକ ମନିପ୍ଲାଣ୍ଟ୍ ଗଛ ଲଗାନ୍ତୁ । ଯେମିତି ଘରର କୌଣସି ଏକ କାନ୍ଥରେ ଏହା ବଢି ପାରିବ ସେପରି ଯତ୍ନ ନିଅନ୍ତୁ । ଏହି ଗଛ ଲଗାଇଲେ ଘରର ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଏକ ସୁନ୍ଦର ପ୍ରବେଶ ପଥ ଘରକୁ ସୁଖ ସମୃଦ୍ଧି ଆଣି ଦେଇଥାଏ । ତେଣୁ ଘରର ପ୍ରବେଶ ପଥକୁ ସୁନ୍ଦର ଭାବରେ ସଜାନ୍ତୁ ।
  • ବାସ୍ତୁ ଅନୁସାରେ ରୋଷେଇ ଘର ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରହିବା ଉଚିତ। ରୋଷେଇ ଘରେ ବସି ଖାଇବା ଉଚିତ ନୁହେଁ। ଏହାଦ୍ବାରା ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼େ। ରୋଷେଇ ଘର ସବୁବେଳେ ସଫା ସୁତୁରା ରଖିବା ଉଚିତ। ରାତିର ଅଇଁଣ୍ଠା ବାସନ କେବେ ବି ପକାଇ ରଖନ୍ତୁ ନାହିଁ।
  • ରୋଷେଇ ଘରକ ଲାଗି କିମ୍ବା ଏହା ଉପରେ ବାଥ୍‌ରୁମ୍‌ ରହିବା ଉଚିତ ନୁହେଁ । ସବୁବେଳେ ଗାଧୋଇବା ପରେ ରୋଷେଇ ଘରକୁ ଯିବା ଉଚିତ । ରାଗି କରି କିମ୍ବା ଚିଡ୍‌ଚିଡା ହୋଇ ରୋଷେଇ ଘରକୁ ଯାଆନ୍ତୁ ନାହିଁ।
  • ରୋଷେଇ ଘରେ ଚୁଲି ସବୁବେଳେ ପୂର୍ବଦିଗରେ ରହିବା ଉଚିତ। ଫ୍ରିଜ୍‌ କିମ୍ବା ମାଇକ୍ରୋୱେଭ୍‌ ଅଗ୍ନି କୋଣରେ ରହିବା ଦରକାର।
  • ଲିଭିଙ୍ଗ୍ ରୁମର ଉତ୍ତର ପୂର୍ବ ଦିଗରେ ଆକ୍ୱାରମ୍ ରଖନ୍ତୁ । ଏହା ସହ ଧ୍ୟାନ ରଖନ୍ତୁ ଯେପରି ପ୍ରତିଦିନ ମାଛ ଗୁଡିକୁ ଖାଇବାକୁ ଦିଆଯାଉଥିବ ।