ଆପଣଙ୍କ ଘରେ ବି ଛୋଟ ଛୋଟ କଥାରେ ଝଗଡା ହେଉଛି କି ? ଏହା ବାସ୍ତୁ ଦୋଷ ହୋଇପାରେ . . . ଜାଣନ୍ତୁ ଏହି ସମସ୍ୟାର ସମାଧାନ ପାଇଁ କିଛି ଟିପ୍ସ

0
90
image-youtube

ଅଧିକାଂଶ ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଲାଗି ରହିଥାଏ ଛୋଟ ଛୋଟ କଥାକୁ ନେଇ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ଘରେ ସବୁ ଥାଇ ମଧ୍ୟ ସମସ୍ୟା ପିଛା ଛାଡ଼ି ନଥାଏ ଯେତେ ରୋଜଗାର କଲେ ବି ଅର୍ଥର ଅଭାବ ଦେଖାଦେଇଥାଏ । କଣ ଆପଣ ବି ଏପରି ପରିସ୍ଥିତିର ସାମ୍ନା କରୁଛନ୍ତି କି ? ଏହା ବାସ୍ତୁ ଦୋଷ ହୋଇପାରେ କେତୋଟି ଛୋଟ କଥା ଉପରେ ଧ୍ୟାନ ଦେଲେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଏହି ସମସ୍ୟାର ସମାଧାନ ପାଇଁ କିଛି ଟିପ୍ସ

  • ଘରେ ଥିବା ଠାକୁରଙ୍କୁ ଫୁଲ ଚଢେଇବା ଶୁଭ ହୋଇଥାଏ ଧ୍ୟାନ ରଖିବେ ଭୁଲରେ ମଧ୍ୟ ଠାକୁରଙ୍କୁ ବାସି ଫୁଲ ଚଢାଇବେ ନାହିଁ ଏହା ଅଶୁଭ ଫଳ ପ୍ରଦାନ କରେ ବୋଲି କୁହାଯାଏ
  • ଘରର କାନ୍ଥ ଫଟା ହେବା ଅଶୁଭ ଲକ୍ଷଣ । ଘରେ ପାଣି ନଳରୁ ପାଣି ଅନବରତ ବୋହୁଥିଲେ ଧନହାନି ହୋଇଥାଏ
  • ଘରେ କେବେ ବି ଭଙ୍ଗ। ଦର୍ପଣ, ଭଙ୍ଗା କାଚ ଭାଙ୍ଗି ଯାଇଥିବା ଘଣ୍ଟାକୁ ରଖନ୍ତୁ ନାହିଁ । ଏହା ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ସହ ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହେ
  • ଝାଡ଼ୁକୁ ରୋଷେଇ ଘର ଅବା ଡ୍ରଇଁ ରୁମ୍ରେ ରଖନ୍ତୁ ନାହିଁ । ଏହା ଘରେ ଅଶାନ୍ତି ସୃଷ୍ଟି କରେ। ତେଣୁ ଝାଡ଼ୁ କୌଣସି ଏକ ସ୍ଥାନରେ ତଳେ ଶୁଆଇ ଲୁଚାଇ ରଖନ୍ତୁ
  • ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବିରୁଡ଼ି ବସା କିମ୍ୱା ବୁଢ଼ିଆଣୀ ଜାଲ ରହିବା ଅଶୁଭ ହୋଇଥାଏ। ଏହା ଘରେ ଧନାଗମନକୁ ରୋକିଥାଏ। ଏହା ସହ ଦୁର୍ଘଟଣା ମଧ୍ୟ ଘଟିଥାଏ

ସେହିପରି ଘର କରି ଶାନ୍ତିରେ ରହିବାକୁ ଚାହୁଁଥିଲେ ତିଆରି ପୂର୍ବରୁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ :

  • ଘର ମୁରବୀଙ୍କ ବେଡରୁମ ସବୁବେଳେ ଦକ୍ଷିଣ ଓ ପଶ୍ଚିମ କିମ୍ବା ପଶ୍ଚିମ ଓ ଦକ୍ଷିଣ ଦିଗରେ ରହିବା ଆବଶ୍ୟକ। ରୋଷେଇ ଘର ମଧ୍ୟ ଦକ୍ଷିଣ, ପୂର୍ବ କିମ୍ବା ଉତ୍ତର ପଶ୍ଚିମ ଦିଗରେ ରହିଲେ ଭଲ। ବାସ୍ତୁ ଅନୁସାରେ ରୋଷେଇ ଘର ନିର୍ମାଣ କଲେ ରନ୍ଧା ହେଉଥିବା ଖାଦ୍ୟ ସ୍ୱାଦିଷ୍ଟ ଲାଗିବା ସହିତ ଘରର ସଦସ୍ୟମାନଙ୍କର ଦେହ ଭଲ ରହେ।
  • ପୂଜାଘର ଓ ପିଲାମାନଙ୍କର ପଢା ଘର ସବୁବେଳେ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ଭଲ।
  • ବାସ୍ତୁଶାସ୍ତ୍ର ଅନୁସାରେ ଘର ଭିତରେ ପାଇଖାନା ରଖିଲେ ଅଶୁଭ ହୋଇଥାଏ। ଯଦି ପାଇଖାନା କରନ୍ତି  ତାହେଲେ ଉତ୍ତର ଓ ପଶ୍ଚିମ ଦିଗରେ ତିଆରି କରିବା ଆବଶ୍ୟକ। ଏହାସହ ଘରର ଶିଡ଼ି ଦକ୍ଷିଣ ପଶ୍ଚିମ ଦିଗରେ ତିଆରି କେଲେ ଶୁଭ ଫଳ ମିଳିଥାଏ।
  • ଘର ତିଆରି ବେଳେ ପୁରୁଣା ଘରର ଇଟା କିମ୍ବା କୌଣସି ପୁରଣା ଜିନିଷ ବ୍ୟବହାର କରନ୍ତୁ ନାହିଁ । ସେଥିରେ ନକରାତ୍ମକ ଶକ୍ତି ରହିବା ସହିତ ଗୁଣି ଗାରେଡିର ଭୟ ରହିଥାଏ।
  • ଘର ତିଆରି ବେଳେ ଘରର ସମ୍ମୁଖ ଦୁଆର ଉତ୍ତର ପୂର୍ବ ଦିଗରେ ରଖନ୍ତୁ । ଘର ଯେଉଁ ସ୍ଥାନରେ ହେଉଛି ସେହି ସ୍ଥାନର ଆକାର ବର୍ଗାକାର କିମ୍ବା ଆୟତାକାର ହୋଇଥିବା ଆବଶ୍ୟକ।
  • ଟ୍ୟୁବୱେଲ୍ କିମ୍ବା ପାଣି ଟାଙ୍କି ଉତ୍ତର ପୂର୍ବ ଦିଗରେ ରହିଲେ ଭଲ।
  • ବିଦ୍ୟୁତ ସଂଯୋଗ , ଇନଭର୍ଟର ଓ ଜେନେରେଟର ଦକ୍ଷିଣ ପୂର୍ବ କିମ୍ବା ଉତ୍ତର ପଶ୍ଚିମ ଦିଗରେ ରହିବା ଆବଶ୍ୟକ।
  • ଯେଉଁ ଜାଗାରେ ଘର କରୁଛନ୍ତି ସେଠାରେ ଉତ୍ତର ଓ ପୂର୍ବ ଦିଗରେ ଘରର ନିଅଁ ଖୋଳନ୍ତୁ ଓ ଦକ୍ଷିଣ ପଶ୍ଚିମ ଦିଗରେ ଏହାକୁ ଭରନ୍ତୁ।
  • ଦକ୍ଷିଣ ପଶ୍ଚିମ କୋଣ ସବୁବେଳେ 90 ଡିଗ୍ରୀ ଆକାରରେ ରହିବା ଆବଶ୍ୟକ।
  • ଘର ତିଆରି କରି ସାରିବା ପରେ ଘର ପ୍ରତିଷ୍ଠା କରିବା ସହିତ ବାସ୍ତୁ ପୂଜା କରିବା ନିହାତି ଆବଶ୍ୟକ।

ଏହି ସବୁ ଉପାୟ ଆପଣାଇଲେ ବାସ୍ତୁ ସମସ୍ୟାର ମୁକ୍ତି ମିଳିବା ସହିତ ଘରର ଶାନ୍ତି ବଳବତ୍ତର ରହିଥାଏ।

ଘରର ସୁଖ ସମୃଦ୍ଧି ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରନ୍ତି। ବେଳେ ବେଳେ ଛୋଟ ଛୋଟ ଉପାୟ ମଧ୍ୟ ଘରର ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଫିଟିକିରି ବ୍ୟବହାର କରି ଘରୁ କିପରି ବାସ୍ତୁ ଦୋଷ ଦୂର କରିପାରିବେ।

  • ଆପଣଙ୍କ ଘରେ କିମ୍ବା ଅଫିସର ଯେଉଁ ଜାଗାରେ ବାସ୍ତୁ ଦୋଷ ଥିଲେ ସେହି ସ୍ଥାନରେ ଫିଟିକିରି ରଖନ୍ତୁ । ଏହି ଛୋଟ ଫିଟିକିର ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର କରିପାରିବ। ମନେରଖିବେ ଫିଟିକିରି ପ୍ରତି ମାସରେ ବଦଳେଇବା ଜରୁରୀ।
  • ଆପଣଙ୍କ ଦେକାନର ମୁଖ୍ୟ ଫାଟକ ଉପରେ ଏକ କଳା ରଙ୍ଗର କପଡାରେ ଫିଟିକିରି ବାନ୍ଧି ଝୁଲାଇ ଦିଅନ୍ତୁ।  ଏହା ଆପଣଙ୍କ ଦୋକାନ ଉପରେ  ଥିବା ଖରାପ ନଜରରୁ ରକ୍ଷା କରିବ।
  • ଘର ଉପରେ ନକରାତ୍ମକ ପ୍ରଭାବ ପଡୁଥିଲେ ଗାଧୁଅ। ଘରେ ଏକ ଗିନାରେ ଫିଟିକରି ରଖନ୍ତୁ। ପ୍ରତି ମାସରେ ଫିଟିକିରିକୁ ବଦଳେଇବାକୁ ଯେପରି ନ ଭୁଲନ୍ତି ।