କେଉଁଠି ଓ କେମିତି କରିବେ ଠାକୁର ଘର ଏବଂ ରୋଷେଇ ଘର ! ପଢନ୍ତୁ କଣ କହେ ବାସ୍ତୁ

0
173
vastu-tips-for-puja-and-kitchen-room

ରୋଷେଇ ଘର ହେଉଛି ଘରର ମୁଖ୍ୟ ଭାଗ । ଏଠାରେ ତିଆରି କରାଯାଉଥିବା ଖାଦ୍ୟ ଆମର ଶାରିରୀକ ଓ ମାନସିକ ଭାବେ ସୁସ୍ଥ ରଖେ। ତେଣୁ ରୋଷେଇ ଘର ଠିକ୍‌ ଦିଗରେ ହେବା ଉଚିତ। କେତେକ ବ୍ୟକ୍ତି ଘର ନିର୍ମାଣ କଲାବେଳେ ବାସ୍ତୁ ଉପରେ ଗୁରୁତ୍ବ ଦିଅନ୍ତି, ମାତ୍ର ରୋଷେଇ ଘର ପାଇଁ ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ତେବେ ଯଦି ରୋଷେଇ ଘରେ ବାସ୍ତୁ ଦୋଷ ଥାଏ, ତେବେ ଖାଦ୍ୟ ରାନ୍ଧୁଥିବା ବ୍ୟକ୍ତିଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼େ।

  • ବାସ୍ତୁ ଅନୁସାରେ ରୋଷେଇ ଘର ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରହିବା ଉଚିତ।
  • ରୋଷେଇ ଘରେ ଚୁଲି ସବୁବେଳେ ପୂର୍ବଦିଗରେ ରହିବା ଉଚିତ। ଫ୍ରିଜ୍‌ କିମ୍ବା ମାଇକ୍ରୋୱେଭ୍‌ ଅଗ୍ନି କୋଣରେ ରହିବା ଦରକାର।
  • ଯେଉଁଠିକୁ ସବୁବେଳେ ଆଲୋକ ଓ ପବନ ଆସୁଥିବା ସେହି ଦିଗରେ ରୋଷେଇ ହେବା ଉଚିତ।
  • ରୋଷେଇ ଘରେ ବସି ଖାଇବା ଉଚିତ ନୁହେଁ। ଏହାଦ୍ବାରା ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼େ। ରୋଷେଇ ଘର ସବୁବେଳେ ସଫା ସୁତୁରା ରଖିବା ଉଚିତ। ରାତିର ଅଇଁଣ୍ଠା ବାସନ କେବେ ବି ପକାଇ ରଖନ୍ତୁ ନାହିଁ।
  • ରୋଷେଇ ଘରକ ଲାଗି କିମ୍ବା ଏହା ଉପରେ ବାଥ୍‌ରୁମ୍‌ ରହିବା ଉଚିତ ନୁହେଁ। ସବୁବେଳେ ଗାଧୋଇବା ପରେ ରୋଷେଇ ଘରକୁ ଯିବା ଉଚିତ। ରାଗି କରି କିମ୍ବା ଚିଡ୍‌ଚିଡା ହୋଇ ରୋଷେଇ ଘରକୁ ଯାଆନ୍ତୁ ନାହିଁ।
  • ରୋଷେଇ ଘରେ ଅସରପା, ବୁଢ଼ିଆଣୀ ଜାଲ କିମ୍ବା ଝିଟପିଟି ରହିବାକୁ ଦିଅନ୍ତୁ ନାହିଁ। ରୋଷେଇ ଘରୁ ଭଙ୍ଗା ଓ ଫଟା ବାସନ ବାହାର କରନ୍ତୁ। ଏହାଫଳରେ ଘର ଉପରେ ନକାରାତ୍ମକ ପ୍ରଭାବ ପଡ଼େ।
  • ରୋଷେଇ ଘରେ କୌଣସି ପ୍ରକାର ଲିକେଜ୍‌ ନ ହେବା ଉଚିତ। ଯଦି ପାଣି ପାଇପ୍‌ ଖରାପ ଅଛି, ତେବେ ଏହାକୁ ତୁରନ୍ତ ଠିକ୍‌ କରନ୍ତୁ।

ବାସ୍ତୁଶାସ୍ତ୍ର ଅନୁସାରେ ଠାକୁର ଘର ସହ ଦିଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେବୀଦେବତାଙ୍କ ମୂର୍ତ୍ତି ସ୍ଥାପନ କରିବାର ନିର୍ଦ୍ଦିଷ୍ଟ ନିୟମ ରହିଛି। ଏସବୁ ଦିଗ ପ୍ରତି ଧ୍ୟାନ ନ ଦେଲେ ଘର ପାଇଁ ଅଶୁଭ ହୋଇଥାଏ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ଠାକୁର ଘରଟିଏ ନିର୍ମାଣ କରିବା ବେଳେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ।

  • ପୂଜା ଘରକୁ ଐଶାନ୍ୟ (ଉତ୍ତର-ପୂର୍ବ ଦିଗ )ରେ ସ୍ଥାପିତ କଲେ ଜ୍ଞାନ ବୁଦ୍ଧି ବଢିବା ସହ ଆତ୍ମା ଶୁଦ୍ଧି ହୋଇଥାଏ।
  • ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କେବେ ହେଲେ ପୂର୍ବ ବା ପଶ୍ଚିମ ଦିଗରେ କରନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ ଗଣେଶ ଭଗବାନଙ୍କ ମୂର୍ତ୍ତି ଦକ୍ଷିଣ ଦିଗକୁ ମୁହଁ କରି ରହିଲେ ଶୁଭ।
  • ପୂଜା ଘରେ ଦେବୀଦେବତାଙ୍କ ପ୍ରତିମା ପୂର୍ବ ଓ ଉତ୍ତର ଦିଗ କାନ୍ଥ ପାଖରେ ଲଗାଇ ରଖନ୍ତୁ।
  • ଶୟନ କକ୍ଷରେ କୌଣସି ଦେବୀଦେବତାଙ୍କ ମୂର୍ତ୍ତି ରଖନ୍ତୁ ନାହିଁ।
  • ପୂଜା ଘର ପାଖାପାଖି ଶୌଚାଳୟ କିମ୍ବା ସ୍ନାନାଗାର ରଖନ୍ତୁ ନାହିଁ।
  • ପୂଜାରେ ବ୍ୟବହୃତ ଦ୍ରବ୍ୟକୁ ପଶ୍ଚିମ ଦକ୍ଷିଣ ଦିଗ ଆଡକୁ ମୁହଁ କରି ରଖନ୍ତୁ।
  • ପୂଜା ଘର ଭିତରେ ଭଙ୍ଗା ମୂର୍ତ୍ତି କିମ୍ବା ଚିତ୍ର ରଖନ୍ତୁ ନାହିଁ।
  • ହନୁମାନଙ୍କ ମୂର୍ତ୍ତିକୁ ଉତ୍ତର ଦିଗରେ ଏପରି ସ୍ଥାପିତ କରନ୍ତୁ ଯେପରି ମୂର୍ତ୍ତିର ଦୃଷ୍ଟି ଦକ୍ଷିଣ ଦିଗ ଆଡକୁ ରହିବ।
  • ଘର ଭିତରେ ଶିବାଳୟ ସ୍ଥାପିତ କରିବା ବର୍ଜିତ ହୋଇଥାଏ। ଆପଣ ଅନ୍ୟ ଦେବୀଦେବତାଙ୍କ ସହ ଶିବଙ୍କ ମୂର୍ତ୍ତି ରଖତ୍ପାରିବେ।
  • ପୂଜାରେ ବ୍ୟବହୃତ ଦ୍ରବ୍ୟକୁ ଆପଣ ନଦୀ କିମ୍ବା ଜଳ ସ୍ରୋତରେ ପକାଇ ଦିଅନ୍ତୁ।

ବାସ୍ତୁ ଦୋଷ ଦୂର କରେ ଲୁଣ :

ଯଦି ଆପଣଙ୍କ ଘରେ କିଛି ବାସ୍ତୁ ଦୋଷ ରହିଛି ତେବେ ଏହାକୁ ଦୂର କରିହେବ  । କେବଳ ଖାଦ୍ୟ ଛଡା ବାସ୍ତୁ ଦୃଷ୍ଟିରୁ ମଧ୍ୟ ଲୁଣର ବ୍ୟବହାର ଗୁରୁତ୍ଵପୂର୍ଣ୍ଣ  । କୁହାଯାଏ ଲୁଣର ଭିନ୍ନ ଭିନ୍ନ ବ୍ୟବହାର ଦ୍ୱାରା ଘରେ ନକାରାତ୍ମକ ଶକ୍ତି ନଷ୍ଟ ହେବା ସହିତ ସକାରତ୍ମକ ଶକ୍ତି ପ୍ରଭାବିତ ହୋଇଥାଏ । ବିଶେଷ କରି ମାନସିକ ଶାନ୍ତି, ସମୃଦ୍ଧି ଓ ସୁଖ ଏବଂ ଅର୍ଥ ସମ୍ବନ୍ଧରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

  • ନିତ୍ୟ ବ୍ୟବହାର୍ଯ୍ୟରେ ଲୁଣର ବ୍ୟବହାରରେ ସାବଧାନତା କରିବା ଜରୁରୀ ।
  • ଲୁଣକୁ ସବୁବେଳେ କାଚ ପାତ୍ରରେ ରଖିବା ଜରୁରୀ।
  • ଲୁଣକୁ ସିଧାସଳଖ କାହା ହାତରେ ଦେବା ଉଚିତ ନୁହେଁ ।
  • ଲୁଣକୁ ତଳେ ଫୋପାଡନ୍ତୁ ନାହିଁ ଏବଂ ତାହାକୁ ନଷ୍ଟ ନ କରିବାକୁ ଚେଷ୍ଟା କରନ୍ତୁ ।
  • ବାସ୍ତୁ ବିଶେଷଜ୍ଞଙ୍କ ଅନୁସାରେ ଘରକୁ ଲୁଣ ପାଣିରେ ପୋଛିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ ।
  • ଯେତେବେଳେ କାଚ ପାତ୍ରରେ ଲୁଣ ଭରି କରି ରଖୁଛନ୍ତି, ସଥିରେ ଗୋଟାଏ ଲବଙ୍ଗ ପକାଇ ରଖନ୍ତୁ । ଏହାଦ୍ୱାରାଘରକୁ ସୁଖ ସମୃଦ୍ଧି ଏବଂ ଘରକୁ ଅର୍ଥ ଆଗମନ ହୋଇଥାଏ ।
  • ଲୁଣ ଦ୍ୱାରା ମାନସିକ ଶାନ୍ତି ମଧ୍ୟ ମିଳିଥାଏ । ଯଦି ଅଶାନ୍ତିରେ ରହୁଛନ୍ତି ତେବେ ଗାଧୋଇବା ପାଣିରେ କିଛି ପରିମାଣରେ ଲୁଣ ପକାଇ ଗାଧାନ୍ତୁ ଏବଂ ପାହଡୀ ଲୁଣକୁ ଘରେ ଏକ କୋଣରେ ରଖନ୍ତୁ । ଏହା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ ।
  • ଯଦି ଘରେ ବହୁଦିନ ଧରି କେହି ଅସୁସ୍ଥ ଥାନ୍ତି, ତେବେ ତାଙ୍କ ବିଛଣାରେ ଏକ କାଚ ବୋତଲରେ ଲୁଣ ଭରିକି ରଖନ୍ତୁ । ଏବଂ ପ୍ରତି ମାସରେ ଏହାକୁ ବଦଳାଇ ଦିଅନ୍ତୁ । ଏହା କରିବା ଦ୍ୱାରା ଏହି ପରିସ୍ଥିତିରେ ସୁଧାର ମିଳିବ ।