ଯୋଗ କରିବା ସମୟରେ ଧ୍ୟାନରେ ରଖନ୍ତୁ ଏହି ସବୁ ଦିଗ ! ନଚେତ୍ ପଡିପାରେ ଓଲଟା ପ୍ରଭାବ, ହୋଇପାରନ୍ତି ବେମାର

0
0
best ways to do yoga

ଶରୀରକୁ ଫିଟ୍ ରଖିବାର ଭଲ ଉପାୟ ହେଉଛି ଯୋଗ  । ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ହେଲେ ଏକ ଭଲ ଅଭ୍ୟାସ ହେଉଛି ଯୋଗ  । ନିରୋଗ ରହିବା ପାଇଁ ନିୟମିତ ବ୍ୟାୟାମ୍ କରିବା ନିହାତି ଆବଶ୍ୟକ  । କିନ୍ତୁ ଏଥିପାଇଁ ଅନୁଶାସନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  । ଅର୍ଥାତ୍ କିଛି ନିୟମ ଅନୁସାରେ ଯୋଗ କଲେ ଉତ୍ତମ ଫଳ ମିଳିଥାଏ  । ତେଣୁ ଯୋଗ କରିବା ପୂର୍ବରୁ ଏହାର ନିୟମ ବିଷୟରେ ସଠିକ୍ ସୂଚନା ନେଇ ଯୋଗ ଆରମ୍ଭ କରିବା ଉଚିତ୍ । ଭୁଲ୍ ଉପାୟରେ ଯୋଗ କଲେ କ୍ଷତିକାରକ ହୋଇଥାଏ । ଏହା ବ୍ୟତୀତ ଯୋଗ କରିବା ପୂର୍ବରୁ ଏବଂ ପରେ କଣ କରିବା ଉଚିତ୍ ତାହା ଜାଣିବା ନିହାତି ଆବଶ୍ୟକ  ।

ଯୋଗ ପରେ ଗାଧାନ୍ତୁ ନାହିଁ : ଯୋଗ କରିବା ପରେ ଶରୀର ଗରମ ରହିଥାଏ  । ଆଉ ଏପରି ପରିସ୍ଥିିତିରେ ଗାଧୋଇଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଯୋଗ ବା ବ୍ୟାୟାମ ପରେ ତୁରନ୍ତ ଗାଧୋଇ ପଡିଲେ ଥଣ୍ଡା ଜ୍ୱର ହୋଇଥାଏ ।

ଯୋଗ ପରେ ପାଣି ପିଅନ୍ତୁ ନାହିଁ : ଯୋଗ କରିବାର ତୁରନ୍ତ ପାଣି ପିଇଲେ କାଶ ହୋଇଥାଏ  । ତେଣୁ ଯୋଗ ସରିବାର କିଛି ସମୟ ପରେ ପାଣି ପିଅନ୍ତୁ ।

ଖାଦ୍ୟ ଖାଇବାର ତୁରନ୍ତ ପରେ ଯୋଗ କରନ୍ତୁ ନାହିଁ : ଖାଦ୍ୟ ଖାଇବା ପରେ କେବେ ବି ଯୋଗ କରନ୍ତୁ ନାହିଁ  । ଏପରି କଲେ ଖାଦ୍ୟ ହଜମ ହେବାରେ ସମସ୍ୟା ହୋଇଥାଏ  । ତେବେ ଖାଦ୍ୟ ଖାଇବାର ଅନ୍ତତଃ ୩ ଘଂଟା ପରେ ଯୋଗ କରିବା ଉଚିତ୍ ।

ରୋଗ ବେଳେ ଯୋଗ : ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ଅଛି ତେବେ ଯୋଗ କରନ୍ତୁ ନାହିଁ  । ଏହା ଆପଣଙ୍କ ଶରୀରକୁ ଅଧିକ କ୍ଷତି ପହଂଚାଇପାରେ  । ଡାକ୍ତରଙ୍କ ପରାମର୍ଶ ନେଇ ଯୋଗ କରନ୍ତୁ  ।

ବିଶେଷଜ୍ଞଙ୍କ ପରାମର୍ଶ : ସବୁବେଳ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଯୋଗ କରନ୍ତୁ  । ଯୋଗରେ ଟିକେ ବି ଅନିୟମିତତା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ କେବଳ ବହି ପଡି ବା ଟିଭି ଦେଖି ଯୋଗ କରନ୍ତୁ ନାହିଁ  । କୌଣସି ଯୋଗ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେଇ ଯୋଗ କରନ୍ତୁ ।

ଖୋଲା ସ୍ଥାନରେ ଯୋଗ କରନ୍ତୁ : ଯୋଗାସନ ନିଶ୍ୱାସ ପ୍ରଶ୍ୱାସ ଏବଂ ଶରୀରର ସଂଯୋଗ ଅଭ୍ୟାସ । ତେଣୁ ଯଦି ଆପଣ ଚାହୁଁଛନ୍ତି ମସ୍ତିସ୍କ ସ୍ୱଚ୍ଛ ଏବଂ ଫ୍ରେଶ୍ ପବନ ଗ୍ରହଣ କରୁ ତେବେ ଏକ ଖୋଲା ସ୍ଥାନରେ ଯୋଗ କରନ୍ତୁ  ।

ତେବେ ଲୋକେ ଅଧିକାଂଶ ସମୟରେ ଏହି ଦ୍ୱନ୍ଦରେ ଥାନ୍ତି କି ତାଙ୍କ ଶରୀର ପାଇଁ ଜିମ୍ ଯିବା ଲାଭଦାୟକ ହୋଇଥାଏ ନା ଯୋଗଭ୍ୟାସ କରିବା । ଏବେ ନଜର ପକାନ୍ତୁ କଣ ଆପଣଙ୍କ ପାଇଁ ଉପକାରୀ  ।

  • ଯୋଗ ଏବଂ ଜିମ୍ ଉଭୟଙ୍କୁ କରିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ତାଲିମ ନେବା ଜରୁରୀ ଅଟେ । ଯଦି ଉଭୟକୁ ଭୁଲ ଢଙ୍ଗରେ ବ୍ୟବହାର କରାଯାଏ ତେବେ ଏହାର ସିଧା ପ୍ରଭାବ ଶରୀର ଉପରେ ହିଁ ପଡିଥାଏ ।
  • ଯୋଗ କରିବାଦ୍ୱାରା ମସ୍ତିଷ୍କ ଶାନ୍ତ ହୋଇଥାଏ । ଏବଂ ଶରୀରକୁ ସକରାତ୍ମକ ଉର୍ଜା ମିଳିଥାଏ । କିନ୍ତୁ ଜିମର ପ୍ରଭାବ କେବଳ ଶରୀର ଉପରେ ହିଁ ପଡିଥାଏ ।
  • ଯୋଗ ଅନୁସାରେ ଜିମ୍ ଅଧିକା ମହଙ୍ଗା ହୋଇଥାଏ । ଜିମ୍ କରିବା ପାଇଁ ଆପଣଙ୍କୁ ଅନେକ ଜିନିଷ ଦରକାର ପଡିଥାଏ । ଯେବେକି ଯୋଗ କରିବା ଦ୍ୱାରା ଏହାର ଆବଶ୍ୟକତା ପଡି ନଥାଏ ।
  • ଜିମ୍ କରିବା ଦ୍ୱାରା ଆପଣ ଥକି ପଡନ୍ତି ଆଉ ଭୋକ ମଧ୍ୟ ବଢିଯାଇଥାଏ । କିନ୍ତୁ ଯୋଗ ଶରୀରର ପାଚନ ଶକ୍ତିକୁ ନିୟନ୍ତ୍ରଣ କରିଥାଏ ଏବଂ ଯାହାଦ୍ୱାରା ଭୋକ ମଧ୍ୟ ବେଶୀ ଲାଗି ନଥାଏ ।
  • ଯୋଗ କରିବାଦ୍ୱାରା ଶରୀର କୋମଳ ହୋଇଥାଏ । ମାତ୍ର ଜିମ୍ ଦ୍ୱାରା ଶରୀରର ମାଂସପେସୀ ଅଧିକ ଶକ୍ତ ହୋଇ ଶରୀରକୁ ଆହୁରୀ ମଜଭୁତ କରିଦେଇଥାଏ ।