କେବେ ଭାବିଛନ୍ତି . . . ବିମାନରେ ଟଏଲେଟ୍ କଲେ କୁଆଡେ ଯାଏ ?

0
368
Where does toilet waste go on a plane

ଅନେକ ସମୟରେ ଆପଣ ମାନେ ଲୋକମାନଙ୍କ ମୁହଁରୁ ଶୁଣିଥିବେ ବିମାନରେ କରାଯାଉଥିବା ଟଏଲେଟ୍ ସିଧା ସଳଖ ତଳେ ପଡିଥାଏ  । ତେଣୁ ଖୋଲା ଆକାଶ ତଳେ କୌଣସି କାମ କରିବା ଉଚିତ୍ ନୁହେଁ । ଯଦି ଆପଣ ଖୋଲାରେ ଖାଇ ବସିଛନ୍ତି ଆଉ ସେହି ସମୟରେ ଆପଣଙ୍କ ଉପର ଦେଇ ବିମାନ ଯାଉଥିବା ସମୟରେ କେହି ଯଦି ସେଥିରେ ଟଏଲେଟ୍ କରୁଥାଏ ତେବେ କଣ ହେବ ଜାଣିପାରୁଥିବେ ନିଶ୍ଚୟ  ।

ତେବେ ଏ ସମସ୍ତ କଥାରେ କୌଣସି ସତ୍ୟତା ନାହିଁ । ଅର୍ଥାତ୍ ଏସବୁ ଥଟ୍ଟାମଜାରେ କୁହାଯାଉଥିବା କଥା  । ହେଲେ କେବେ ଆପଣ ଚିନ୍ତା କରିଛନ୍ତି ଯେ ପ୍ରକୃତରେ ବିମାନରେ ଟଏଲେଟ୍ ଗଲେ କଣ ହୁଏ  । ସମସ୍ତ ବିମାନରେ ୨୦୦ ଗେଲନର ଏକ ଟ୍ୟାଙ୍କ୍ ଥାଏ  । ଯେଉଁଥିରେ ସମସ୍ତ ମଳ ମୂତ୍ରକୁ ଏକାଠି ରହିଥାଏ । ଏହା ସହ ସମସ୍ତ ବିମାନରେ ଭ୍ୟାକ୍ୟୁମ୍ ଥାଏ । ଯାହା ପାଣି ଏବଂ ମଳକୁ ଅଲଗା ଅଲଗା କରିଥାଏ । ସମସ୍ତ ଫ୍ଲାଶ୍ ପରେ ମଳ ଏବଂ ପାଣି ଅଲଗା ଅଲଗା ଟ୍ୟାଙ୍କରେ ରହିଥାଏ  ।

୨୦୦ ଗେଲନର ଏହି ଟ୍ୟାଙ୍କ୍ କେବଳ ବିମାନ ବନ୍ଦରରେ ହିଁ ଖୋଲାଯାଇଥାଏ । ଯାହାକୁ ବିମାନ ବନ୍ଦରରେ ସଫାଇ କର୍ମଚାରୀ ମାନେ ସଫା କରିଥାନ୍ତି ।

ଯଦି ବିମାନ କଥା ଉଠିଛି ତେବେ ଆଉ ଏକ ରହସ୍ୟ ଜଣିବା ନିହାତି ଆବଶ୍ୟକ  । କେବେ ଚିନ୍ତା କରିଛନ୍ତି କି ଉଡାଜାହାଜ ଗୁଡିକ ଧଳା ରଙ୍ଗର କାହିଁକି ଥାଏ ? ଅନେକ ଲୋକଙ୍କୁ ଏକଥା ଜଣା ନଥିବ । ଯେତେବେଳ ଉଡାଜାହାଜକୁ କାରଖାନାରୁ ବାହାରକୁ ଅଣାଯାଏ, ତା’ଉପରେ ସବୁଜ ରଙ୍ଗର ପଟି ପଡିଥାଏ ଯାହାକୁ ପରେ ଧଳା କରି ଦିଆଯାଏ । ଆସନ୍ତୁ ଜାଣିବା ଉଡାଜାହାଜକୁ ଧଳା ରଙ୍ଗ କରିବାର କାରଣ ।

ଧଳା ରଙ୍ଗ ଫିକା ପଡେନି

ଧଳା ରଙ୍ଗ ଅନ୍ୟ ରଙ୍ଗ ପରି ଫିକା ପଡେନି । ସରାଧାଣତଃ ସୁର୍ଯ୍ୟ କିରଣ କାରଣରୁ ଅନ୍ୟ ରଙ୍ଗ ଫିକା ପଡିଯାଏ । ଉଡାଜାହାଜ ପୃଥିବୀରୁ ୩୦ ହଜାର ଫୁଟ ଉଚ୍ଚତାରେ ଯାଏ,ସେଠାରେ ଅତି ବାଇଗଣି କିରଣ ଯୋଗୁଁ ରଙ୍ଗ ଉଡିଯାଏ । କିନ୍ତୁ ଧଳା ରଙ୍ଗ ପୁରୁଣା ହେଲା ପରେ ମଧ୍ୟ ଧଳା ଠିକଠାକ ଦେଖାଯାଏ ।

ଥଣ୍ଡା ରଖିବାରେ ସାହାଯ୍ୟ କରେ

ଆଉ ଏକ ପ୍ରମୁଖ କାରଣ ହେଲା ଧଳା ରଙ୍ଗ କ୍ୟାବିନକୁ ଥଣ୍ଡା ରଖିବା ସାହାଯ୍ୟ କରେ । ଧଳା ରଙ୍ଗ ଅତି ବାଇଗଣି ରଶ୍ମିକୁ ପ୍ରତିଫଳିତ କରିଥାଏ ଏବଂ ଏହି କାରଣରୁ ଗରମରୁ ରକ୍ଷା ମିଳିଥାଏ ।

ରଙ୍ଗ କରିବାରେ ଅଧିକ ଖର୍ଚ୍ଚ ହୁଏ

ଏକ ଉଡାଜାହାଜକୁ ରଙ୍ଗ କରିବାରେ ୫୦ ରୁ ୨୦୦ ହଜାର ୟୁଏସ ଡଲାର ଖର୍ଚ୍ଚ ଆସେ । ଏହାସହ ଉଡାଜାହାକୁ ପୁରା ରଙ୍ଗ କଲେ ବିମାନର ଓଜନ ୨୫୦ ଅତିରିକ୍ତ କିଲୋ ବଢିଯାଏ । ଏଥିପାଇଁ ଉଡାଜାହାଜକୁ ଧଳା ରଙ୍ଗ କରାଯାଏ ।

ଧଳା ରଙ୍ଗ ଯୋଗୁଁ ସୁବିଧାରେ ଦେଖାଯାଏ ବିମାନ

ଧଳା ରଙ୍ଗ ଯୋଗୁଁ ଉଡାଜାହାଜରେ ଆସିଥିବା ସ୍କ୍ରାଚ, ତାରିଖ ଆଦିକୁ ଆମେ ସହଜରେ ଦେଖିପାରୁ । ଧଳା ରଙ୍ଗ ଲଗାଇବା ପଛରେ ଏକ ବଡ କାରଣ .