ଆସନ୍ତୁ ଜାଣିବା ଆଜି, କିପରି ଭାବରେ କରିବେ ତରଭୁଜରେ ସୌନ୍ଦର୍ଯ୍ୟ ଚର୍ଚ୍ଚା

0
40
Watermelon-for-Natural-Toner-and-Moisturizing
Watermelon for Natural Toner and Moisturizing

ତରଭୁଜ ଏକ ଏମିତି ଫଳ ଯାହା କେବଳ ଖରାଦିନରେହିଁ ଉପଲବ୍ଧ ହୁଏ ସେଥିପାଇଁ ତରଭୁଜକୁ ଏକ ଖରାଦିନିଆ ଫଳ ବୋଲି କୁହାଯାଏ, କିନ୍ତୁ ଏବେ ସମସ୍ତପ୍ରକାର ଫଳ ଏବଂ ପନି ପରିବା ସବୁ ଋତୁରେ ପଲବ୍ଧ ହୋଇପାରୁଛି । ତରଭୁଜକୁ ଆପଣମାନେ ବହୁତ ସୁବିଧାରେ ଏବଂ ସହଜରେ ଓଡ଼ିଶାରେ ଏବଂ ଭାରତର ସବୁ ରାଜ୍ୟରେ ପାଇପାରିବେ ।

ଯେହେତୁ ତରଭୁଜ ଏକ ଖରାଦିନିଆ ଫଳ, ଆମ ମାନଙ୍କର ଏକ ଧାରଣା ହୋଇଯାଇଛିଯେ ତରଭୁଜକୁ କେବଳ ଫଳ ରୂପରେ ଖାଇପାରିବା କିମ୍ବା ତରଭୁଜକୁ ଜୁସ କରିକି ପି’ପାରିବା କିନ୍ତୁ ଆପଣମାନେ ଏହା ଜାଣିନଥିବେଯେ ତରଭୁଜକୁ ଆପଣମାନେ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ଭି ବ୍ୟବହାର କରିପାରିବେ।

ଗରମ ଦିନେ ତ୍ୱଚାକୁ ଥଣ୍ଡା ରଖିବାର ସର୍ବୋକ୍ରୃଷ୍ଟ ମାଧ୍ୟମ ହେଉଛି ତରଭୁଜର ରସ / ଜୁସ । ତରଭୁଜ ଶରୀରରେ ଜଳର ପରିମାଣକୁ ସମତୁଲ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ମଧ୍ୟ କରିଥାଏ । ଭିଟାମିନ୍‌ “ଏ” ଏବଂ “ସି” ଏହି ଫଳରେ ପ୍ରଚୁର ପରିମାଣରେ ଥିବାରୁ ତାହା ତ୍ୱଚା ପାଇଁ ଖୁବ୍‌ ହିତକାରୀ ଅଟେ।

ତେବେ ଆସନ୍ତୁ ଆଜି ଜାଣିବା, କିପରି ଭାବରେ ତରଭୁଜ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ବ୍ୟବହାର କରାଯାଇପାରିବ

  • ତରଭୁଜ ରସରେ ଥିବା ଭିଟାମିନ୍‌ “ଏ” ତ୍ୱଚାରେ ଥିବା ତୈଳକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଏବଂ ତୈଳୀୟ ତ୍ୱଚା ପାଇଁ ଏହା ଖୁବ୍‌ ଭଲ ଅଟେ।
  • ନିୟମିତ ଭାବରେ ତରଭୁଜ ରସକୁ ପିଇଲେ କିମ୍ବା ମୁଲତାନି ମାଟି, ଅଳ୍ପ କିଛି ବୁନ୍ଦା ଗୋଲାପ ଜଳର ଏକ ମିଶ୍ରଣ କିମ୍ବା ପ୍ୟାକ୍‌ କରି ମୁହଁରେ ଲଗାଇଲେ ବ୍ରଣ ହେବାରୁ ରକ୍ଷା ମିଳିଥାଏ।
  • ତରଭୁଜ ରସ ମଧ୍ୟ ତ୍ୱଚା ପାଇଁ ଏକ ପ୍ରାକୃତିକ ଟୋନର୍‌ ଭଳି କାମ କରିଥାଏ।
  • ଉତ୍ତମ ତ୍ୱଚା ପାଇବାକୁ ଚାହୁଁଥିଲେ ପ୍ରତ୍ୟେକ ଦିନ ଏହି ରସ ପାନ କରିବା ଖୁବ୍‌ ଲାଭକାରୀ ଅଟେ।
  • ବୟସର ଛାପ ତ୍ୱଚାରୁ କମ୍‌ କରିବାକୁ ଯଦି ଆପଣମାନେ ଚାହୁଁଥାନ୍ତି ତେବେ ପ୍ରତିଦିନ ତରଭୁଜ ରସକୁ ତୁଳାରେ ଭିଜାଇ ମୁହଁରେ ଲଗାଇବା ଉଚିତ ।

ଆପଣ ମାନଙ୍କୁ ଯଦି ଏହି ବିୟୁଟି ଟିପ୍ସ୍ ଟି ଭଲ ଲାଗିଥାଏ ତେବେ ଦୟାକରି ଏହାକୁ ସେୟାର କରିବାକୁ ଭୁଲିବେନି।