ସୁସ୍ଥ ଶରୀର ପାଇଁ ଆବଶ୍ୟକ କ୍ୟାଲସିୟମ୍ ! ଜାଣନ୍ତୁ କାହିଁକି

0
54
why-calcium-needed-for-your-body

ଆଜି କାଲିର ବ୍ୟସ୍ତ ଜୀବନ ମଧ୍ୟରେ ନିଜକୁ ମଧ୍ୟ ସମୟ ଦେଇପାରୁନାହିଁ ମଣିଷ  । ଏପରିକି ନା କେବଳ ନିଜ ଖାଦ୍ୟ ବରଂ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଅବହେଳା କରିବାକୁ ପଛାଉନାହାଁନ୍ତି   । ତେବେ ବଦଳୁଥିବା ଜୀବନଶୈଳୀ ସହ ଆମ ଖାଦ୍ୟ ରୁଚି ମଧ୍ୟ ବଦଳିବାରେ ଲାଗୁଛି  । ପୌଷ୍ଟିକ୍ ଖାଦ୍ୟ ବଦଳରେ ଲୋକ ମାନେ ସ୍ୱାଦିଷ୍ଟ ଖାଦ୍ୟ, ଫାଷ୍ଟ ଫୁଡ୍ , ଜଙ୍କ୍ ଫୁଡ୍ ଆଦି ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଖାଦ୍ୟ ପାନୀୟରେ ପରିବର୍ତ୍ତନ ହେତୁ ଶରୀରରେ କ୍ୟାଲସିୟମ୍ ଅଭାବ ହେବା ସାଧାରଣ କଥା  । ଶରୀରର ସୁସ୍ଥ ଏବଂ ସୁନ୍ତୁଳିତ ବିକାଶ ପାଇଁ ସବୁ ବୟସରେ କ୍ୟାଲସିୟମର ଆବଶ୍ୟକତା ରହିଛି । ହାଡକୁ ମଜଭୂତ ରଖିବା ପାଇଁ ସଠିକ୍ ପରିମାଣର କ୍ୟାଲସିୟମ୍ ଶରୀର ଭିତରକୁ ଯିବା ନିହାତି ଆବଶ୍ୟକ । ଜଣେ ବ୍ୟକ୍ତିଙ୍କୁ ଦୈନିକ ୧୦୦୦ ରୁ ୧୨୦୦ ମିଲିଗ୍ରାମ୍ କ୍ୟାଲସିୟମ୍ ଅବଶ୍ୟକ ହୋଇଥାଏ ।

ଏବେ ନଜର ପକାନ୍ତୁ ଶରୀରକୁ କାହିଁକି ଆବଶ୍ୟକ କ୍ୟାଲସିୟମ୍:

  • ଶରୀରରେ ହୋଇଥିବା ଖଣ୍ଡିଆ, ଘା ଆଦିକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରିଥାଏ  । ଏହା ସହ ଶରୀରରେ କ୍ୟାଲସିୟମ୍ ଅଭାବ ହେଲେ ଆମକୁ ବିଭିନ୍ନ ପ୍ରକାର ରୋଗ ମାଡି ବସେ  । କ୍ୟାଲସିୟମ୍ ସ୍ନାୟୁ ଗୁଡିକର ସନ୍ଦେଶ ମସ୍ତିସ୍କ ପର୍ଯ୍ୟନ୍ତ ପହଂଚାଇବାରେ ସାହାଯ୍ୟ କରିଥାଏ  ।
  • ଏହା ବ୍ୟତୀତ ଶରୀରର ପ୍ରତ୍ୟେକ କୋଷକୁ କ୍ୟାଲସିୟମର ଆବଶ୍ୟକତା ଥାଏ । କାରଣ ନଖ, କେଶ ଏବଂ ତ୍ୱଚା କରିଆରେ ପ୍ରତିଦିନ କିଛି ମାତ୍ରାରେ କ୍ୟାଲସିୟମ୍ ନଷ୍ଟ ହୋଇଥାଏ । ତେଣୁ କ୍ୟାଲସିୟମର ସନ୍ତୁଳନ ଜାରି ରଖିବା ପାଇଁ ପ୍ରତିଦିନ କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ।

ଯଦି ଏଥିରେ ଆପଣ ଅବହେଳା କରନ୍ତି ତେବେ ଶରୀର ହାଡରୁ କ୍ୟାଲସିୟମ୍ ନେବାକୁ ଲାଗିବ  । ଫଳରେ ଆପଣ ବାହାରକୁ କମଜୋର୍ ନଲାଗିପାରନ୍ତି କିନ୍ତୁ ଭିତରୁ ଭିତରୁ ହାଡ ଦୁର୍ବଳ ହେବାକୁ ଆରମ୍ଭ କରିଥାଏ  ।

କେମିତି ଜାଣିବେ ଶରୀରରେ କ୍ୟାଲସିୟମ୍ ଅଭାବ ରହିଛି:

କମ୍ ଇମ୍ୟୁନିଟି : ଶରୀରରେ କ୍ୟାଲସିୟମ୍ କମ୍ ଥିଲେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଇଥାଏ । ତେଣୁ ବାରମ୍ବାର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ଦୁର୍ବଳ ନଖ : ନଖକୁ ମଜଭୂତ ରଖିଥାଏ କ୍ୟାଲସିୟମ୍ । ତେଣୁ ଯଦି ଆପଣଙ୍କ ନଖ ଭାଙ୍ଗି ଯାଉଥାଏ ତେବେ ଜାଣନ୍ତୁ ଶରୀରରେ କ୍ୟାଲସିୟମ୍ ଅଭାବ ରହିଛି ।

ଦାନ୍ତ ବିନ୍ଧା : ଶରୀରର ୯୦ ପ୍ରତିଶତ କ୍ୟାଲସିୟମ୍ ଦାନ୍ତ ଏବଂ ହାଡକୁ ଯାଇଥାଏ । ଯଦି ଶରୀରରେ କ୍ୟାଲସିୟମ୍ ଅଭାବ ଥାଏ ତେବେ ନିୟମିତ ଦାନ୍ତ ବିନ୍ଧା ହୋଇଥାଏ ।

ମାଂସପେଶୀରେ ଯନ୍ତ୍ରଣା : ଆବଶ୍ୟକୀୟ ହିମୋଗ୍ଲୋବିନ୍ ରହିବା ସହ ଏବଂ ସଠିକ୍ ପରିମାଣ ପାଣି ପିଇବା ପରେ ମଧ୍ୟ ଯଦି ପ୍ରତିଦିନ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେଉଛି ତେବେ ଏହା କ୍ୟାଲସିୟମ୍ ଅଭାବର ସଂକେତ ।

ମୁଣ୍ଡ ବିନ୍ଧା : ବାରମ୍ବାର ମୁଣ୍ଡବିନ୍ଧା ମଧ୍ୟ କ୍ୟାଲସିୟମ ଅଭାବର ଲକ୍ଷଣ । ଏହା ସହ ଡିପ୍ରେସନ୍ ,ବ୍ୟକ୍ତିତ୍ୱରେ ପରିବର୍ତ୍ତନ ମଧ୍ୟ କ୍ୟାଲସିୟମ ଅଭାବର ସଂକେତ ।

ହୃଦଗତି : ଶୀରରରେ କ୍ୟାଲସିୟମ ଅଭାବ ଥିଲେ ହୃଦଗତି ବଢିବା ସହ ସବର୍ଦା ମନ ଅଶାନ୍ତ ରହିଥାଏ ।

ଋତୁସ୍ରାବ ସମୟରେ କଷ୍ଟ : ଶରୀରରେ କ୍ୟାଲସିୟମର ଅଭାବ ଥିବା ମହିଳା ମାନଙ୍କୁ ଋତୁସ୍ରାବ ସମୟରେ ମାତ୍ରାଧିକ କଷ୍ଟ ହୋଇଥାଏ ।